fbpx

ଚେଞ୍ଜିଙ୍ଗ ରୁମକୁ ଆସନ୍ତି ଡାକ୍ତର ବାବୁ: ୫୨ ନର୍ସ କଲେ ଏମିତି ଅଭିଯୋଗ

Advertisement

ଭୋପାଲ: ମଧ୍ୟପ୍ରଦେଶର ରାଜଧାନୀ ଭୋପାଳର ଏକ ସରକାରୀ ଗାନ୍ଧୀ ମେଡିକାଲ କଲେଜରୁ ଆସିଛି ଅଜବ ଅଭିଯୋଗ । ହସ୍ପିଟାଲର ଅଧୀକ୍ଷକ ଡକ୍ଟର ଦୀପକ ମରାବୀଙ୍କ ଉପରେ ଯୌନ ନିର୍ଯାତନାର ଅଭିଯୋଗ ଆଣିଛନ୍ତି ସେଠାକାର କର୍ମଚାରୀ । ଏ ନେଇ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କୁ ଏକ ପତ୍ର ଲେଖି ସମସ୍ତ ଘଟଣା ସମ୍ପର୍କରେ ଜଣାଇଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ ସମେତ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ର, ଚିକିତ୍ସା ଶିକ୍ଷାମନ୍ତ୍ରୀ ବିଶ୍ୱାସ ସାରଙ୍ଗ ଏବଂ ଡିଜିପି ସୁଧୀର ସକ୍ସେନାଙ୍କ ନିକଟକୁ ଏହି ଚିଠି ଲେଖି ଜଣାଇଛନ୍ତି ପୀଡିତା ନର୍ସ । ଡାକ୍ତରବାବୁଙ୍କ ନାଁରେ ୫୨ ଜଣ ନର୍ସ ଯୌନ ନିର୍ଯାତନା ଭଳି ଆରୋପ ଲଗାଇଛନ୍ତି । ଛୁଟି ମଞ୍ଜୁର କରିବା ସମୟରେ, ଜଏନିଙ୍ଗ ସମୟରେ ନିଜ ଚାମ୍ବରକୁ ଡକାଇ ଅଶ୍ଳୀଳ କଥାବାର୍ତ୍ତା କରିବା ସହିତ ଖରାପ ଉଦ୍ଦେଶ୍ୟରେ ଛୁଇଁବାକୁ ମଧ୍ୟ ଚେଷ୍ଟା କରୁଥିବା ଅଭିଯୋଗ ହୋଇଛି । କେବଳ ସେତିକି ନୁହେଁ, କିଛି ନର୍ସଙ୍କୁ ବିନା କାରଣରେ ନିଜ ଚାମ୍ବରକୁ ଡକାଇ ଅନାବଶ୍ୟକ କଥା କହିବା ସହିତ ରାତି ସମୟରେ ନିଶାଶକ୍ତ ଅବସ୍ଥାରେ ଚେଞ୍ଜିଙ୍ଗ ରୁମକୁ ପଶି ଆସନ୍ତି ଡାକ୍ତର । ସେଠାରେ ନର୍ସମାନଙ୍କ ସହ ଅଶ୍ଳୀଳ କଥାବାର୍ତ୍ତା କରୁଥିବା ନର୍ସମାନେ ଅଭିଯୋଗରେ ଉଲ୍ଲେଖ କରିଛନ୍ତି । ଏମିତିକି ନିକଟରେ ଜଣେ ନର୍ସଙ୍କୁ ଡାକ୍ତର ବଳାତ୍କାର କରିବା ପାଇଁ ଉଦ୍ୟମ କରିଥିବା ମଧ୍ୟ ଅଭିଯୋଗ ପତ୍ରରେ ଦର୍ଶାଯାଇଛି ।

ଅଭିଯୋଗ ପରେ ଆସନ୍ତା ୧୦ ଦିନ ମଧ୍ୟରେ ଘଟଣାର ତଦନ୍ତ କରି ରିପୋର୍ଟ ଦେବା ପାଇଁ ବିଭାଗୀୟ ଅଧିକାରୀ ଗୁଲଶନ ବାମରାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଚିକିତ୍ସା ଶିକ୍ଷାମନ୍ତ୍ରୀ ବିଶ୍ୱାସ ସାରଙ୍ଗ । ଏହାପରେ ରାଜ୍ୟରେ ମାହୋଲ ଗରମ ହୋଇଛି । ସମ୍ପୃକ୍ତ ଡାକ୍ତରଙ୍କୁ ଦଣ୍ଡ ବିଧାନ ସହ ନର୍ସଙ୍କୁ ସୁରକ୍ଷା ଏବଂ ଉଚିତ ନ୍ୟାୟ ଦେବାକୁ ଦାବି ହୋଇଛି ।

Get real time updates directly on you device, subscribe now.