fbpx

ବ୍ରେନ ଟ୍ୟୁମର କିପରି ହୋଇଥାଏ, ଜାଣନ୍ତୁ ଏହାର କେତେକ ଲକ୍ଷଣ

Advertisement

ଓଡିଶା ଭସ୍କର: ବ୍ରେନ ଟ୍ôୟୁମର ଜଣେ ସାଧାରଣ ବ୍ୟକ୍ତିଙ୍କ ପକ୍ଷରେ ଏକ ଗୁରୁତର ସମସ୍ୟା ହୋଇଥାଏ । ଏହି ରୋଗ ବ୍ୟକ୍ତିର ସ୍ୱାସ୍ଥ୍ୟକୁ ବିଶେଷ କ୍ଷତି କରାଇଥାଏ । ଏହି ସମସ୍ୟାଟି ସାଧାରଣତଃ ମସ୍ତିଷ୍କରେ ଦେଖା ଦେଇଥାଏ । ଏହି ଟ୍ୟୁମରଟି ଧୀରେ ଧୀରେ ଏକ ମାଂସ ପିଣ୍ଡୁଳା ପରି ବଢିଥାଏ । ଏହା ବୃଦ୍ଧି ପାଇବା ଦ୍ୱାରା ବ୍ରେନର କିଛି କୋଷ ଗୁଡିକୁ କଷ୍ଟ ପହଞ୍ଚାଇବା ସହ ନଷ୍ଟ କରିଥାଏ । ବ୍ରେନ ଟ୍ୟୁମର ଛୋଟଠାରୁ ବୟସ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ହୋଇଥାଏ । ପିଲାମାନଙ୍କ କ୍ଷେତ୍ରରେ ଅଲଗା ଏବଂ ବୟସ୍କମାନଙ୍କ କ୍ଷେତ୍ରରେ ଭିନ୍ନ ପ୍ରକାରର ଟ୍ୟୁମର କୋଷ ଗୁଡିକ ଦେଖାଦେଇଥାଏ । କିଛି ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ସମଗ୍ର ବିଶ୍ୱରେ ବ୍ରେନ ଟ୍ୟୁମର ରୋଗରେ ଯୁବକମାନଙ୍କ ସଂଖ୍ୟା ବେଶି ଦେଖାଦେଉଛି । ତେବେ ଆସନ୍ତୁ ଏହି ରୋଗର କିଛି ସଂକେତ ଜାଣିବା……

୧.ମୁଣ୍ଡବିନ୍ଧା– ଯୁବକମାନଙ୍କ କ୍ଷେତ୍ରରେ ମୁଣ୍ଡବିନ୍ଧା ଏକ ସାଧରଣ କଥା । କିନ୍ତୁ ଲଗାତାର ଭାବରେ ଏପରି ଲକ୍ଷଣ ଦେଖାଦେବା ଏହା ଟ୍ୟୁମର କାରଣ ହୋଇଥାଏ । କେବଳ ଏତିକି ନୁହେଁ , ଯଦି ଜଣେ ବ୍ୟକ୍ତିଙ୍କର ପ୍ରତ୍ୟେହ ଶୋଇବା ସମୟରେ ବା ସକାଳୁ ନିଦରୁ ଉଠିଲା ବେଳେ ଯଦି ମୁଣ୍ଡବ୍ୟଥା ହୋଉଥାଏ । ତେବେ ଆପଣ ଜାଣି ନିଅନ୍ତୁ କି ଏହା ବ୍ରେନ ଟ୍ୟୁମର ଏକ ଲକ୍ଷଣ ହୋଇପାରେ । ଏ ଦିଗରେ ସତର୍କ ରହି ଡାକ୍ତର ପରାମର୍ଶ କରିବା ନିହାତି ଆବଶ୍ୟକ ହୋଇଥାଏ ।

