fbpx

ବିଶିଷ୍ଟ ସମାଜସେବୀ କାଳୀପ୍ରସାଦ ସାମନ୍ତରାୟଙ୍କ ୫ତମ ଶ୍ରାଦ୍ଧବାର୍ଷିକୀ

Advertisement

ଭୁବନେଶ୍ୱର: ବିଶିଷ୍ଟ ସମାଜ ସେବୀ, ଓଡ଼ିଆ ଭାଷା ସଂସ୍କୃତିର ପ୍ରଚାରକ ତଥା ବିଜୁ ପଟ୍ଟନାୟକ କଲେଜ ଅଫ ହୋଟେଲ ମ୍ୟାନେଜମେଣ୍ଟ ଆଣ୍ଡ ସୋସିଆଲ ୱାର୍କ, ବିଜୁ ପଟ୍ଟନାୟକ କମ୍ପ୍ୟୁଟର ଏକାଡେମୀ ଓ ଦି ମଦର ପବ୍ଲିକ ସ୍କୁଲ ଆଦି ଶିକ୍ଷାନୁଷ୍ଠାନ ସମୂହର ପ୍ରତିଷ୍ଠାତା ସ୍ୱର୍ଗତ କାଳୀପ୍ରସାଦ ସାମନ୍ତରାୟଙ୍କ ୫ମ ଶ୍ରାଦ୍ଧ ବାର୍ଷିକୀ ଶ୍ରାଦ୍ଧାଞ୍ଜଳି ସମାବେଶ ଜଗନ୍ନାଥ ନଗର ସ୍ଥିତ ଶିକ୍ଷାନୁଷ୍ଠାନ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଅନୁଷ୍ଠାନ ପରିସରରେ ଥିବା ସ୍ୱର୍ଗତ ସାମନ୍ତରାୟଙ୍କ ପ୍ରତିମୂର୍ତ୍ତିରେ ନିମନ୍ତ୍ରିତ ଅତିଥିମାନେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ।

ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ଭୁବନେଶ୍ୱରର ମେୟର ଶ୍ରୀମତି ସୁଲୋସନା ଦାସ, ରାଜ୍ୟ ବିଜେଡି ସଭା ସଚିବ ଏବଂ ମୋ ପରିବାରର ସଭାପତି ଶ୍ରୀ ରୁଦ୍ର ନାରାୟଣ ସାମନ୍ତରାୟ, ବିଶିଷ୍ଟ ସାମ୍ବାଦିକ ଶ୍ରୀଯୁକ୍ତ ପ୍ରଦ୍ୟୁମ୍ନ ଶତପଥି ଓ ବିଶିଷ୍ଟ ସମାଜସେବୀ ମଧୁସୁଦନ ଦାସ ଅତିଥି ରୂପେ ଯୋଗଦାନ କରି ସ୍ୱର୍ଗତ ସାମନ୍ତରାୟଙ୍କ ବୃକ୍ଷରୋପଣ, ରକ୍ତଦାନ, ଷଢେଇକଳା ଓ ଖରସୁଆଁ ଭଳି ବିଚ୍ଛିନ୍ନାଚଂଳରେ ଓଡ଼ିଆ ଭାଷା ସଂସ୍କୃତିର ସୁରକ୍ଷା ତଥା ପ୍ରଚାର ପ୍ରସାର, ନାରୀ ସଶକ୍ତିକରଣ, ସବୁ ବର୍ଗର ଲୋକଙ୍କ ପାଇଁ ଉନ୍ନତମାନର ଶିକ୍ଷା ବ୍ୟବସ୍ଥା ତଥା ସ୍ୱଚ୍ଛ ପରିବେଶ ଗଠନ ଆଦି ବିଭିନ୍ନ ଦିଗରେ ବିଶେଷ ଅବଦାନ ସଂପର୍କରେ ଆଲୋକପାତ କରି ତାଙ୍କ ବହୁମୁଖୀ ପ୍ରତିଭାର ସ୍ମୃତିଚାରଣ ପୂର୍ବକ ଭୂୟସୀ ପ୍ରଶଂସା କରିଥିଲେ । ଅନୁଷ୍ଠାନର ସଭାପତି ଶ୍ରୀ ସୀତାବଲ୍ଲଭ ମହାପାତ୍ର କାଳୀବାବୁଙ୍କ ସଫଳ ବ୍ୟକ୍ତିତ୍ୱ, କର୍ମନିଷ୍ଠ ଜୀବନ ଓ ମଣିଷ ପଣିଆ ସମସ୍ତଙ୍କ ପାଇଁ ଆଦର୍ଶ ଓ ପ୍ରେରଣାର ଉତ୍ସ ବୋଲି ମତବ୍ୟକ୍ତ କରିଥିଲେ ।

ଏହି ଶ୍ରାଦ୍ଧବାର୍ଷିକ ଅବସରରେ ୧୦୯ ଥର ରକ୍ତଦାବ ଶିବିରର ଆୟୋଜନ କରିଥିବା ବିଜୁ ପଟ୍ଟନାୟକ ଶିକ୍ଷାନୁଷ୍ଠାନ ଓ କ୍ୟାପିଟାଲ ହସ୍ପିଟାଲର ମିଳିତ ଆନୁକୂଲ୍ୟରେ ଏକ ରକ୍ତଦାନ ଶିବିରର ଅୟୋଜନ କରାଯାଇଥିଲା । ୩୦ ଜଣ ଛାତ୍ରଛାତ୍ରୀ ତଥା କର୍ମଚାରୀ ଓ ଏହି ଅଞ୍ଚଳର ଅଧିବାସୀମାନେ ରକ୍ତଦାନ କରିଥିଲେ । ୩୦ଜଣ ଛାତ୍ରଛାତ୍ରୀ ତଥା କର୍ମଚାରୀ ଓ ଏହି ଅଂଚଳର ଅଧିବାସୀମାନେ ରକ୍ତଦାନ କରିଥିଲେ । ସ୍ୱର୍ଗତ ସାମନ୍ତରାୟଙ୍କ ସ୍ମୃତିରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ କରାଯାଇଥିଲା ।

Get real time updates directly on you device, subscribe now.