ଭୋପାଲ- ମଧ୍ୟପ୍ରଦେଶ ଭୋପାଲର ଏକ ଜଙ୍ଗଲ ଭିତରୁ ଇନୋଭା କାରରୁ ୫୨ କିଲୋର ସୁନା ବିସ୍କୁଟ ସହ ୧୦ କୋଟି ଟଙ୍କା ଜବତ ହୋଇଛି । ଇନୋଭା କାରଟି ସହ ଏତେ ସମ୍ପତ୍ତି ପରିତ୍ୟକ୍ତ ଅବସ୍ଥାରେ ଜବତ ହୋଇଛି । ଜବତ ସୁନା ବିସ୍କୁଟର ମୂଲ୍ୟ ୪୦ କୋଟି ଟଙ୍କାରୁ ଅଧିକ ହେବ ।
ପୋଲିସକୁ ବିଶେଷ ସୂତ୍ରରୁ ସୂଚନା ମିଳିଥିଲା କି ବହୁ ପରିମାଣର ସୁନା ଓ ଟଙ୍କା ଜଙ୍ଗଲରୁଟରେ ଯାଉଛି । ଏହି ସୂଚନା ଆଧାରରେ ପୋଲିସ ଜଙ୍ଗଲକୁ ଘେରାବନ୍ଦୀ କରିଥିଲା । ୩୦ଟି ପୋଲିସ ଭ୍ୟାନ ସହ ୧୦୦ ପୋଲିସ ଏଥିରେ ନିୟୋଜିତ ହୋଇଥିଲେ । ପୋଲିସ ଗାଡିକୁ ଧରିବା ବେଳକୁ କିନ୍ତୁ ଗାଡି ଭିତରେ କେହି ବି ନ ଥିଲେ ।
ଦୁଇଟି ବ୍ୟାଗରେ ସୁନା ଓ ଟଙ୍କା ରହିଥିଲା । ଇନୋଭାର ନମ୍ବରକୁ ନେଇ ତଦନ୍ତ ହେବାରୁ ତାହା ଚେତନ ଗୌର ନାମକ ବ୍ୟକ୍ତିଙ୍କ ନାମରେ ଥିବା ଜଣାପଡିଥିଲା । ଅଧିକ ତଦନ୍ତ ପରେ ଗୋଆଲିୟରର ବାସିନ୍ଦା ତଥା ପୂର୍ବତନ ଆରଟିଓ କନଷ୍ଟେବଲ ସୌରଭ ଶର୍ମାଙ୍କ ସହଯୋଗୀ ବୋଲି ଜଣାପଡିଥିଲା । ପୋଲିସ ଘଟଣାକୁ ନେଇ ଅଧିକ ତଦନ୍ତ ଜାରି ରଖିଛି ।
ତେବେ ଏଠାରେ କହି ରଖୁ କି, ଏହାରି ଭିତରେ ଲୋକାୟୁକ୍ତର ଏକ ଟିମ ଶର୍ମାଙ୍କ ପୋଶ ଅଞ୍ଚଳରେ ଥିବା ଘର ଉପରେ ଗୁରୁବାର ରେଡ କରିଥିଲା । ଏହି ରେଡ କାଳରେ ଅଧିକାରୀଙ୍କୁ ଏକ କୋଟିରୁ ଅଧିକ କ୍ୟାସ ସହ ଅଧ କିଲୋ ସୁନା ଓ ହୀରା, ରୂପା ବାର ଓ ବହୁ ସମ୍ପତ୍ତି ମିଳିଛି ।
भोपाल के जंगल में लावारिस खड़ी मिली इनोवा कर से 52 किलो सोना मिला है। 10 करोड़ कैश भी मिला है। कार पर RTO लिखा है और चेतन के नाम पर रजिस्टर्ड है। pic.twitter.com/fphnvlW7xU
— Sachin Gupta (@SachinGuptaUP) December 20, 2024