fbpx

ଆସୁଛି ୫ଜି କାର: ୨୦୨୫ ସୁଦ୍ଧା ୪ରୁ ଗୋଟିଏ କାରରେ ୫ଜି କନେକ୍ସନର ରହିଛି ଲକ୍ଷ୍ୟ

ନୂଆଦିଲ୍ଲୀ: ୨୦୨୫ ସୁଦ୍ଧା ଭାରତରେ ପ୍ରତ୍ୟେକ ୪ରୁ ଗୋଟିଏ କାରରେ ଜି ସଂଯୋଗ ରହିବ, ଯାହାକି ରିଅଲ-ଟାଇମ ଡାଟା ଟ୍ରାନ୍ସଫର ଓ ଅନ୍ୟାନ୍ୟ ସୁବିଧା ମଧ୍ୟରେ ଦ୍ରୁତ କ୍ଲାଉଡ୍-କାର ସଞ୍ଚାରରେ ଉନ୍ନତି ଆଣିବ ବୋଲି କାଉଣ୍ଟରପଏଣ୍ଟ ରିସର୍ଚ୍ଚର ନୂଆ ରିପୋର୍ଟରେ ପ୍ରକାଶ ପାଇଛି । ୨୦୨୧ରେ ୪ଜି କାର ଫୁଲ୍ କନେକ୍ଟେଡ କାର ସିପମେଣ୍ଟର ୯୦% ଥିଲା, କିନ୍ତୁ ୨୦୨୫ ସୁଦ୍ଧା ୫ଜି କାର କନେକ୍ଟଡ କାରଗୁଡ଼ିକ ଏକ ଚତୁର୍ଥାଂଶ ହେବ ।

ଅନୁସନ୍ଧାନର ଉପାଧ୍ୟକ୍ଷ ନିଲ ଶାହା କହିଛନ୍ତି ଯେ, ୨୦୧୫ ସୁଦ୍ଧା ୫ଜି କାର ବଜାରର ଦୃଶ୍ୟପଟ ନାଟକୀୟ ଭାବେ ବଦଳିଯିବ । ମଙ୍ଗଳବାର ବିଳମ୍ବିତ ରାତିରେ କାଉଣ୍ଟରପଏଣ୍ଟ୍ର ସ୍ମାର୍ଟ ଅଟୋମୋବାଇଲ୍ ସର୍ଭିସର ଅନୁସନ୍ଧାନ ଅନୁଯାୟୀ, ୫ଜି ଟେଲିମାଟିକ୍ସ କେଣ୍ଟ୍ରାଲ ୟୁନିଟର ଗେଟୱେ ସହିତ ଆମେରିକା, ଚୀନ୍, ଜର୍ମାନୀ ଏବଂ ବ୍ରିଟେନ ଭଳି ବିକଶିତ ଦେଶମାନଙ୍କରେ ୪ଜି- ସକ୍ଷମ କାରଗୁଡିକ ପରିପକ୍ୱତା ହାସଲ କରୁଛି । କାରଗୁଡିକରେ ଡିଜିଟାଇଜେସନ ଆଡକୁ ପରିବର୍ତ୍ତନ ତୀବ୍ର ଭାବରେ ଗତି କରିବାରେ ଲାଗିଛି ।’

ବରିଷ୍ଠ ବିଶ୍ଲେଷକ ସୋନେମ ମଣ୍ଡଳ କହିଛନ୍ତି ଯେ, ଯେଭଳି ଭାବେ ଦେଶଗୁଡ଼ିକ ୪ଜି ନେଟୱାର୍କ କଭରେଜକୁ ମଜଭୁତ କରୁଛନ୍ତି, ଆମେ ଅଧିକ କନେକ୍ଟେଡ କାରକୁ ଉନ୍ନତ ସୁରକ୍ଷା ଓ ଆରାମ ସୁବିଧାଗୁଡ଼ିକ ସହ ବଜାରକୁ ଆସିବାର ଦେଖୁଛୁ ।’

Get real time updates directly on you device, subscribe now.