fbpx

ଶନିବାର ଆରମ୍ଭ ହେବ 5G କମର୍ସିଆଲ ସେବା: ଲଞ୍ଚ କରିବେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଳୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧ ଅକ୍ଟୋବରରେ ଦିଲ୍ଲୀର ପ୍ରଗତି ମଇଦାନରେ ୫ଜି ସେବାର ଆରମ୍ଭ କରିବେ । ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ତରଫରୁ ଏହି ସୂଚନା ଦିଆଯାଇଛି । ପ୍ରଧାନମନ୍ତ୍ରୀଙ୍କୁ ଦ୍ୱାରକା ସେକ୍ଟର ୨୫ ର ଦିଲ୍ଲୀ ମେଟ୍ରୋର ଆଗାମୀ ଷ୍ଟେସନର ଏକ ଭୂତଳ ସୁରଙ୍ଗରେ ୫ଜି ସେବାର କାର୍ଯ୍ୟକାରିତା ପ୍ରଦର୍ଶନ କରାଯିବ । ୫ଜି ଟେକ୍ନୋଲୋଜୀ ସାହାଯ୍ୟରେ ବିନା କୌଣସି ଅସୁବିଧାରେ ହାଇସ୍ପିଡ୍ ଇଣ୍ଟରନେଟ୍ ର ବ୍ୟବହାର କରାଯାଇପାରିବ । ଯାହା ଟେକ୍ନୋଲୋଜୀ ଜଗତରେ ଏକ କ୍ରାନ୍ତି ।

ସୂତ୍ର ଅନୂଯାୟୀ, ନିର୍ମାଣଧୀନ ଆଇଆଇସିସି ପରିସରରେ ସୁରଙ୍ଗର ଏକ ଭାଗକୁ ବଛାଯାଇଛି । ଯେଉଁଠାରେ ପ୍ରଧାନମନ୍ତ୍ରୀ ସୁରଙ୍ଗ ଭିତରେ ୫ଜି ନେଟୱର୍କର ପ୍ରଦର୍ଶନ ଦେଖାଯିବ । ସୁରଙ୍ଗ ଭିତରେ ୫ଜି ସେଟଅପରେ ଦୂରସଞ୍ଚାର ଉପକରଣ, କ୍ୟାମେରା, ଅପ୍ଟିକାଲ ଫାଇବର କେବୁଲ ସାମିଲ ରହିଛି । ଦିଲ୍ଲୀ ମେଟ୍ରୋରେ ୫ଜି ପ୍ରଦର୍ଶନ ପାଇଁ ସରଞ୍ଜାମ ଯୋଗାଇଛି । ଏକ୍ସପର୍ଟଙ୍କ କହିବା ଅନୂଯାୟୀ କମର୍ସିଆଲ ୫ଜି ସେବା କାଲିଠାରୁ ଆରମ୍ଭ ହେବାକୁ ଯାଉଛି, ଅବଶ୍ୟ ଆମେ ଏଥିରେ ସାଧାରଣ ଲୋକଙ୍କ ପାଖରେ ପହଞ୍ଚାଇବାକୁ ଏକ ବର୍ଷରୁ ଅଧିକ ସମୟ ଲାଗିପାରେ ।

ଟେଲିକମ୍ ମନ୍ତ୍ରାଳୟ ଏକ ବୟାନରେ କହିଛି ଯେ ଅନେକ ବର୍ଷର ପରିଶ୍ରମ ପରେ ୫ଜି ସେବର ଆରମ୍ଭ ହେବାକୁ ଯାଉଛି । ନିକଟରେ ୫ଜି ସ୍ପେକ୍ଟ୍ରମ ନିଲାମୀ ସଫଳତାପୂର୍ବକ ହୋଇଛି । ଏହାଦ୍ୱାରା ୧,୫୦,୧୭୩ କୋଟିର ରାଜସ୍ୱ ସହ ଟେଲିକମ୍ କମ୍ପାନୀ ମାନଙ୍କୁ ୫୧,୨୩୬ ମେଗାହର୍ଟଜ ଆବଣ୍ଟିତ କରାଯାଇଥିଲା ।

Get real time updates directly on you device, subscribe now.