ମଙ୍ଗଳ ରାଶି ପରିବର୍ତ୍ତନରେ ୫ ରାଶିଙ୍କର ଆରମ୍ଭ ହେବ ଭଲ ଦିନ, ଗାଡି-ସଂପତ୍ତି କିଣିବାର ରହିଛି ଯୋଗ

ଓଡ଼ିଶା ଭାସ୍କର: ବୈଦିକ ଜ୍ୟେତିଷରେ ଗ୍ରହଙ୍କ ସେନାପତି ମଙ୍ଗଳଦେବଙ୍କୁ ଶାରିରୀକ ବଳ, ସାହସ, ପରାକ୍ରମ, ଶକ୍ତି, ଭୂମି, ରକ୍ତ, ଲାଲ ରଙ୍ଗ, ବଡ ଭାଇ ବା ଗାଡ଼ି ଆଦିର ସ୍ୱାମୀ ଏବଂ ନିୟନ୍ତ୍ରକ ଗ୍ରହ ଭାବେ ବିବେଚନା କରାଯାଏ । ମଙ୍ଗଳ ଗ୍ରହର ରାଶି ବା ନକ୍ଷତ୍ର ପରିବର୍ତ୍ତନରେ ଜୀବନର ଏହି ସମସ୍ତ ବ୍ୟବହାରିକ ପ୍ରୟାସ ଏବଂ ସମସ୍ତ ରାଶିମାନଙ୍କ ଉପରେ ବ୍ୟାପକ ପ୍ରଭାବ ପଡିଥାଏ ।

ରବିବାର ୨୦ ଅକ୍ଟୋବର ୨୦୨୪ରେ ମଙ୍ଗଳ ଗ୍ରହ ଦ୍ୱିପ୍ରହର ୨ଟା ୪୬ ମିନିଟରେ ମିଥୁନ ରାଶିରୁ ବାହାରି କର୍କଟରେ ପ୍ରବେଶ କରିବେ । ମଙ୍ଗଳ ଦେବଙ୍କ ରାଶି ପରିବର୍ତ୍ତନର ପ୍ରଭାବ ସମସ୍ତ ରାଶିମାନଙ୍କ ଉପରେ ପଡିବ, ସେହିପରି କିଛି ରାଶିଙ୍କ ଉପରେ ଏହାର ନକରାତ୍ମକ ପ୍ରଭାବ ପଡିବ । ହେଲେ ୫ ରାଶି ଉପରେ ଏହାତ ସକରାତ୍ମକ ପ୍ରଭାବ ପଡିବ । ଆସନ୍ତୁ ଜାଣିବା, ଦୀପାବଳି ପୂର୍ବରୁ ଯେଉଁ ୫ ଲକି ରାଶିମାନଙ୍କ ଭଲ ଦିନ ଆସିବାକୁ ଯାଉଛି, ସେହି ରାଶିମାନେ କିଏ କିଏ?

ମେଷ ରାଶି: ଏହି ରାଶିଙ୍କ ଏହି ସମୟରେ ଆର୍ଥିକ ଲାଭ ହେବାର ସମ୍ଭାବନା ରହିଛି । ବେପାର ବାଣୀଜ୍ୟରେ ବୃଦ୍ଧି ହୋଇପାରେ । କର୍ମକ୍ଷେତ୍ରରେ ଆପଣଙ୍କ ବିଚାରକୁ ମହତ୍ତ୍ୱ ଦିଆଯିବ । ଚାକିରିରେ ପଦୋନ୍ନତି ମିଳିପାରେ । ଜମିବାଡି ସହ ଜଡିତ ମାମଲାରେ ସଫଲତା ମିଳିପାରେ । ଆମଦାନୀ-ରପ୍ତାନୀ କାରବାରେ ଲୋକଙ୍କୁ ଲାଭ ମିଳିବ । ଶିକ୍ଷା କ୍ଷେତ୍ରରେ ଛାତ୍ରଛାତ୍ରୀମାନେ ବିଦେଶ ଯିବାର ସୁଯୋଗ ରହିଛି ।

