fbpx

ବିଷାକ୍ତ ଖାଦ୍ୟ ଖାଇ ୬ ଅଙ୍ଗନବାଡି ଶିଶୁ ଗୁରୁତର

ମାଲକାନଗିରି,୩ ।୨: ମାଲକାନଗିରିର ଏକ ଅଙ୍ଗନବାଡି କେନ୍ଦ୍ରରେ ଅଘଟଣା ଘଟିଛି । ବିଷାକ୍ତ ଖାଦ୍ୟ ଖାଇ ୬ ଶିଶୁ ଗୁରୁତର ହୋଇଛନ୍ତି । ଝାଡାବାନ୍ତି ଯୋଗୁଁ ସେମାନଙ୍କୁ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଅଙ୍ଗନବାଡିର ୪ରୁ ୫ ବର୍ଷର ୬ଶିଶୁ ଜଡା ଫଳ ଖାଇ ଗୁରୁତର ହୋଇଥିବା ସୂଚନା ମିଳିଛି । ଏହି ଅଘଟଣ ମାଲକାନଗିରି ସିନ୍ଦିରିପାଲ ପଞ୍ଜାୟତ ମୁନିସକୁଣ୍ଡା ଅଙ୍ଗନାବାଡି କେନ୍ଦ୍ରରେ ଘଟିଯାଇଛି ।

Get real time updates directly on you device, subscribe now.