fbpx

ଦେଶର ୫୪,୭୫୨ଟି PACS କମ୍ପ୍ୟୁଟରୀକରଣ ହେବ: ରାଜ୍ୟସଭାରେ ଘୋଷଣା କଲେ ଗୃହମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସର୍ବଦା ଦେଶର କୃଷକଙ୍କ ବିକାଶ ଦିଗରେ କାର୍ଯ୍ୟ କରୁଛନ୍ତି । କେନ୍ଦ୍ର ସରକାର ଏଥିପାଇଁ କ୍ରମାଗତ ଭାବେ ନୂଆ ନୂଆ ଯୋଜନା ପ୍ରଣୟନ କରୁଛନ୍ତି । ଗତ କିଛି ବର୍ଷ ମଧ୍ୟରେ କେନ୍ଦ୍ର ସରକାରଙ୍କ ମହତ୍ତ୍ୱାକାଂକ୍ଷୀ ପିଏମ କିଷାନ ସମ୍ମାନ ନିଧି ଓ ପିଏମ କିଷାନ ଫସଲ ବୀମା ଯୋଜନା ଆଜି ଲକ୍ଷ ଲକ୍ଷ କୃଷକଙ୍କ ମୁହଁରେ ହସ ଫୁଟାଇ ପାରିଛି । ତେବେ ଏହା ମଧ୍ୟରେ କୃଷକଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ନେବାକୁ ଯାଉଛନ୍ତି ।

କେନ୍ଦ୍ର ଗୃହମନ୍ତ୍ରୀ ଅମିତା ଶହ କେନ୍ଦ୍ର ସରକାରଙ୍କ ଭବିଷ୍ୟତର ଯୋଜନା ବିଷୟରେ ରାଜ୍ୟସଭାରେ ତଥ୍ୟ ରଖିଛନ୍ତି । ସେ କହିଛନ୍ତି, କେନ୍ଦ୍ର ସରକାର ପ୍ରାଥମିକ କୃଷି ସମବାୟ ସମିତି (ପ୍ୟାକ୍ସ)ର କମ୍ପ୍ୟୁଟରୀକରଣ ଉପରେ କାମ କରୁଛନ୍ତି । କେନ୍ଦ୍ର ସରକାର ୫୪,୭୫୨ଟି ପ୍ୟାକ୍ସର ଡିଜିଟାଇଜେସନ କରିବା ପାଇଁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ତରଫରୁ ପ୍ରସ୍ତାବ ମିଳିଛି । ଏହି କାର୍ଯ୍ୟ ପାଇଁ କେନ୍ଦ୍ର ସରକାର ୨,୫୧୬ କୋଟି ଟଙ୍କା ଖର୍ଚ୍ଚ କରିବେ ।

ସାରା ଦେଶରେ ପ୍ୟାକ୍ସ / ବୃହତ କ୍ଷେତ୍ର ବହୁମୁଖୀ ଆଦିବାସୀ ସମିତି (ଲ୍ୟାମ୍ପସ) / କିଷାନ ସେବା ସମିତି (ଏଫଏସଏସ)ର କମ୍ପ୍ୟୁଟରୀକରଣ ପାଇଁ କେନ୍ଦ୍ର ସରକାର ଯୋଜନା କରୁଛନ୍ତି । ଏହି ଯୋଜନାକୁ ଗତ ବର୍ଷ ଜୁନ ମାସରେ ମନ୍ତ୍ରିମଣ୍ଡଳର ଆର୍ଥିକ ମାମଲା ସମିତି (ସିସିଇଏ) ମଞ୍ଜୁରୀ ପ୍ରଦାନ କରିଥିଲା । ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ୫୪,୭୫୨ଟି ପ୍ୟାକ୍ସ, ଲ୍ୟାମ୍ପସ, ଏଫଏସଏସର କମ୍ପ୍ୟୁଟରୀକରଣ କରାଇବା ପାଇଁ ପ୍ରସ୍ତାବ ପ୍ରାପ୍ତ ହୋଇଛି । ପ୍ୟାକ୍ସ ଏକ ସରକାରୀ ସମିତି ହୋଇଥିବା ବେଳେ ଏହା ମାଧ୍ୟମରେ କୃଷକମାନେ ଶସ୍ତାରେ ସୁଧ ପାଇବା ସହ ମଞ୍ଜି, ଔଷଧ, ସାର ଆଦି ପାରଇ ପାରିବେ । ଖୁବଶୀଘ୍ର ଦେଶର କୃଷକଙ୍କୁ ଏହି ସୁବିଧା ମିଳିବ ।

Get real time updates directly on you device, subscribe now.