fbpx

ଦୀପାବଳି ପୂର୍ବରୁ ଯାତ୍ରୀଙ୍କୁ Indian Railwayର ଉପହାର: ଏଣିକି ଚଳନ୍ତା ଟ୍ରେନରେ ଏହି ସୁବିଧା ପାଇବେ ଗ୍ରାହକ

ନୂଆଦିଲ୍ଲୀ: ଦେଶର କୋଟି କୋଟି ଯାତ୍ରୀଙ୍କ ପାଇଁ ବଡ ଉପହାର ଆଣିଛି ଇଣ୍ଡିଆନ ରେଲୱେ । ଏଣିକି ଚଳନ୍ତା ଟ୍ରେନରେ ବି କନଫର୍ମ ସିଟ ପାଇପାରିବେ ଯାତ୍ରୀ । ସିଟକୁ ନେଇ ଅନେକ ସମୟରେ ଦେଖା ଦେଉଥିବା ସମସ୍ୟା ପାଇଁ ଏବେ ସମାଧାନର ବାଟ ବାହାର କରିଛି ଭାରତୀୟ ରେଳ । ଏହି ପଦକ୍ଷେପ ପରେ ଚଳନ୍ତା ଟ୍ରେନରେ ଯାତ୍ରୀମାନଙ୍କୁ ୱେଟିଙ୍ଗ କିମ୍ବା ଆରଏସି ଟିକେଟ କନଫର୍ମ କରାଇବା ପାଇଁ ଟିଟିଇଙ୍କ ପଛରେ ବୁଲିବାକୁ ମଧ୍ୟ ପଡିବ ନାହିଁ ।

ରେଲୱେ ତରଫରୁ ହ୍ୟାଣ୍ଡ-ହେଲ୍ଡ ଟର୍ମିନାଲ ନାମରେ ଏହି ଖାସ ସୁବିଧା ଉପଲବ୍ଧ କରାଯାଇଛି । ଏହି ସୁବିଧା ଅନୁସାରେ ରେଲୱେ ଗତ ୪ ମାସରେ ପ୍ରତ୍ୟେକ ଦିନ ପ୍ରାୟ ୭୦୦୦ ୱେଟିଙ୍ଗ ଟିକେଟ ଯାତ୍ରୀଙ୍କୁ କନଫର୍ମ ସିଟର ସୁବିଧା ଦେଇସାରିଛି । ଯଦି କୌଣସି ରିଜର୍ଭ ଟିକେଟ ଶେଷ ସମୟରେ ରଦ୍ଦ ହୋଇଯାଏ ତେବେ ଏହି ଖାଲି ସିଟ ଏଚଏଚଟି ଉପକରଣରେ ଦେଖାଯାଇଥାଏ । ଏାଦ୍ୱାରା ଟିଟିଇ ୱେଟିଙ୍ଗ ଲିଷ୍ଟରେ ଥିବା ଯାତ୍ରୀମାନଙ୍କୁ ଏହି ସିଟ ପ୍ରଦାନ କରାଯିବ ।

ଏହି ଏଚଏଚଟି ଉପକରଣଟି ଆଇପ୍ୟାଡ ଆକାରର ହୋଇଥାଏ । ଏଥିରେ ପ୍ରଥମରୁ ଯାତ୍ରୀମାନଙ୍କ ରିଜର୍ଭ ଚାର୍ଟ ଲୋଡ ହୋଇ ରହିଥାଏ । ଏହାକୁ ରିୟଲ ଟାଇମ ଅପଡେଟ ମିଳୁଥାଏ । ଏହାଦ୍ୱାରା ଟିଟିଇ ସମସ୍ତ ସିଟ ବିଷୟରେ ଅପଡେଟ ରହିପାରନ୍ତି । ତେବେ ଏହି ଯୋଜନା ମାସେ ତଳେ ଆରମ୍ଭ ହୋଇଥିବା କହିଛି ପିଟିଆଇ । ଗତ ୪ ମାସ ମଧ୍ୟରେ ହାରାହାରି ୫୪୪୮ ଆରଏସି ଯାତ୍ରୀ ଏବଂ ୨୭୫୩ ପ୍ରତୀକ୍ଷା-ସୂଚୀ ଯାତ୍ରୀଙ୍କୁ ଏଚଏଚଟି ମାଧ୍ୟମରେ ପ୍ରତିଦିନ ସିଟ ମିଳିପାରିଛି ।

Get real time updates directly on you device, subscribe now.