(Breaking) ସୁଭଦ୍ରା ଓ ଆବାସକୁ ନେଇ ଉପମୁଖ୍ୟମନ୍ତ୍ରୀ କହିଲେ ଏମାନଙ୍କୁ ମିଳିବ ଅଧିକ ଟଙ୍କା

ଭୁବନେଶ୍ୱର- ବଣ୍ଡାମାନଙ୍କୁ ଅଧିକ ୫୦ ହଜାର ଟଙ୍କା ମିଳିବ କହିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା । ଉପମୁଖ୍ୟମନ୍ତ୍ରୀ ବଣ୍ଡାଘାଟିରେ ସ୍ଥିତି ପରଖିବା ପରେ ଏହି କଥା କହିଛନ୍ତି । ବଣ୍ଡାଘାଟି ଯାଇ ସେଠାରେ ଲୋକଙ୍କୁ ଭେଟି ସୁଭଦ୍ରା ଓ ଆବାସ ଯୋଜନାକୁ ନେଇ ଆଲୋଚନା କରିଥିଲେ ମନ୍ତ୍ରୀ ।

ପ୍ରଭାତିଙ୍କ କହିଛନ୍ତି, ବଣ୍ଡାଘାଟିରେ ସେମାନଙ୍କ ସହ ଆଲୋଚନା କରିବା ପରେ ସେ ବଣ୍ଡାଘାଟି ପାଇଁ ଅଧିକ ୫୦ ହଜାର ଟଙ୍କାର ଆବଶ୍ୟକତା ଥିବା ଅନୁଭବ କରିଛନ୍ତି । ସୁଭଦ୍ରା ଓ ଆବାସ ଯୋଜନାକୁ ନେଇ ଆଲୋଚନା କରିବା ପରେ ସେମାନଙ୍କ ଘର ତିଆରି ପାଇଁ ଆଉ ୫୦ ହଜାର ଟଙ୍କା ଦିଆଯିବ ବୋଲି କହିଛନ୍ତି ପ୍ରଭାତୀ ।

 ଏଥିସହ ସୁଭଦ୍ରାରେ ବଣ୍ଡାଘାଟିର ୨୯୩୨ ଆବେଦନ ରିଜେକ୍ଟ ହୋଇଥିଲା, ତା ଉପରେ ସାନି ବିଚାର ହେବ । ସରକାରୀ ପ୍ରତିନିଧି ଘାଟିରେ ଘରକୁ ଘର ବୁଲି ଲୋକଙ୍କ ସହ ଆଲୋଚନା କରିବା ସହ ଏହି ସମସ୍ୟାର ସମାଧାନ ବାଟ ବାହାର କରିବେ । ଏଥିସହ ମନ୍ତ୍ରୀ କହିଛନ୍ତି କି, ସେ ଲୋକଙ୍କ ସହ କଥା ହୋଇ ଜାଣିବାକୁ ପାଇଛନ୍ତି କି, ବଣ୍ଡାଘାଟିରେ ଲୋକଙ୍କ ଘର ତିଆରି ପାଇଁ ଅଧିକ ଟଙ୍କା ଖର୍ଚ୍ଚ ହେଉଛି । ତେଣୁ ସରକାର ବଣ୍ଡାଘାଟି ଲୋକଙ୍କ ଆବାସ ପାଇଁ ଅଧିକ ୫୦ ହଡାର ଟଙ୍କା ଦେବେ ।