IOCL ପକ୍ଷରୁ ବାହାରିଲା ୫୧୩ଟି ପଦବୀ: ଓଡ଼ିଶା ପ୍ରାର୍ଥୀଙ୍କ ପାଇଁ ଭଲ ସୁଯୋଗ

ଚାକିରି ଖୋଜୁଥିବା ଯୁବକ, ଯୁବତୀଙ୍କ ପାଇଁ ଏକ ଖୁସି ଖବର । ଭାରତୀୟ ତୈଳ ନିଗମ ଲିମିଟେଡ (ଆଇଓସିଏଲ) ପକ୍ଷରୁ ୫୧୩ଟି ପଦବୀ ପାଇଁ ବିଜ୍ଞାପନ ବାହାରିଛି । ପ୍ରାର୍ଥୀଙ୍କୁ ଜୁନିୟର ଇଞ୍ଜିନିୟରିଂ ଆଷ୍ଟିଷ୍ଟାଣ୍ଟ, ଜୁନିୟର କ୍ୱାଲିଟି କଣ୍ଟ୍ରୋଲ ଆନାଲିଷ୍ଟ, ଜୁନିୟର ମ୍ୟାଟେରିଆଲ ଆସିଷ୍ଟାଣ୍ଟ, ଜୁନିୟର ନର୍ସିଂ ଆସିଷ୍ଟାଣ୍ଟ ପଦରେ ନିଯୁକ୍ତି ଦିଆଯିବ । ଇଚ୍ଛୁକ ପ୍ରାର୍ଥୀମାନେ ତଳେ ଦିଆଯାଇଥିବା ନୋଟିଫିକେସନ ଲିଙ୍କକୁ ଯାଇ ସବିଶେଷ ତଥ୍ୟ ପାଇ ପାରିବେ ।

ପ୍ରାର୍ଥୀମାନେ ମାର୍ଚ୍ଚ ମାସ ୧ ତାରିଖରୁ ୨୦ ତାରିଖ ମଧ୍ୟରେ ଅନଲାଇନରେ ଆବେଦନ କରିପାରିବେ । ଏପ୍ରିଲ ମାସ ୨୦ ତାରିଖ ସୁଦ୍ଧା ପ୍ରାର୍ଥୀମାନେ ହାର୍ଡ କପି ପଠାଇ ପାରିବେ । ଜେନେରାଲ / ଇଡବ୍ଲ୍ୟୁଏସ ଓ ଓବିସି ପ୍ରାର୍ଥୀମାନେ ୧୫୦ ଟଙ୍କା ଫିସ୍ ପ୍ରଦାନ କରିବେ । ପେମେଣ୍ଟ ଅନଲାଇନ୍ ମାଧ୍ୟମରେ ଗ୍ରହଣ କରାଯିବ । ପରୀକ୍ଷା ତାରିଖ ପ୍ରାର୍ଥୀଙ୍କୁ ପରେ ସୂଚିତ କରାଯିବ । ୨୦୨୩ ମସିହା ମାର୍ଚ୍ଚ ମାସ ୨୦ ତାରିଖ ସୁଦ୍ଧା ପ୍ରାର୍ଥୀଙ୍କର ବୟସ ୧୮ରୁ ୨୬ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ । ବୟସ କୋହଳ ନିୟମ ଅନୁଯାୟୀ ଧାର୍ଯ୍ୟ କରାଯିବ । ପ୍ରାର୍ଥୀମାନେ ସେମାନଙ୍କର ଅନଲାଇନ୍ ଆପ୍ଲିକେସନର ପ୍ରିଣ୍ଟଆଉଟ ସାଧାରଣ ପୋଷ୍ଟରେ ପଠାଇ ପାରିବେ ।

ନୋଟିଫିକେସନ ଲିଙ୍କ: https://img.freejobalert.com/uploads/2023/02/Notification-IOCL-Various-Vacancy-Posts.pdf

ଅଫିସିଆଲ ୱେବସାଇଟ୍ ଲିଙ୍କ: https://www.iocl.com/