ଓଡ଼ିଶାଭାସ୍କର: ଅନେକ ଲୋକ ସେମାନଙ୍କ ପିଲାମାନଙ୍କୁ ନିଜ ସୁବିଧା ଅନୁସାରେ ପାଳନ କରନ୍ତି। କିନ୍ତୁ ସେମାନେ ପ୍ରାୟତଃ ଭୁଲିଯାଆନ୍ତି ଯେ, ଶିଶୁମାନେ ଅତ୍ୟନ୍ତ କୋମଳ।
ଏପରି ପରିସ୍ଥିତିରେ ସେମାନେ ସେମାନେ ଶିଶୁକୁ ଖାଇବାକୁ ଦେବାଠାରୁ ଆରମ୍ଭ କରି ତା’ର ଦେହରେ କୌଣସି ଜିନିଷ ଲଗାଇବା ପର୍ଯ୍ୟନ୍ତ ସବୁକିଛି ଭଲଭାବେ ଚେକ୍ କରିବା ଉଚିତ୍।
ମା’ କ୍ଷୀର ଜରୁରୀ: ଆପଣମାନେ ସମସ୍ତେ ଜାଣିଥିବେ ଗୋଟେ ଛୋଟ ଛୁଆ ପାଇଁ ତାରା ମାଆ କ୍ଷୀର କେତେ ଜରୁରୀ। ସେଥିପାଇଁ ତ ଡକ୍ଟର ବି ପରାମର୍ଶ ଦିଅନ୍ତି ପିଲା ବଡ଼ ନ ହେବା ପର୍ଯ୍ୟନ୍ତ ତାକୁ ମାଆ କ୍ଷୀର ହିଁ ଖାଇବାକୁ ଦେବା କଥା।
ଯଦି ସେମାନଙ୍କୁ ମାଆ କ୍ଷୀର ବିନା ଅନମ୍ୟ କୌଣସି ଜିନିଷ ଖାଇବାକୁ ଦିଆଯାଏ ତାହାଲେ ସେମାନଙ୍କ ପାଚନ ତନ୍ତ୍ର ଉପରେ ଚାପ ପକାଏ। ହେଲେ ଏବେ ଏକ ସୋସିଆଲ ମିଡ଼ିଆ ଭିଡ଼ିଓ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି।
ରିଲ୍ସ ପାଇଁ ବିପଦରେ ଶିଶୁ ଜୀବନ: କିନ୍ତୁ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ଭିଡିଓରେ, ଜଣେ ବ୍ୟକ୍ତି ତାଙ୍କ ପିଲାକୁ ଗାଈ କ୍ଷୀର ସିଧାସଳଖ କାଇବାକୁ ଦେଉଛନ୍ତି।
ଅର୍ଥାତ୍ ଯେଉଁଥିରେ ଜଣାପଡୁଛି ଶିଶୁଟି ୫ରୁ ୬ ମାସର ହୋଇଥିବ। ତାକୁ ଜଣେ ବ୍ୟକ୍ତି ହାତରେ ଧରିଛି। ଆଉ ଗାଇର ଚିରରେ ତାର ପାଟିକୁ ଲଗାଇ କ୍ଷୀର ପିଆଉଛି। ଯାହାକୁ ଦେଖିବା ପରେ ଅନେକ ଲୋକ ବିଭିନ୍ନ ପ୍ରକାର ମନ୍ତବ୍ୟ ଦେବା ସହ ପିଲାର ଜୀବନ ପ୍ରତି ବିପଦ ଥିବା କଥା କହିଛନ୍ତି।
Good morning. Please do not feed your child, cow’s milk directly from the animal’s udder.
Raw milk consumption has become a “trad fad” among the ‘educated fools’ now because of poor understanding of germ-theory of disease, but this level of child m*rder is a whole different… pic.twitter.com/KclfeSxxDT
— TheLiverDoc (@theliverdr) July 23, 2025
କ’ଣ କହିଲେ ଡାକ୍ତର: ଜଣେ ଲିଭର ବିଶେଷଜ୍ଞ ଡାକ୍ତର ଏହି ଭିଡ଼ିଓକୁ ସେୟାର କରି ଲୋକଙ୍କୁ ସତର୍କ କରାଇଛନ୍ତି। ଆଉ କହିଚନ୍ତି କ୍ଷୀରରେ ଜୀବାଣୁ ଥାଇପାରେ, ଯାହା ପିଲାଟିର ଡାଇରିଆ ଏବଂ ପେଟରେ ପ୍ରବଳ ଯନ୍ତ୍ରଣା ସୃଷ୍ଟି କରିପାରେ। ଏପରିକି ପିଲାର କିଡନୀ ଫେଲ୍ୟୁଅର ମଧ୍ୟ ହୋଇପାରେ।
ଏହି ଭିଡ଼ିଓ ଉପରେ କିଛି ଲୋକ କମେଣ୍ଟ ମଧ୍ୟ କରିଛନ୍ତି। କେହି କେହି ଲେଖିଛନ୍ତି ଲୋକ ଭ୍ୟୁ ପାଇଁ କିଛି ବି କରିପାରନ୍ତି। ସେଥିପାଇଁ ତ ଏତେ ଛୋଟ ପିଲା ସହ ଏପରି ଭିଡ଼ିଓ କରିଛନ୍ତି। ଯାହା ତାର ଜୀବନକୁ ବିପଦରେ ପକାଇପାରେ।