୨.ଦୃଷ୍ଟିଶକ୍ତି ଚାଲିଯିବା- ଏକ ରିପୋର୍ଟ ଅନୁସାରେ ଜଣାଯାଇଛି ଯେ, ବ୍ରେନ ଟ୍ୟୁମର ହେବା ଦ୍ୱାରା କିଛି ବ୍ୟକ୍ତିଙ୍କ ଦୃଷ୍ଟିଶକ୍ତି କମିଯିବା ସହ କିଛି ବ୍ୟକ୍ତିଙ୍କ ସମ୍ପୂର୍ଣ୍ଣ ଦୃଷ୍ଟି ଚାଲିଯିବାର ଦେଖଇବାକୁ ମିଳିଛି । ଯଦି ଆପଣଙ୍କୁ ପ୍ରତ୍ୟେକ ସମୟରେ ଏପରି ଲାଗୁଛି ତେବେ ଏହା ମଧ୍ୟ ଟ୍ୟୁମର ଲକ୍ଷଣ ହୋଇପାରେ ବୋଲି ଜାଣନ୍ତୁ ।

୩.ବାନ୍ତି ଲାଗିବା– ଯଦି ଆପଣଙ୍କୁ ବାରମ୍ବାର ବାନ୍ତି ଲାଗିବା ସହ ସବୁବେଳେ ମୁଣ୍ଡବିନ୍ଧା ବାରମ୍ବାର ଲାଗି ରହୁଛି । ତେବେ ଏହା ବ୍ରେନ ଟ୍ୟୁମର ଲକ୍ଷଣ ହୋଇଥାଏ । ମସ୍ତିଷ୍କରେ ଯେତେବେଳେ ଟ୍ୟୁମର ହୋଇଥାଏ ସେହି ସ୍ଥାନରେ ଥିବା କୋଷଗୁଡିକୁ ସେ ଦବାଇ ଦେଇଥାଏ । ଏହା ଫଳରେ ମସ୍ତିଷ୍କରୁ ନିର୍ଗତ ହେଉଥିବା ଏକ ତରଳ ପଦାର୍ଥର ପ୍ରବାହକୁ ବନ୍ଦ କରିଦେଇଥାଏ । ଯାହା ଦ୍ୱାରା ବାରମ୍ବାର ମୁଣ୍ଡବୁଲାଇ ଦେଉଥାଏ ।

୪. ଶ୍ରବଣ ଶକ୍ତି ହରାଇବା– ବ୍ରେନ ଟ୍ୟୁମର ବିଶେଷ ଭାବରେ ଶ୍ରବଣ ଶକ୍ତି ଉପରେ ପ୍ରଭାବ ପକାଇଥାଏ । କାନର ସ୍ନାୟୁ ଉପରେ ଚାପ ପକାଉଥିବାରୁ କାନରେ ବାରମ୍ବାର ଯନ୍ତ୍ରଣା ଅନୁଭବ ହୋଇଥାଏ । ଏହା ମଧ୍ୟ ଟ୍ୟୁମର ଏକ ଲକ୍ଷଣ ହୋଇଥାଏ । ଭେଷ୍ଟିବୁଲାର ସ୍ନାୟୁ ଗୁଡିକ କାନର ସ୍ନାୟୁଗୁଡିକ ଉପରେ କାର୍ଯ୍ୟ କରିଥାଏ । ଏହି ସ୍ନାୟୁ ଗୁଡିକ କାନରୁ ମସ୍ତିଷ୍କ ପର୍ଯ୍ୟନ୍ତ ସଂଯୋଗ ହୋଇଥାଏ । ଏହି ସ୍ନାୟୁ ଉପରେ ଚାପ ପଡୁଥିବାରୁ ଶ୍ରବଣ ଶକ୍ତି କମି ଯାଇଥାଏ ।

୫.ଅଭିଗ୍ରହଣ– ଏହି ରୋଗରେ ଆକ୍ରାନ୍ତ ବ୍ୟକ୍ତିଙ୍କୁ ଠିକ ଭାବରେ ଶୁଣାଯାଏନି । କୌଣସି କଥାକୁ ସେ ହଠାତ୍ ଗ୍ରହଣ କରିପାରେ ନାହିଁ । ଏହା ହେଉଛି ଏହି ରୋଗର ଏକ କାରଣ ହୋଇଥାଏ । ତେଣୁ ଏ ଦିଗରେ ଆଣପମାନେ ସତର୍କ ରହି ଡାକ୍ତରଙ୍କ ପରାମର୍ଶ ନିଶ୍ଚିତ କରନ୍ତୁ ।

Get real time updates directly on you device, subscribe now.