fbpx

5T ସଚିବଙ୍କ କଟକ ଗସ୍ତ: ତାଳଦଣ୍ଡା କେନାଲ ଓ ନେତାଜୀ ବସ୍ ଟର୍ମିନାଲ୍ ନିର୍ମାଣ କାର୍ଯ୍ୟର କଲେ ସମୀକ୍ଷା

Advertisement

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ୫ଟି ସଚିବ ଭିକେ ପାଣ୍ଡିଆନ୍ ଆଜି କଟକ ଗସ୍ତରେ ଯାଇଛନ୍ତି । ଏହି ଅବସରରେ ସେ ତାଳଦଣ୍ଡା କେନାଲ ଓ ନେତାଜୀ ବସ୍ ଟର୍ମିନାଲ ନିର୍ମାଣ କାର୍ଯ୍ୟର ସମୀକ୍ଷା କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ୫ଟି ସଚିବ ଆଜି ସକାଳେ ଏହି ସମସ୍ତ ପ୍ରକଳ୍ପ ନିର୍ମାଣ ସ୍ଥଳକୁ ପରିଦର୍ଶନ କରି କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ଆଲୋଚନା କରିଥିଲେ ।

ତାଳଦଣ୍ଡା କେନାଲର ନବୀକରଣ ପ୍ରୋଜେକ୍ଟ ପ୍ରାଥମିକ ସ୍ତରରେ ଜାତୀୟ ରାଜପଥ ପର୍ଯ୍ୟନ୍ତ ୧.୫୫ କିମି ସଂପ୍ରସାରଣ ହେବ । ଜାତୀୟ ରାଜପଥର ଉଭୟ ପାଶ୍ୱର୍ରେ ଏହି ନବୀକରଣ ପ୍ରକଳ୍ପ କାର୍ଯ୍ୟର ରାସ୍ତା ୩.୫୫ କିମି ପର୍ଯ୍ୟନ୍ତ ବୃଦ୍ଧି ପାଇବ । ଏହି ଅବସରରେ ଆଗାମୀ ୧୦ ଦିନ ମଧ୍ୟରେ ଏହି କାମ ପାଇଁ କେଉଁମାନଙ୍କୁ ସ୍ଥାନାନ୍ତର କରାଯିବା, ତାହାର ଏକ ଲିଷ୍ଟ ପ୍ରଦାନ କରିବାକୁ ଶ୍ରୀ ପାଣ୍ଡିଆନ ଅଫିସରମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ସେହିପରି କଟକର ନେତାଜୀ ବସ୍ ଟର୍ମିନାଲ ପାଇଁ ଖାନ ନଗରରେ ୧୭.୯୧ କୋଟି ଟଙ୍କା ବ୍ୟୟ ହେଉଛି । ଏହି ଟର୍ମିନାଲ ନିର୍ମାଣ ହେବା ଫଳରେ କଟକରେ ବସଗୁଡ଼ିକ ସହଜରେ ଯାତାୟାତ କରିପାରିବା ସହ ଟ୍ରାଫିକ ସମସ୍ୟାର ସମାଧାନ ହୋଇପାରିବ । ଏହି ପ୍ରୋଜେକ୍ଟ ଆସନ୍ତା ୨୦୨୨ ମସିହା ଅଗଷ୍ଟ ମାସରେ ସମାପ୍ତ ହେବ ବୋଲି ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ଏହି ଅବସରରେ ୫ଟି ସଚିବଙ୍କ ସହ ୱାର୍କସ ଡିପାର୍ଟମେଣ୍ଟ ସଚିବ କ୍ରିଷନ କୁମାର, ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଆର.ଭିନୀଲ କ୍ରିଷ୍ଣା, ଆରଡିସି ଏକେ ସାମଲ, କଟକ ଜିଲ୍ଲାପାଳ ବିଏସ ଚୟନୀ, ସିଏମସି କମିଶନର ଅନନ୍ୟା ଦାସ ଓ ବରିଷ୍ଠ ପ୍ରୋଜେକ୍ଟ ଅଫିସରମାନେ ଉପସ୍ଥିତ ଥିଲେ ।

Get real time updates directly on you device, subscribe now.