fbpx

୬ କିଲୋ ସୁନା, ୬୦ କିଲୋ ଚାନ୍ଦି ସହ ଦାମି କାର, ଜାଣନ୍ତୁ କେତେ ସମ୍ପତ୍ତିର ମାଲିକିଆଣି କଙ୍ଗନା ରଣାୱତ ?

Advertisement

ନୂଆଦିଲ୍ଲୀ: ମଙ୍ଗଳବାର ଲୋକପ୍ରିୟ ବଲିଉଡ଼ ଅଭିନେତ୍ରୀ କଙ୍ଗନା ରଣାୱତ ହିମାଚଳ ପ୍ରଦେଶର ମଣ୍ଡି ଲୋକସଭା ଆସନରୁ ନିଜ ନାମାଙ୍କନ ପତ୍ର ଦାଖଲ କରିଥିଲେ । ହିମାଚଳୀ ଟୋପି ପିନ୍ଧି ବିଜେପି ପ୍ରାର୍ଥୀ କଙ୍ଗନା ନିର୍ବାଚନ ଅଧିକାରୀଙ୍କ ନିକଟରେ ନାମାଙ୍କ ପତ୍ର ଦାଖଲ କରିଥିଲେ । ସେହି ସମୟରେ ତାଙ୍କ ସହ ହିମାଚଳ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର, ବିଜେପି ପ୍ରଦେଶ ଅଧ୍ୟକ୍ଷ ଡା. ରାଜୀବ ବିନ୍ଦଲ ଏବଂ କଙ୍ଗନାଙ୍କ ମାଆ ଉପସ୍ଥିତ ଥଲେ ।

ଅଭିନୟରୁ ରାଜନୀତି ଦୁନିଆରେ ଡେବ୍ୟୁ କରିବାକୁ ଯାଉଛନ୍ତି କଙ୍ଗନା ରଣାୱତ । ନିର୍ବାଚନ ଅଧିକାରୀଙ୍କ ନିକଟରେ ଦାଖଲ କରିଥିବା ଏକ ଆଫିଡେଭିଟରେ ତାଙ୍କ ପାଖରେ ଥିବା ସ୍ଥାବର ଏବଂ ଅସ୍ଥାବର ସମ୍ପତ୍ତିର ଉଲ୍ଲେଖ ରହିଛି । ଆଫିଡେଭିଟ୍ ଅନୁଯାୟୀ ତାଙ୍କ ପାଖରେ ପ୍ରାୟ ୬.୭୦ କେଜି ସୁନା ରହିଛି ଯାହାର ମୂଲ୍ୟ ୫ କୋଟି ଟଙ୍କା, ୬୦ କିଲୋ ଚାନ୍ଦି ରହିଛି ଯାହାର ମୂଲ୍ୟ ୫୦ ଲକ୍ଷ ଏବଂ ୩ କୋଟି ଟଙ୍କାର ହୀରା ରହିଛି । କଙ୍ଗନା ରଣାୱତ ନିଜ ପ୍ରଡକ୍ସନ ହାଉସ୍ (ମଣିକର୍ଣ୍ଣିକା ଫିଲ୍ମସ ପ୍ରଡକସନ୍‌)ରେ ପ୍ରାୟ ୧.୨୧ କୋଟି ଟଙ୍କାର ନିବେଶ କରିଛନ୍ତି । ଏହା ବ୍ୟତୀତ ସେ କୌଣସି ମ୍ୟୁଚୁଆଲ ଫଣ୍ଡ କିମ୍ବା ଷ୍ଟକରେ ନିବେଶ କରିନାହାଁନ୍ତି । ଏଥିରୁ ଜଣାପଡ଼େ ଯେ ତାଙ୍କର ଶେୟାର ବଜାରରେ ବିଶେଷ ରୁଚି ନାହିଁ । ସେ LICରେ ସବୁଠାରୁ ଅଧିକ ନିବେଶ କରିଛନ୍ତି । ତାଙ୍କ ପାଖରେ LICର ୫୦ଟି ପଲିସି ରହିଛି । ଏଥିମଧ୍ୟରୁ ୧୦ ଲକ୍ଷ ଟଙ୍କାର କଭରେଜ ପ୍ରଦାନ କରୁଥିବା ୪୮ଟି ପଲିସି ରହିଥିବା ବେଳେ ୫ ଲକ୍ଷ ଟଙ୍କାର ୨ଟି ପଲିସି ରହିଛି । କଙ୍ଗନା ରଣାୱତ ମହଙ୍ଗା ଗାଡ଼ିର ଶୌକ ରଖିଛନ୍ତି । ତାଙ୍କ ପାଖରେ ୯୮ ଲକ୍ଷର BMW 730 LD, ୫୮ ଲକ୍ଷ ଟଙ୍କାର ମର୍ସିଡିଜ୍ ବେଞ୍ଜ୍ ଏବଂ ୩.୧୯ କୋଟି ଟଙ୍କାର ମର୍ସିଡିଜ୍ ମେବେକ୍ କାର ରହିଛି । ଏହା ବ୍ୟତୀତ ତାଙ୍କ ପାଖରେ ଏକ ୱେପସା ସ୍କୁଟର ମଧ୍ୟ ରହିଛି । ତାଙ୍କ ପାଖରେ ୬୨ କୋଟି ଟଙ୍କାର ଅସ୍ଥାବର ସମ୍ପତ୍ତି ରହିଛି ।

Get real time updates directly on you device, subscribe now.