fbpx
BSKY SKY
BSKY SKY

ସେପ୍ଟେମ୍ବର ପରେ ବି ମିଳିବ ୫ କେଜି ମାଗଣା ରାସନ: ମୋଦୀ ସରକାର କରୁଛନ୍ତି ଯୋଜନା

BSKY

ନୂଆଦିଲ୍ଲୀ: ସେପ୍ଟେମ୍ବର ପରେ ବି ମିଳିପାରେ ମାଗଣା ରାସନ । ସରକାର ଗରିବଙ୍କୁ ମାଗଣାରେ ରାସନ ଦେବାପାଇଁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଅର୍ଥାତ୍ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା (PMGKY) କୁ ୩୦ ସେପ୍ଟେମ୍ବର ଠାରୁ ଆଗକୁ ବଢ଼ାଇବାକୁ ଯୋଜନା କରୁଛନ୍ତି । ଖାଦ୍ୟ ସଚିବ ସୁଧାଂଶୁ ପାଣ୍ଡେ ସୋମବାର ଏହି ସୂଚନା ଦେଇଛନ୍ତି । ଅବଶ୍ୟ ଏନେଇ କେବେ ନିଷ୍ପତ୍ତି ହେବ ସେନେଇ ସ୍ପଷ୍ଟ ହୋଇନାହିଁ ।

ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ମାର୍ଚ୍ଚ ୨୦୨୦ ରେ ଆରମ୍ଭ ହୋଇଥିଲା । ଏହା ଅନୂଯାୟୀ ରାଷ୍ଟ୍ରୀୟ ଖାଦ୍ୟ ସୁରକ୍ଷା ଅଧିନିୟମ (ଏନଏଫଏସଏ) ରେ ସାମିଲ ପ୍ରାୟ ୮୦ କୋଟି ଲାଭାର୍ଥୀଙ୍କୁ ବ୍ୟକ୍ତି ପିଛା ପ୍ରତି ମାସରେ ୫ କେଜି ଖାଦ୍ୟାନ୍ନ ମାଗଣାରେ ଦିଆଯାଉଛି । ଏହା ଯୋଗୁଁ ଗରିବ ପରିବାରଙ୍କୁ କୋଭିଡ-୧୯ ମହାମାରୀ ଯୋଗୁଁ ଲାଗୁ ଲକଡାଉନ ସମୟରେ ବେଶ୍ ସହାୟକ ହୋଇଥିଲା । ଏହି ଯୋଜନା ଅବଧିକୁ ଅନେକ ଥର ବଢ଼ାଯାଇ ସାରିଛି ଏବଂ ୩୦ ସେପ୍ଟେମ୍ବର ପର୍ଯ୍ୟନ୍ତ ବୈଧ ରହିଛି ।

ସରକାର ମାର୍ଚ୍ଚରେ ପିଏମଜିକେୱାଇ ଯୋଜନାକୁ ଆଉ ୬ ମାସ ଅର୍ଥାତ୍ ସେପ୍ଟେମ୍ବର ୨୦୨୨ ପର୍ଯ୍ୟନ୍ତ ବଢ଼ାଇଥିଲେ । ସରକାର ଏହି ଯୋଜନା ଉପରେ ମାର୍ଚ୍ଚ ମଧ୍ୟରେ ପ୍ରାୟ ୨.୬୦ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି ଏବଂ ସେପ୍ଟେମ୍ବର ୨୦୨୨ ପର୍ଯ୍ୟନ୍ତ ୮୦ ହଜାର କୋଟି ଟଙ୍କା ଖର୍ଚ୍ଚ କରାଯିବ । ଏହାଦ୍ୱାରା ପିଏମଜିକେୱାଇ ଅନୂଯାୟୀ ସମୁଦାୟ ଖର୍ଚ୍ଚ ପ୍ରାୟ ୩.୪୦ ଲକ୍ଷ କୋଟି ଟଙ୍କା ହୋଇଯିବ ।

Get real time updates directly on you device, subscribe now.