ବିଶ୍ୱର ୫ ବଡ ବିମାନ ଦୁର୍ଘଟଣା, କେତେବେଳେ କାର୍ଗୋ ଗେଟ ଖେଲିବାରୁ, କେବେ ମୁହାଁମୁହିଁ ଧକ୍କା
ଆଜି ହୋଇଥିବା ବିମାନ ଦୁର୍ଘଟଣାରେ ୧୭୯ ଜଣଙ୍କ ମୃତ୍ୟୁ ହୋଇଛି । ତେବେ ବିଶ୍ୱରେ ହେଉଥିବା ବିମାନ ଦୁର୍ଘଟଣାରେ ହଜାର ହଜାର ଲୋକଙ୍କ ପ୍ରାଣ ହାନି ଘଟିଛି
ନୂଆଦିଲ୍ଲୀ- ଦକ୍ଷିଣ କୋରିଆର ମୁଆନ ଇଣ୍ଟରନାଲନାଲ ଏୟାର ପୋର୍ଟରେ ୨୯ ଡିସେମ୍ବର ୨୦୨୪ ବା ଆଜି ହୋଇଥିବା ବିମାନ ଦୁର୍ଘଟଣାରେ ୧୭୯ ଜଣଙ୍କ ମୃତ୍ୟୁ ହୋଇଛି । ତେବେ ବିଶ୍ୱରେ ହେଉଥିବା ବିମାନ ଦୁର୍ଘଟଣାରେ ହଜାର ହଜାର ଲୋକଙ୍କ ପ୍ରାଣ ହାନି ଘଟିଛି । ଏହି ବିମାନ ଦୁର୍ଘଟଣା ଭିତରୁ ୫ ବଡ ବିମାନ ଦୁର୍ଘଟଣା ସମ୍ପର୍କରେ ଆସନ୍ତୁ ଜାଣିବା, ଯାହା ସାରା ବିଶ୍ୱକୁ ଦୋହଲାଇ ଦେଇଥିଲେ ।
ପ୍ରଥମ ବଡ ଦୁର୍ଘଟଣା
ଦୁନିଆର ସବୁଠାରୁ ବଡ ପ୍ଲେନ କ୍ରାସ ୨୭ ମାର୍ଚ୍ଚ ୧୯୭୭ରେ ସ୍ପେନର ଲସ ରୋଡିୟୋସ ଏୟାରପୋର୍ଟରେ ଦୁନିଆର ସବୁଠାରୁ ବଡ ପ୍ଲେନ ଦୁର୍ଘଟଣା ହୋଇଥିଲା ।
ଏହି ଏୟାର ପୋର୍ଟରେ ପେନ ଏୟାର ଓ କେଏଲଏମ ଏୟାରଲାଇନ୍ସର ପ୍ଲେନ ଭିତରେ ଟକ୍କର ହୋଇଥିଲା । ଏହି ଦୁର୍ଘଟଣାରେ ଯାତ୍ରୀଙ୍କ ସହ କ୍ରୁ ମେମ୍ବରଙ୍କୁ ମିଶାଇ ୫୮୩ ଜଣଙ୍କ ମୃତ୍ୟୁ ହୋଇଥିଲା ।
ଦ୍ବିତୀୟ ବଡ ବିମାନ ଦୁର୍ଘଟଣା
ସେହିପରି ଜାପାନରେ ୧୨ ଅଗଷ୍ଟ ୧୯୮୫ରେ ଆଉ ଏକ ବଡ ବିମାନ ଦୁର୍ଘଟଣା ହୋଇଥିଲା । ଜାପାନ ଏୟାର ଲାଇନ୍ସର ଫ୍ଲାଇଟ ୧୨୩ ଟୋକିଓରୁ ଓସାକା ଉଡାଣ ଭରିଥିଲା ।
ଉଡାଣର ଅଧ ଘଣ୍ଟା ପରେ ତାକାମାଗହରା ମାଉଟେନ ସହ ଧକ୍କା ଖାଇଥିଲା । ଏଥିରେ ମୋଟ ୫୨୦ ଜଣଙ୍କ ମୃତ୍ୟୁ ହୋଇଥିଲା ।
ତୃତୀୟ ଭୟଙ୍କର ବିମାନ ଦୁର୍ଘଟଣା
ଦିଲ୍ଲୀର ଚରଖୀ ଦାରୀରେ ୧୨ ନଭେମ୍ବର ୧୯୯୬ରେ ତୃତୀୟ ବିମାନ ଦୁର୍ଘଟଣା ହୋଇଥିବା କୁହାଯାଏ । ଚିମକେଣ୍ଟରୁ ଦିଲ୍ଲୀ ଆସୁଥିବା କାଜାକିସ୍ତାନର ବିମାନ ୧୯୦୭ ଓ ଦିଲ୍ଲୀରୁ ଧାହରନ ଯାଉଥିବା ସାଉଦୀ ଏୟାର ଲାଇନ୍ସ ବିମାନ ୭୬୩ ଧକ୍କା ହୋଇଥିଲା । ଏଥିରେ ୩୪୯ ଜଣଙ୍କର ମୃତ୍ୟୁ ହୋଇଥିଲା ।
୪ର୍ଥ ବଡ ଦୁର୍ଘଟଣା
ସେହିପରି ତୁର୍କୀ ଏୟାର ଲାଇନ୍ସର ବିମାନ ୯୮୧ ଓରଲି ଏୟାରପୋର୍ଟରୁ ଲଣ୍ଡନ ଯାତ୍ରା କରୁଥିଲା । ବିମାନ ମଝି ଆକାଶରେ ଥିବା ବେଳେ ତାର କାର୍ଗୋ ଗେଟ ବିମାନରୁ ଅଲଗା ହୋଇଯାଇ ଏକ ବିରାଟ ବିସ୍ଫୋରଣ ହୋଇଥିଲା । ଏଥିରେ ୩୪୬ ଯାତ୍ରୀଙ୍କ ମୃତ୍ୟୁ ହୋଇଥିଲା ।
୫ମ ବଡ ବିମାନ ଦୁର୍ଘଟଣା
ସେହିପରି ଆୟରଲାଣ୍ଡରେ ପଞ୍ଚମ ବଡ ବିମାନ ଦୁର୍ଘଟଣା ହୋଇଥିଲା । ୨୩ ଜୁନ ୧୯୫୮ରେ ଏୟାର ଇଣ୍ଡିଆର ବିମାନ ୧୮୨ ଟୋରେଣ୍ଟୋରୁ ଉଡାଣ ଭରିଥିଲା । ବିମାନକୁ ମାଣ୍ଟ୍ରିୟଲରୁ ଲଣ୍ଡନ ହୋଇ ଦିଲ୍ଲୀରେ ପହଞ୍ଚିଥିଲା । ହେଲେ ଆୟରଲାଣ୍ଡର କାର୍ଗୋରେ ଅଚାନକ ବଡ ବିସ୍ଫୋରଣ ହେଲା, ଯେଉଁଥିରେ ୩୭୭ ଯାତ୍ରୀଙ୍କ ସହ ୨୨ କ୍ରୁ ମେମ୍ବରଙ୍କ ମୃତ୍ୟୁ ହୋଇଥିଲା ।