fbpx

ଶସ୍ତାରେ ଫିଲ୍ମ ଦେଖିବାର ସୁଯୋଗ! ଏହି ବ୍ୟାଙ୍କ ଦେଉଛି ୫୦% ଡିସକାଉଣ୍ଟ, ଜାଣନ୍ତୁ ସମ୍ପୂର୍ଣ୍ଣ ସର୍ତ୍ତ

ନୂଆଦିଲ୍ଲୀ: କରୋନା ଯୋଗୁଁ ବନ୍ଦ ହୋଇଥିବା ସିନେମା ହଲ୍ ପୁଣିଥରେ ଖୋଲିଯାଇଛି । ଥିଏଟରରେ ଫିଲ୍ମ ଦେଖିବାକୁ ଲୋକମାନେ ସେମାନେଙ୍କ ପରିବାର, ବନ୍ଧୁମାନଙ୍କ ସହ ବହୁ ସଂଖ୍ୟାରେ ଯାଉଥିବାର ଦେଖିବାକୁ ମିଳିଛି । ଯଦି ଆପଣଙ୍କୁ ବି ଫିଲ୍ମ ଦେଖିବାକୁ ଭଲ ଲାଗେ, ତେବେ ଟିକେଟକୁ ନେଇ ଆପଣଙ୍କ ପାଇଁ ରହିଛି ବଡ଼ ଖବର । ଏଣିକି ଆପଣ ଶସ୍ତା ଟିକେଟ୍ କିଣିପାରିବେ । କରୋନା ଯୋଗୁଁ ହଲ୍ ଯାଉନଥିବା ଗ୍ରାହକଙ୍କୁ ଉତ୍ସାହିତ କରିବାକୁ ସିନେମା ହଲ୍, ବ୍ୟାଙ୍କ ଓ ବୁକିଂ ଆପଗୁଡିକ ବିଭିନ୍ନ ଅଫର୍ ଆଣିଛନ୍ତି ।

ତେବେ ଦେଶର ସପ୍ତମ ବଡ଼ ସରକାରୀ ବ୍ୟାଙ୍କ ‘ଇଣ୍ଡିଆନ ବ୍ୟାଙ୍କ’ ନିଜ ଗ୍ରାହକଙ୍କୁ ବହୁତ ଭଲ ଅଫର ଦେଉଛି । ଫିଲ୍ମ ଟିକେଟ କିଣିବା ଉପରେ ବ୍ୟାଙ୍କ ୫୦% ର ଏକ ଜବରଦସ୍ତ ଅଫର ଦେଉଛି । ଯଦି ଆପଣ ଜଣେ ଇଣ୍ଡିଆନ୍ ବ୍ୟାଙ୍କର ଗ୍ରାହକ, ତେବେ କ୍ରେଡିଟ୍ କାର୍ଡରେ ‘Book My Show’ ମାଧ୍ୟମରେ ଟିକେଟ୍ ବୁକିଂ ଆପଣ ୫୦% ରିହାତି ପାଇପାରିବେ । ଆସନ୍ତୁ ଜାଣିବା ବ୍ୟାଙ୍କ ଏଥିପାଇଁ କ’ଣ ନିୟମ ରଖିଛି…

– ଏଥିପାଇଁ ଆପଣଙ୍କର Indian Bankର RuPay କ୍ରେଡିଟ୍ କାର୍ଡ ଥିବା ଆବଶ୍ୟକ ।

– ଆପଣଙ୍କୁ ‘Book My Show’ କୁ ଯାଇ ଫିଲ୍ମ ଟିକେଟ ବୁକ୍ କରିବାକୁ ପଡିବ ।

– ଅଫର ଅନୁଯାୟୀ, ଆପଣ ପ୍ରତି ମାସରେ କେବଳ ଗୋଟିଏ କାର୍ଡରେ ଥରେ ଲାଭ ଉଠାଇପାରିବେ ।

– ଟିକେଟ୍ ବୁକିଂ ଉପରେ ଆପଣ ୫୦ ପ୍ରତିଶତର ରିହାତି ସାଙ୍ଗେ ସାଙ୍ଗେ ପାଇବେ ।

– ଆପଣ ଗୋଟିଏ ଥରରେ ସର୍ବାଧିକ ୨୫୦ ଟଙ୍କା ରିହାତି ପାଇପାରିବେ ।
– ଏହି ଅଫର ଚଳିତ ବର୍ଷ ଶେଷ ପର୍ଯ୍ୟନ୍ତ ଅର୍ଥାତ୍ ୩୧ ଡିସେମ୍ବର ୨୦୨୧ ପର୍ଯ୍ୟନ୍ତ ବୈଧ ରହିବ ।

Get real time updates directly on you device, subscribe now.