କର୍କଟ ରାଶି: ଏହି ରାଶିମାନଙ୍କୁ ଏହି ସମୟରେ ସାହସ ଏବଂ ଶକ୍ତିର ଅନୁଭବ ହେବ । ଚାକିରିରେ ଭଲ ସୁଯୋଗ ମିଳିପାରେ । ଦଳୀୟ କାର୍ଯ୍ୟକ୍ରମରେ ଆପଣଙ୍କ କଥାର ଗୁରୁତ୍ୱ ରହିବ । ମାଲିକ ଆପଣଙ୍କ ଉପରେ ଖୁସି ରହିବ । ପରିବାରକୁ ନୂଆ ସଦସ୍ୟଙ୍କ ଆଗମନ ହୋଇପାରେ । ପରିବାରରେ ଖୁସି ବଢିବ ।

କନ୍ୟା ରାଶି: ଏହି ରାଶିର ଲୋକଙ୍କ ପାଇଁ ଭଲ ଦିନ ଆରମ୍ଭ ହେବାକୁ ଯାଉଛି । ଆତ୍ମବିଶ୍ୱାସ ବଢିବ ଏବଂ ସାମାଜିକ ପ୍ରତିଷ୍ଠାରେ ବୃଦ୍ଧି ଘଟିବ । ବ୍ୟାପାରରେ ନୂଆ ଅବସର ମିଳିବ । ଅନଲାଇନ ଗେମିଙ୍ଗରେ ସଫଳତା ପାଇବେ । ନୂଆ ମାର୍କେଟରେ ପ୍ରବେଶ କରିବାକୁ ଭଲ ସୁଯୋଗ ମିଳିବ । ନୂଆ ଗାଡି କିଣିବା ଲାଗି ଏହି ସମୟ ଅନୁକୂଳ ରହିବ । ଘରର ସଦସ୍ୟମାନଙ୍କ ମଧ୍ୟରେ ସହଯୋଗ ଏବଂ ପ୍ରେମ ବର୍ଷା ହେବ । ବୃଦ୍ଧମାନଙ୍କ ଆଶୀର୍ବାଦ ପ୍ରାପ୍ତ ହେବ ।

ଧନୁ ରାଶି: ଏହି ରାଶିର ଲୋକଙ୍କୁ ଚାକିରି ଯୋଗ ରହିଛି । ଆପଣଙ୍କୁ ହଠାତ ଧନ ଲାଭ ହୋଇପାରେ । ପୁରୁଣା ନିବେଶରେ ଭଲ ରିଟର୍ଣ୍ଣ ମିଳିପାରେ । ଆପଣ ନିଜ ନୂଆ କାମ ମଧ୍ୟ ଆରମ୍ଭ କରିପାରିବେ । ଯେଉଁଥିରେ ଆପଣଙ୍କ ଘରେ ଟଙ୍କାର ବର୍ଷା ହୋଇପାରେ । ପୁରୁଣା କରଜରୁ ମୁକ୍ତି ମିଳିପାରେ । ଛାତ୍ରଛାତ୍ରୀଙ୍କ କ୍ୟାରିୟରରେ ପ୍ରଗତି ହୋଇପାରେ ଏବଂ ପ୍ରତିଯୋଗୀ ପରୀକ୍ଷାରେ ସଫଳତା ମିଳିପାରେ ।

କୁମ୍ଭ ରାଶି: ଆପଣଙ୍କୁ ପରିଶ୍ରମର ଫଳ ପ୍ରାପ୍ତି ହେବ । ଚାକିରିରେ ପ୍ରମୋଶନ ହୋଇପାରେ । ରିୟଲ ଇଷ୍ଟେଟ ସହ ଜଡିତ ଲୋକଙ୍କୁ ଭଲ ଲାଭ ମିଳିପାରେ । ନୂଆ ଡିଲ ହୋଇପାରେ । ଆମଦାନୀ ବଢିବା ସହ ଘରେ ଚମକ ବଢିବ । ପ୍ରେମ ଜୀବନ ସୁଖମୟ ହେବ । ଆପଣ ନିଜ ନୂଆ ଗାଡି କିଣିପାରନ୍ତି । ପରିବାରରେ ଉତ୍ସବର ମାହୋଲ ରହିବ । ସ୍ୱାସ୍ଥ୍ୟ ମଧ୍ୟ ଭଲ ରହିବ ।

 

Get real time updates directly on you device, subscribe now.