fbpx

ଧରାପଡ଼ିଲେ ସୁନା ଚୋର, ସାଢେ ୬କେଜି ସୁନା ଜବତ

ବ୍ରହ୍ମପୁର,୧୧ ।୧୧(ଓଡିଶା ଭାସ୍କର): ଗଞ୍ଜାମ ପୁରୁଷୋତ୍ତମପୁରରେ ସୁନା ବ୍ୟବସାୟୀଙ୍କଠାରୁ ଲୁଟ୍ ଘଟଣାରେ ଚୋରି ହୋଇଥିବା ସାଢେ ୬କେଜି ସୁନା ଜବତ ହୋଇଛି । ଅକ୍ଟୋବର ୧୨ ତାରିଖ ବିଳମ୍ବିତ ରାତିରେ ବ୍ୟବସାୟୀ ସୁରେନ୍ଦ୍ର ନାଥ ନାୟକଙ୍କ ଘରୁ ସୁନା ଚୋରି ହୋଇଥିଲା । ଏହି ମାମଲାରେ ସମ୍ପୃକ୍ତ ୧୫ ଜଣକୁ ଗିରଫ କରାଯାଇଛି। ସେଥିମଧ୍ୟରେ ୧୦ ଜଣ ଚୋର ଓ ୫ ଜଣ ଚୋରି ହୋଇଥିବା ସୁନା କିଣିବା ବ୍ୟକ୍ତି ଅଛନ୍ତି। ସେମାନଙ୍କ ନିକଟରୁ ୬ କେଜି ୫୦୧ ଗ୍ରାମ ସୁନା, ନଗଦ ୪ ଲକ୍ଷ ୪୪ ହଜାର ୫୦୦ ଟଙ୍କା ଜବତ କରାଯାଇଛି।

ଗିରଫମାନେ ହେଲେ ପୁରୁଷୋତ୍ତମପୁରର କାଳିଆ ଓରଫ ଘନଶ୍ୟାମ ବେହେରା, କାଳିଆ ଦାସ, ବାଘା ଓରଫ ତ୍ରିନାଥ ବେହେରା, କାନହୁ ଚରଣ ପଟ୍ଟନାୟକ, ଶଙ୍କର ବେହେରା, ସରାଜ୍ୟ ଦାସ, କବିସୂର୍ଯ୍ୟନଗର ଥାନା ଅଂଚଳ ର ପିଣ୍ଟୁ ନାହାକ, ବୁଲୁ ନାହାକ,ସନ୍ୟାସୀ ନାହାକ, ଅମିତ ବେହେରା, ପୁରୁଷୋତ୍ତମପୁରର ଡି. ଦିପୁ ଆଚାର୍ଯ୍ୟ, ସନ୍ତୋଷ ଆଚାର୍ଯ୍ୟ, ମିଥୁନ ବେହେରା, ବ୍ରହ୍ମପୁରର ବି. ବୀରଭଦ୍ର ରାଓ, ନନ୍ଦ କିଶୋର ଭଗତ ରହିଛନ୍ତି। ଏନେଇ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦକ୍ଷିଣାଞ୍ଚଳ ଡିଆଇଜି ସତ୍ୟବ୍ରତ ଭୋଇ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.