fbpx

ବ୍ୟାଙ୍କରେ ଚାକିରି ଖୋଜୁଥିଲେ ଆସିଛି ଖୁସିଖବର : ଏଥିରେ ଖାଲିପଡିଛି ୫୦୦ରୁ ଅଧିକ ପଦବୀ, ଜାଣନ୍ତୁ ଶିକ୍ଷାଗତ ଯୋଗ୍ୟତା

ବ୍ୟାଙ୍କ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ୟୁକୋ ବ୍ୟାଙ୍କରେ ଖାଲିପଡିଥିବା ପଦବୀ ପାଇଁ ଆବେଦନ କରିପାରିବେ ଇଚ୍ଛୁକ ପ୍ରାର୍ଥୀ । ଏଥିପାଇଁ ରେଜିଷ୍ଟ୍ରେସନ ଲିଙ୍କ ଖୋଲିଛି । ୟୁକୋ ବ୍ୟାଙ୍କରେ ଅପାରଣ୍ଟିସ ପଦବୀ ପାଇଁ ୫୦୦ରୁ ଅଧିକ ପଦବୀ ଖାଲିପଡିଛି । ଏଥିପାଇଁ ଆବେଦନ କରିବାର ଶେଷ ତାରିଖ ୧୬ ଜୁଲାଇ ୨୦୨୪ ରହିଛି ।

ଇଚ୍ଛୁକ ଏବଂ ଯୋଗ୍ୟ ପ୍ରାର୍ଥୀ ଆବେଦନ କରିବା ପାଇଁ ୟୁକୋ ବ୍ୟାଙ୍କର ଅଫିସିଆଲ ସାଇଟକୁ ଯାଇ ଆବେଦନ କରିପାରିବେ ।

ପଦବୀ ବିବରଣୀ : ୫୪୪

ଜରୁରୀ ତାରିଖ : ଆବେଦନ କରିବାର ଶେଷ ତାରିଖ ଜୁଲାଇ ୧୬ ରହିଛି ।

ଶିକ୍ଷାଗତ ଯୋଗ୍ୟତା : ଆବେଦନ କରିଥିବା ପ୍ରାର୍ଥୀ କୌଣସି ମାନ୍ୟତାପ୍ରାପ୍ତ ବିଶ୍ୱବିଦ୍ୟାଳୟରେ ଗ୍ରାଜୁଏସନ କରିଥିବା ଜରୁରୀ ।

ବୟସ ସୀମା : ପ୍ରାର୍ଥୀଙ୍କ ବୟସ ସୀମା ୨୦ରୁ ୨୮ ବର୍ଷ ମଧ୍ୟରେ ହେବା ଜରୁରୀ ।

ଚୟନ ପ୍ରକ୍ରିୟା : ଖାଲିପଡିଥିବା ପଦବୀ ପାଇଁ ପ୍ରାର୍ଥୀଙ୍କ ଚୟନ ବିନା କୌଣସି ପରୀକ୍ଷାରେ ହେବ । ଚୟନ ସର୍ଟଲିଷ୍ଟିଂ ଏବଂ ଇଣ୍ଟରଭ୍ୟୁ ଜରିଆରେ ହେବ । ଚୟନିତ ପ୍ରାର୍ଥୀଙ୍କୁ ନିଯୁକ୍ତି ଷ୍ଟେଟଭିତ୍ତିକ ମିଳିବ ।

ଆବେଦନ ଶୁଳ୍କ : ପ୍ରାର୍ଥୀ ଆବେଦନ ଶୁଳ୍କ ଭାବେ ୧୦୦୦ ଟଙ୍କା ଦେବାକୁ ହେବ । ସଂରକ୍ଷିତ ପ୍ରାର୍ଥୀ ୫୦୦ ଟଙ୍କା ଦେବାକୁ ହେବ ।

ଦରମା : ଚୟନିତ ପ୍ରାର୍ଥୀଙ୍କୁ ଦରମା ମାସକୁ ୧୫,୦୦୦ ଟଙ୍କା ଷ୍ଟାଇପେଣ୍ଡ ମିଳିବ ।

ଅଧିକ ଜାଣିବା ପାଇଁ ଅଫିସିଆଲ ୱେବସାଇଟ ଚେକ୍‌ କରନ୍ତୁ ।

Get real time updates directly on you device, subscribe now.