fbpx

SBIରେ ଆକାଉଣ୍ଟ ଥିଲେ ଆପଣଙ୍କ ଜମାଟଙ୍କା ଉପରେ କଟିବ ଚାର୍ଜ: ଜାଣନ୍ତୁ ଡିପୋଜିଟର ନିୟମ

ନୂଆଦିଲ୍ଲୀ: ଯଦି ଦେଶର ସର୍ବବୃହତ ପବ୍ଲିକ୍ ସେକ୍ଟର ବ୍ୟାଙ୍କ – ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ) ର ଆପଣ ଗ୍ରାହକ , ତେବେ ଏହି ଖବର ଆପଣଙ୍କ ପାଇଁ ଉପଯୋଗୀ ହୋଇପାରେ । ତେବେ ଏସବିଆଇର ଏକ ନିୟମ ଅନୁଯାୟୀ, ଯେଉଁ ଗ୍ରାହକଙ୍କ ବ୍ୟାଙ୍କ ଆକାଉଣ୍ଟରେ ଟଙ୍କା ଜମା ହୋଇଥାଏ, ସେହି ଗ୍ରାହକଙ୍କ ଆକାଉଣ୍ଟରୁ ଚାର୍ଜ ମଧ୍ୟ କଟାଯାଇଥାଏ । କ୍ୟାସ ଡିପୋଜିଟ ମେସିନରୁ ଟଙ୍କା ଜମା କରିବା ଉପରେ ଏହି ଚାର୍ଜ ଆଦାୟ କରାଯାଏ ।

ଏଟିଏମ ପରି ନଗଦ ଜମା ମେସିନ୍ :-

ନଗଦ ଜମା ମଧ୍ୟ ଏକ ଏଟିଏମ୍ ମେସିନ୍ ପରି । ଅଧିକାଂଶ ଏସବିଆଇ ଏଟିଏମ୍ ମେସିନ ପାଖରେ ନଗଦ ଜମା ମେସିନ୍ ରହିଛି । ଏଥିରେ ଆପଣ ନଗଦ ଜମା କରିପାରିବେ । ବ୍ରାଞ୍ଚକୁ ନଯାଇ ଆକାଉଣ୍ଟରେ ଟଙ୍କା ଜମା କରିବାକୁ ଆପଣ ଏହି ମେସିନ୍ ବ୍ୟବହାର କରିପାରିବେ । ଏଥିପାଇଁ ଯେଉଁ ଟଙ୍କା ଟଙ୍କା ଜମା କରୁଛନ୍ତି, ତାହାଳ ସଫା ଅଛି କି ନାହିଁ ତାହା ଉପରେ ଧ୍ୟାନ ଦେବା ଉଚିତ୍ । ଯଦି ନୋଟଗୁଡିକ ଚିରା କିମ୍ବା ପୁରୁଣା, ଏଟିଏମ୍ ମେସିନ୍ ସେଗୁଡିକ ଗ୍ରହଣ କରିବ ନାହିଁ ।

ଖାସ୍ ନିୟମ :-
ଏହି ମେସିନରୁ ଜମା କରିବା ପରେ ତୁରନ୍ତ ଆପଣଙ୍କ ଆକାଉଣ୍ଟକୁ ଟଙ୍କା ଆସେ । ତେବେ ୨୫ ଟଙ୍କା ବା ଏଥିରୁ ଅଧିକ ଜମା ଶୁଳ୍କ କଟାଯାଇଥାଏ । ଟଙ୍କାର ପରିମାଣ ହିସାବରେ ଏହି ଚାର୍ଜ ବୃଦ୍ଧି ପାଇପାରେ । ପ୍ରତି କାରବାରର ସୀମା ୪୯,୯୦୦ ଟଙ୍କା ରହିଛି । ଆପଣ ଏହି ମେସିନ୍ ସହିତ ଆପଣଙ୍କର ପିପିଏଫ, ଆରଡି ଏବଂ ଋଣ ଆକାଉଣ୍ଟରେ ମଧ୍ୟ ନଗଦ ଜମା କରିପାରିବେ । ଏଟିଏମ୍ ମେସିନ୍ କେବଳ ୧୦୦ / -, ୫୦୦ / – ଏବଂ କେବଳ ୨୦୦୦ / – ମୂଲ୍ୟ ବର୍ଗର ନୋଟ୍ ଗ୍ରହଣ କରେ ।

Get real time updates directly on you device, subscribe now.