fbpx

ରାଜ୍ୟରେ କରୋନାରେ ୬ ଜଣଙ୍କ ଜୀବନ ଗଲା

Advertisement

ଭୁବନେଶ୍ୱର, ୬ା୧୨ (ଓଡିଶା ଭାସ୍କର): କରୋନା ଆଜି ପୁଣି ୬ ଜଣଙ୍କ ଜୀବନ ନେଇଛି । ଏହାଦ୍ୱାରା ମୋଟ ସଂଖ୍ୟା ୧୭୭୧ରେ ପହଞ୍ଚିଛି । ଖୋର୍ଦ୍ଧାରୁ ସବାଧିକ ୨ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ବେଳେ ବାଲେଶ୍ୱର, ବଲାଙ୍ଗିର, କଳାହାଣ୍ଡି ଓ ନୂଆପଡ଼ାରୁ ଜଣେ ଲେଖାଏଁ ମୃତ୍ୟୁବରଣ କରିଛନ୍ତି । ଆଉ ୩୯୩ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ସଙ୍ଗରୋଧରୁ ୨୨୯ ଓ ସ୍ଥାନୀୟ ଅଞ୍ଚଳରୁ ୧୬୪ ଚିହ୍ନଟ ହୋଇଥିବା ଜଣାଯାଇଛି । କଳାହାଣ୍ଡିରୁ ୨୭, କଟକରୁ ୨୫, ବଲାଙ୍ଗିରରୁ ୨୩, ପୁରୀରୁ ୧୮ ଆକ୍ରାନ୍ତ ହୋଇଥିବା ଜଣାଯାଇଛି । ଖୋର୍ଦ୍ଧାରୁ ସର୍ବାଧିକ ୪୯, ସୁନ୍ଦରଗଡ଼ରୁ ୪୫, ମୟୂରଭଞ୍ଜରୁ ୩୨ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ସୁସ୍ଥ ହୋଇଥିବା ଲୋକଙ୍କ ସଂଖ୍ୟା ୩ ଲକ୍ଷ ୧୫ ହଜାର ୨୭୦ ରହିଛି । ୪ ହଜାର ୧୦୨ ଜଣ ଚିକିତ୍ସାଧିନ ରହିଛନ୍ତି । ରାଜ୍ୟରେ କରୋନା ପଜିଟିଭ୍ ସଂଖ୍ୟା ୩ ଲକ୍ଷ ୨୧ ହଜାର ୧୯୬ରେ ପହଞ୍ଚିଛି ।

Get real time updates directly on you device, subscribe now.