fbpx
BSKY
BJD YOUTH SKY
BJD MS SKY

ଫିରିଙ୍ଗିଆ ଥାନା ପୋଡି ଘଟଣାରେ ନେତାଙ୍କ ସହ ୫୦ ଜଣଙ୍କ ନାମରେ ମାମଲା : ୧୯ ଜଣ ଗିରଫ

ବ୍ରହ୍ମପୁର : କନ୍ଧମାଳ ଫିରିଙ୍ଗିଆ ଥାନା ପୋଡି ଓ ଭଙ୍ଗାରୁଜା ମାମଲରେ ଏବେ ପର୍ଯ୍ୟନ୍ତ ପୋଲିସ ୫୦ ଜଣଙ୍କ ନାମରେ ମାମଲା ରୁଜୁ କରି ସାରିଲାଣି । ଏହି ଘଟଣାକୁ ନେଇ ଆକ୍ସନ ମୁଡରେ ପୋଲିସ । ବର୍ତ୍ତମାନ ସୁଧା ପୋଲିସ ୧୯ ଜଣଙ୍କୁ ଗିରଫ କରିଥିବା ବେଳେ ଅନ୍ୟମାନଙ୍କୁ ଖୁବଶୀଘ୍ର ଧରାପଡିବେ ବୋଲି କହିଛନ୍ତି । ଆକ୍ରମଣରେ ଗୁରୁତର ଆହାତ ହୋଇଥିବା ଏସଆଇଙ୍କୁ କଟକ ସ୍ଥାନାନ୍ତର କରାଯାଇଛି ।

ସୂଚନା ଅନୁଯାୟୀ , ଏଭଳି ପରିସ୍ଥିତି ସୃଷ୍ଟି ହେବା ପରେ ଏହି ଘଟଣାରେ ଫିରିଙ୍ଗିଆ ବ୍ଲକ ଉପାଧ୍ୟକ୍ଷ, ସରପଞ୍ଚ ଓ ସମିତି ସଭ୍ୟଙ୍କ ସହ ୫ ଜଣ ସରପଞ୍ଚ, ୩ ସମିତି ସଭ୍ୟଙ୍କ ନାମରେ ପୋଲିସ ମାମଲା ରୁଜ୍ଜୁ କରି ଥରବା ସୂଚନା ମିଳିଛି । ତେବେ ଘଟଣାରେ ଜିଲ୍ଲା ହେଡ କ୍ବାର୍ଟରକୁ ବଦଳି ହୋଇଥିବା ଥାନା ଅଧିକାରୀ ତପନ ନାହାକଙ୍କ ବଦଳରେ ନୂତନ ଥାନା ଅଧିକାରୀ ରମେଶ ପ୍ରଧାନକୁ ଦାୟିତ୍ବ ମିଳିଛି । ଏହା ସହ ଘଟଣାରେ ଦୁଇଜଣ ହୋମଗାର୍ଡକୁ କାର୍ଯ୍ୟରୁ ଅନ୍ତର କରାଯାଇଛି । ଥାନାର ୮୦ ପ୍ରତିଶତ ଅଂଶ ପୋଡି ଯାଇଥିବାବେଳେ ପୁଣି ଥାନାକୁ କାର୍ଯ୍ୟ କ୍ଷମ କରିବାକୁ ପ୍ରୟାସ ଚାଲିଛି । ତେବେ ଗଞ୍ଜେଇ ଚୋରା ଚାଲାଣ ମାମଲାରେ ଚଳିତ ଥରକୁ ମିଶାଇ ତିନିଥର ବିବାଦକୁ ଆସିଲାଣି ଫିରିଙ୍ଗିଆ ଥାନା ।

ବର୍ତ୍ତମାନ ଫିରିଙ୍ଗିଆ ଥାନା ପୋଲିସର ଗଞ୍ଜେଇ କାରବାରକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାପ ଉତ୍ତେଜନା ଲାଗି ରହିଥିବା ବେଳେ ପୋଲିସ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଜୋର ପ୍ରୟାସ ଜାରି ରଖିଛନ୍ତି ।

Get real time updates directly on you device, subscribe now.