fbpx

ପଞ୍ଜାବ ସମେତ ୫ ରାଜ୍ୟରେ ବିଜୁଳି ସମସ୍ୟା: ଆଗକୁ ଆହୁରି ବଢିପାରେ ଏହି ବିପଦ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ବିଜୁଳି ସମସ୍ୟାକୁ ଦୂର କରିବା ପାଇଁ ଚେଷ୍ଟା ଜାରି ରଖିଛନ୍ତି । କିନ୍ତୁ ଗତ କିଛି ଦିନରୁ ପଞ୍ଜାବ ଏବଂ ଅନ୍ୟ କିଛି ରାଜ୍ୟରେ ବିଜୁଳି କାଟ୍ ର ସମସ୍ୟା ଦେଖା ଦେଇଛି । ତେବେ ଏହା ପ୍ରଥମ ଥର ନୁହେଁ, ଗତବର୍ଷ ମଧ୍ୟ ଅନେକ ରାଜ୍ୟ ତାପଜ ବିଦ୍ୟୁତ ଉତ୍ପାଦନ କେନ୍ଦ୍ରକୁ ପର୍ଯ୍ୟାପ୍ତ ପରିମାଣରେ କୋଇଲା ଯୋଗାଇବା ନେଇ ଚିନ୍ତା ପ୍ରକଟ ହୋଇଥିଲା । ଚଳିତ ବର୍ଷ ମଧ୍ୟ ସମାନ ପରିସ୍ଥିତି ସୃଷ୍ଟି ହୋଇଛି । ପଞ୍ଜାବ ଏବଂ ହରିୟାଣା, ଉତ୍ତରପ୍ରଦେଶ, ମହାରାଷ୍ଟ୍ର ଓ ଆନ୍ଧ୍ରପ୍ରଦେଶରେ ଏହି ବିଦ୍ୟୁତ କାଟ୍ ଯୋଗୁଁ ଲୋକମାନେ ବହୁ ଅସୁବିଧାର ସମ୍ମୁକୀନ ହେଉଛନ୍ତି ।

କରୋନା ମହାମାରୀ ସଂକ୍ରମଣ ବଢିବା ଯୋଗୁଁ ଆର୍ଥିକ ସୁଧାର ଆସୁଥିବାରୁ ବିଜୁଳିର ଚାହିଦା ମଧ୍ୟ ବଢିବାରେ ଲାଗିଛି । ଏହାବ୍ୟତୀତ ଦେଶରେ ଜାରି ରହିଥିବା ଅସହ୍ୟ ତାତିରେ ବିଜୁଳିର ବ୍ୟବହାର ମଧ୍ୟ ବଢୁଛି । ଏଭଳି ସମୟରେ ବିଜୁଳିର ଅଧିକ ଆବଶ୍ୟକତା ଥିବା ବେଳେ ତାପଜ ବିଦ୍ୟୁତ କେନ୍ଦ୍ରରେ କୋଇଲାର ଅଭାବ ଦେଶ ପାଇଁ ଏବଂ ଦେଶବାସୀଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି । ବିଶ୍ଳେଷକଙ୍କ କହିବା ଅନୁଯାୟୀ, ଥର୍ମାଲ ପାୱାର ପ୍ଲାଣ୍ଟ ପର୍ଯ୍ୟନ୍ତ କେଇଲା ପହଞ୍ଚାଇବା ପାଇଁ ରେଲୱ ରାକ୍ ର ଅଭାବ ଏବଂ ଉଚ୍ଚା ଦାମରେ କୋଇଲା ଆମଦାନୀ ବିଜୁଳି ସପ୍ଲାଇ ଉପରେ ବିଶେଷ ପ୍ରଭାପ ପକାଇଚାଲିଛି ।

ତେବେ ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ମହାରାଷ୍ଟ୍ର, ଗୁଜୁରାଟ ଏବଂ ତାମିଲନାଡୁ ଆଗକୁ ୧୦.୫ ମିଲିୟନ ଟନ କୋଇଲାର ଆମଦାପୀ କରିବା ପାଇଁ ଯୋଜନା କରୁଛି । ତେବେ ଏହି ସମୟରେ କିଛି ମାସ ପର୍ଯ୍ୟନ୍ତ ତାଳମେଳ ଖରାପ ହେବାର ସମ୍ଭାବନା ରହିଛି । ଯାହା ସମଗ୍ର ଦେଶରେ ବିଜୁଳି ସମସ୍ୟା ବଢାଇଦେବ । ଏହାଦ୍ୱାରା ରାଜ୍ୟଗୁଡିକୁ ଚଢା ଦରରେ ବିଜୁଳି କିଣିବାକୁ ପଡିବ ନଚେତ ବିଜୁଳି କାଟ୍ ର ସମସ୍ୟା ଭୋଗିବେ ଗ୍ରାହକ ।

Get real time updates directly on you device, subscribe now.