fbpx

(ଭିଡିଓ) ବାପାର ମୃତ୍ୟୁ ପରେ ୫ ଅନାଥ ଶିଶୁଙ୍କୁ ଚାଇଲ୍ଡ ଲାଇନକୁ ହସ୍ତାନ୍ତର

କୁହାଯାଏ ବିଧିର ବିଧାନକୁ କେହି ଜାଣିନଥାନ୍ତି । କେତେବେଳେ କାହା ସହ କ’ଣ ଘଟିବ ତାହା କାହାରିକୁ ଜଣାନଥାଏ । ଏଭଳି କିଛି ଘଟଣା ଘଟିଛି ଏହି ୫ ଶିଶୁଙ୍କ ସହ । ଏହି କୋମଳ ଶିଶୁଙ୍କ ଉପରେ ଦାଉ ସାଧିଛି ଦଇବ । ଆଉ ଏହି ଶିଶୁମାନେ ହୋଇପଡ଼ିଛନ୍ତି ଅନାଥ ।

ରାକେଶ ଯାଦବ ଏବଂ ତାଙ୍କ ୫ ଶିଶୁ ରାଉରକେଲାରେ ରହୁଥିଲେ । ପୂର୍ବରୁ ଏମାନଙ୍କ ମା’ ଏମାନଙ୍କୁ ଛାଡ଼ି ପଳାଇଥିବାବେଳେ ବାପା ହିଁ ଥିଲେ ଏମାନଙ୍କ ପାଇଁ ଥିଲେ ସବୁକିଛି । ମାତ୍ର ବିଧାତାର ବିଧାନ ଥିଲା କିଛି ଅଲଗା । ଏକ ଦୁର୍ଘଟଣାରେ ଚାଲିଗଲା ବାପାର ଜୀବନ ଆଉ ଏବେ ଅନାଥ ହୋଇଯାଇଛନ୍ତି ଏହି ୫ ଶିଶୁ । କେବଳ ସେତିକି ନୁହେଁ ହସ୍ପିଟାଲ କର୍ତ୍ତୃପକ୍ଷ ଅବହେଳା ଯୋଗୁଁ ମୋର୍ଗ ହାଉସରେ ପଶି ବାପାର ମୃତ ଦେହକୁ ଖାଇଗଲା କୁକୁର । ତେବେ ସମାଜସେବୀ ଓ ଜିଲ୍ଲା ଶିଶୁ କଲ୍ୟାଣ କମିଟି ପକ୍ଷରୁ ୫ ଜଣ ନାବାଳକ ଶିଶୁଙ୍କୁ ଉଦ୍ଧାର କରାଯାଇ ଚାଇଲ୍ଡ ଲାଇନକୁ ହସ୍ତାନ୍ତର କରାଯାଇଛି ।

୫ ଜଣ ଶିଶୁ ମଧ୍ୟରେ ରହିଛନ୍ତି ୨ ଝିଅ ଜଣକର ବୟସ ୪ ବର୍ଷ ଥିବା ବେଳେ ଜଣକ ବୟସ ପ୍ରାୟ ଅଢେଇ ବର୍ଷ ହେବ ଏବଂ ୩ ଜଣ ପୁଅ ବଡ ପୁଅର ବୟସ ୧୩ ବର୍ଷ ହୋଇଥିବା ବେଳେ ଆଉ ଦୁଇ ଜଣଙ୍କ ବୟସ ୮ ବର୍ଷ ଓ ୫ ବର୍ଷ ରହିଛି । ଏନେଇ ଅତିରିକ୍ତ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ବର୍ତ୍ତମାନ ପ୍ରଶାସନ ପକ୍ଷରୁ ୫ ଶିଶୁଙ୍କୁ ଚାଇଲ୍ଡ ଲାଇନରେ ରଖିବାକୁ ନିର୍ଦେଶ ଦିଆଯାଇଛି । ପିଲାଙ୍କ ସମସ୍ତ ଦାୟିତ୍ୱ ବର୍ତ୍ତମାନ ଚାଇଲ୍ଡ ଲାଇନକୁ ହସ୍ତାନ୍ତର କରାଯାଇଛି ।

Get real time updates directly on you device, subscribe now.