fbpx

Most Expensive Things in World: ବିଶ୍ୱର ୫ ମହଙ୍ଗା ଜିନିଷ,୧୨ ଲକ୍ଷ କୋଟିର ସ୍ପେସ ଷ୍ଟେସନ, ଜାଣନ୍ତୁ ଭାରତର କେଉଁ ସାମଗ୍ରୀ ସବୁଠୁ ମୂଲ୍ୟବାନ

ଓଡିଶା ଭାସ୍କର : ଦୁନିଆରେ ବହୁତ ଜିନିଷ ଏମିତି ଅଛି, ଯାହାକୁ କିଣିବା ସମସ୍ତଙ୍କ ପାଇଁ ସହଜ ହୋଇ ନ ଥାଏ । କେବେ ଆପଣ ଭାବିଛନ୍ତି କି! ବିଶ୍ୱର ସବୁଠୁ ମହଙ୍ଗା ଜିନିଷ କ’ଣ ହୋଇ ଥାଇପାରେ । ସବୁଠୁ ରୋଚକର କଥା ଏହା ଯେ ବିଶ୍ୱର ଏହି ମହଙ୍ଗା ସାମଗ୍ରୀଗୁଡିକ ମଣିଷ ହିଁ ତିଆରି କରିଛି । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏହି ମହଙ୍ଗା ଜିନିଷ ପୃଥିବୀରେ ହିଁ ନାହିଁ । ପୃଥିବୀ ବାହାରେ ଏହା ରହିଛି । କହିରଖୁ, ଦୁନିଆର ସବୁଠୁ ମହଙ୍ଗା ଜିନିଷରେ ସର୍ବପ୍ରଥମେ ଆସେ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର ବା ଇଣ୍ଟରନ୍ୟାସନାଲ ସ୍ପେସ ଷ୍ଟେସନ । ଯାହାର ମୂଲ୍ୟ ହେଉଛି ପ୍ରାୟ ୫୦ ଅରବ ଡଲାର, ଯାହା ଭାରତୀୟ ମୁଦ୍ରାରେ ହେବ ୧୨ ଲକ୍ଷ କୋଟି । ଏହାକୁ ପ୍ରାୟ ୧୨ ବର୍ଷ ସମୟ ନେଇ ବିଶ୍ୱର ପ୍ରସିଦ୍ଧ ବିଶେଷଜ୍ଞମାନେ ତିଆରି କରିଛନ୍ତି । ଏହାର ଉପେଯାଗ ମହାକାଶକୁ ଯାଉଥିବା ମହାକାଶଚାରୀମାନେ କରନ୍ତି ।

ବିଶ୍ୱର ଦ୍ୱିତୀୟ ମହଙ୍ଗା ଜିନିଷ ସୁନା କିମ୍ବା ହୀରା ନୁହଁ, ବରଂ ଗୋଟିଏ ୟାଁଟ ଅଟେ । ଯାହାର ନାଁ ରହିଛି ହିଷ୍ଟ୍ରି ସୁପ୍ରିମ ୟାଁଟ । ଏହା ମାଲେସିଆ ବ୍ୟବସାୟୀ ରାଁବର୍ଟ କୁକଙ୍କ ପାଖରେ ରହିଛି । ଏହି ୟାଁଟ ପ୍ରାୟ ୧ ଲକ୍ଷ କିଲୋଗ୍ରାମ ସୁନା ଓ ପ୍ଲାଟିନମରେ ତିଆରି କରାଯାଇଛି । ଏହି ୟାଁଟର ବେଡରୁମ୍ ପାଇଁ ଉଲକା ପିଣ୍ଡର ଚଟାଣର ବ୍ୟବହାର ହୋଇଛି । ଏହାର ଭିତରେ ଥିବା ବାଇନ ଗ୍ଲାସ ୧୮ କ୍ୟାରେଟ ହୀରାରେ ପ୍ରସ୍ତୁତ ହୋଇଛି । ଦୁନିଆର ତୃତୀୟ ସବୁଠୁ ମହଙ୍ଗା ଜିନିଷ ହେଉଛି ଏକ ଟେଲିସ୍କୋପ । ଏହା ହବଲ ଟେଲିସ୍କୋପ ଭାବରେ ନାମିତ । ଏହି ଟେଲିସ୍କୋପର ସ୍ୱତନ୍ତ୍ରତା ହେଉଛି ଏହା କେବଳ ଯେ ପୃଥିବୀର କୋଣ ଅନୁକୋଣକୁ ଦେଖି ନ ଥାଏ ବରଂ ଅନ୍ତରୀକ୍ଷର ପ୍ରତିଟି ତାରାକୁ ଦେଖିବାର କ୍ଷମତା ବହନ କରେ । ୧୯୯୦ ମସିହାରେ ସ୍ଥାପିତ କରାଯାଇଥିବା ଏହି ଟେଲିସ୍କୋପର ବୈଶ୍ୱିକ ମୂଲ୍ୟ ପ୍ରାୟ ୧୬.୫ ହଜାର କୋଟି ଅଟେ ।

ବିଶ୍ୱର ଚତୁର୍ଥ ମହଙ୍ଗା ଜିନିଷ ଭାବରେ ଆମେରିକା ରାଷ୍ଟ୍ରପତିଙ୍କ ଏୟରଫୋର୍ସ ବନ ଅଟେ । ଏହା ତିନି ମହଲା ଅଟେ । ଏହି ବିମାନକୁ ୧ ହଜାର କିଲୋମିଟର ବେଗରେ ଉଡାଯାଇପାରିବ । ଏହାର ଆନୁମାନିକ ମୂଲ୍ୟ ପ୍ରାୟ ୫୩୪୬ କୋଟି । ଏହି ମହଙ୍ଗା ତାଲିକାର ଶେଷରେ ରହିଛି ଇଂଲଣ୍ଡ ମହାରାଣୀ ଏଲିଜାବେଥଙ୍କ ଶାହୀ ମୁକୁଟ । ଯେଉଁଥିରେ ଭାରତରୁ ନିଆଯାଇଥିବା କୋହିନୂର ହୀରା ରହିଛି । ୧୦୯ କ୍ୟାରେଟ ଏହି ହୀରାର ବୈଶ୍ୱିକ ମୂଲ୍ୟ ପ୍ରାୟ ୪୭୮୭ କୋଟି ।

Get real time updates directly on you device, subscribe now.