fbpx

ଆବଶ୍ୟକତାଠାରୁ ଅଧିକ କାମ ବି ହୋଇପାରେ ସାଂଘାତିକ! ୧୮ ଘଣ୍ଟା ସିଫ୍ଟ ପରେ ବାଇକରେ ବିଶ୍ରାମ ନେବାବେଳେ ଡେଲିଭରି ଏଜେଣ୍ଟଙ୍କ ମୃତ୍ୟୁ

ଦୁନିଆରେ କୌଣସି ବ୍ୟକ୍ତି କେତେ କଷ୍ଟରେ ଜୀବନ ଅତିବାହିତ କରୁଛି, ତାର ଦୁଃଖ ସେତେବେଳ ପର୍ଯ୍ୟନ୍ତ ଆପଣଙ୍କୁ ହେବନାହିଁ, ଯେପର୍ଯ୍ୟନ୍ତ ଆପଣ ସମାନ ଅବସ୍ଥା ଦେଇ ଗତି ନକରିବେ । ପୂର୍ବ ଚୀନର ଜେଜିଆଙ୍ଗ ପ୍ରଦେଶରୁ ମଧ୍ୟ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି ।

ଖବର ଅନୁଯାୟୀ, ୫୦ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତି ଖାଦ୍ୟ ଡେଲିଭରୀରେ କାମ କରୁଥିଲେ । ତାଙ୍କର ୧୮ ଘଣ୍ଟିଆ ସିଫ୍ଟ ଏବଂ ଅର୍ଡର ପୂରଣ କରିବା ବାଟରେ ସେ ଇଲେକ୍ଟ୍ରିକ୍ ବାଇକ୍ ଉପରେ ବିଶ୍ରାମ ନେଉଥିବା ବେଳେ ମୃତ୍ୟୁ ଘଟିଥିଲା । ଏହି ବ୍ୟକ୍ତିଙ୍କ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ବାଇକରେ ବିଶ୍ରାମ ନେବାବେଳେ ନିଦ୍ରାରେ ମୃତ୍ୟୁ ହେବାର ଏହି ଘଟଣା ସାରା ଦେଶରେ ଡେଲିଭରୀ ଡ୍ରାଇଭରଙ୍କ କଲ୍ୟାଣ ତଥା ଆଇନଗତ ଅଧିକାର ଉପରେ ଏକ ଅନଲାଇନ୍ ଆଲୋଚନା ଆରମ୍ଭ କରିଛି ।

ସକାଳ ୩ ଟା ପର୍ଯ୍ୟନ୍ତ କାମ କର, ସକାଳ ୬ ଟାରେ ଉଠ ଏବଂ ପୁଣି କାମ :-

ୟୁଆନ୍ ନାମକ ଏହି ବ୍ୟକ୍ତି ସାଧାରଣତଃ ଦିନକୁ ୫୦୦ ରୁ ୬୦୦ ୟୁଆନ୍ ରୋଜଗାର କରିଥିଲେ, ବର୍ଷା ଦିନରେ ୭୦୦ ୟୁଆନ୍ ରୁ ଅଧିକ ରୋଜଗାର ହେଉଥିଲା । ଏହି ବ୍ୟକ୍ତି ଜଣକ ତାଙ୍କ ଡ୍ୟୁଟିରେ ସକାଳ ୯ ଟାରୁ ପରଦିନ ୧ଟା ପର୍ଯ୍ୟନ୍ତ ରହୁଥିଲେ, ଯେପର୍ଯ୍ୟନ୍ତ ତାଙ୍କ ଡ୍ୟୁଟିରେ ଆଉ କେହି ନଆସିଥିବେ । ୟୁଆନ୍ଙ୍କୁ ଅର୍ଡର କିଙ୍ଗ କୁହାଯାଉଥିଲା । ସେ ବେଳେବେଳେ ସକାଳ ୩ ଟା ପର୍ଯ୍ୟନ୍ତ କାମ କରନ୍ତି, ତା’ପରେ ସକାଳ ୬ ଟାରେ ଉଠି ପୁଣି କାମ ଆରମ୍ଭ କରନ୍ତି । ଯେତେବେଳେ ସେ କ୍ଳାନ୍ତ ଅନୁଭବ କରନ୍ତି, ସେ ନିଜ ବାଇକରେ ଅଳ୍ପ ସମୟ ଶୁଅନ୍ତି ଏବଂ ଅର୍ଡର ପାଇବା ମାତ୍ରେ କାମକୁ ଫେରିବାକୁ ପ୍ରସ୍ତୁତ ହୁଅନ୍ତି । ୟୁଆନର ଅନ୍ୟ ଜଣେ ସହକର୍ମୀ କହିଛନ୍ତି ଯେ, ଏକ ମାସ ପୂର୍ବରୁ ଅର୍ଡର ଦେବାବେଳେ ତାଙ୍କ ଗୋଡରେ ଫ୍ୟାକ୍ଚର ଆସିଥିଲା । ସେ କାମକୁ ଫେରିବା ପୂର୍ବରୁ ପ୍ରାୟ ୧୦ ଦିନ ବିଶ୍ରାମ ନେଇଥିଲେ ଏବଂ ଦୁଇ ସପ୍ତାହ ପରେ ମୃତ୍ୟୁ ବରଣ କରିଥିଲେ ।

Get real time updates directly on you device, subscribe now.