fbpx

କୃଷକ ଆନ୍ଦୋଳନକୁ ପୁରିଲା ଛଅ ବର୍ଷ, ଆଜି କଳା ଦିବସ ପାଳନ କରିବେ କୃଷକ ସଂଗଠନ

Advertisement

ନୂଆଦିଲ୍ଲୀ : ତିନି କୃଷିି ଆଇନ ବିରୋଧରେ ଗତ ବର୍ଷଠୁ ଆରମ୍ଭ ହୋଇଥିବା ଆନ୍ଦୋଳନ ଆଜି ଅର୍ଥାତ ମେ ୨୬ରେ ଛଅ ମାସ ପୁରିଛି । ଏହି ଅବସରରେ କୃଷକ ସଂଗଠନ ବୁଧବାର କଳା ଦିବସ ପାଳନ କରିବାକୁ ଘୋଷଣା କରିଛନ୍ତି । କୃଷି ଆଇନ ବିରୋଧରେ ଲୋକେ ଆଜି ନିଜ ଘର, ଗାଡି ଏବଂ ଦୋକାନରେ କଳା ପତାକା ଲଗାଇବାକୁ ସଂଗଠନ ଆହ୍ୱାନ କରିଛିି ।

କୃଷକ ମୋର୍ଚ୍ଚା ପକ୍ଷରୁ କଳା ଦିବସ ପାଳନ ଆହ୍ୱାନକୁ କଂଗ୍ରେସ ସମେତ ୧୪ ବିରୋଧୀ ଦଳ ସମର୍ଥନ ଦେଇଛନ୍ତି । ପ୍ରାୟ ୩୦ କୃଷକ ସଂଘ, ସଂଯୁକ୍ତ କିଷାନ ମୋର୍ଚ୍ଚା ଆଜି ପ୍ରଦର୍ଶନ କରିବାକୁ ନିଷ୍ପତି ନେଇଛି । କିନ୍ତୁ ବିରୋଧ କିମ୍ବା ରାଲିକୁ କୌଣସି ଅନୁମତି ମିଳିବ ନାହିଁ ବୋଲି ଦିଲ୍ଲୀ ପୋଲିସ କହିଛି । ପ୍ରଦର୍ଶନକାରୀଙ୍କୁ ଆଇନ ଓ କୋଭିଡ୍ ନିୟମ ପାଳନ କରିବାକୁ ଅପିଲ୍ କରିଛି ଦିଲ୍ଲୀ ପୋଲିସ ।

ଆନ୍ଦୋଳନକୁ ସମର୍ଥନ କରିବା ପାଇଁ କଳା ପୋଷାକ କୃଷକ ନେତା ଲୋକଙ୍କୁ ଅପିଲ୍ କରିଛନ୍ତି । ସଂଗଠନ କହିଛି, ଛକ ଗୁଡିକରେ ନାରାବାଜି ସହ ଧାରଣ ପ୍ରଦର୍ଶନ ମଧ୍ୟ ହେବା ଉଚିତ୍ । ଘର, ଦୋକାନ, କାର୍ଯ୍ୟାଳୟ, ଟ୍ରାକ୍ଟର, କାର, ଜିପ୍‌, ସ୍କୁଟର, ମୋଟର ସାଇକେଲ, ବସ ଓ ଟ୍ରକରେ କଳା ପତାକା ଲଗାଇ ନାଗରିକଙ୍କୁ ତିନି କୃଷି ଆଇନ, ବିଜୁଳି ସଂଶୋଧନ ବିଧେୟକ ଓ ପ୍ରଦୂଷଣ ଅଧ୍ୟାଦେଶର ବିରୋଧ କରିବା ଉଚିତ୍ ।

ବିିଶେଷଜ୍ଞ ଚେତାବନୀ ଦେଇଛନ୍ତି ଯେ, ଏହି ଧରଣର କୌଣସି ଗହଳି କରନ୍ତୁ ନାହିଁ ଯଦ୍ୱାରା କରୋନା ଦ୍ରୁତ ଗତିରେ ବ୍ୟାପିବ । କୃଷକଙ୍କ ପକ୍ଷରୁ କଳା ଦିବସ ପାଳନର ଘୋଷଣା କରାଯିବା ପରେ ଦିଲ୍ଲୀ ପୋଲିସ ଲୋକଙ୍କୁ କରୋନା ସ୍ଥିତି ଓ ଲକଡାଉନ କାରଣରୁ ସଭା ଆୟୋଜନ ନକରିବାକୁ ଅପିଲ୍ କରିଛି । ପୋଲିସ କହିଛି ଯେ, ସୀମାରେ ଆନ୍ଦୋଳନ ସ୍ଥଳରେ କୌଣସି ପ୍ରକାରର ସ୍ଥିତିର ମୁକାବିଲା ପାଇଁ କଡା ନଜର ରଖାଯାଇଛି । ଯିଏ ବି ନିୟମ ଉଲ୍ଲଂଘନ କରିବ ତା ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଦିଲ୍ଲୀ ପୋଲିସ କହିଛି ।

Get real time updates directly on you device, subscribe now.