fbpx

ଦେଶରେ ୬୦ ପ୍ରତିଶତ ପିଲା କରିପାରୁନାହାନ୍ତି ଅନଲାଇନ୍ କ୍ଲାସ୍, ଖରାପ ସିଗନାଲ୍ ଓ ଇଣ୍ଟରନେଟ୍ ସ୍ପିଡ୍ ହେଉଛି ବଡ଼ ସମସ୍ୟା: ରିପୋର୍ଟ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣଆରମ୍ଭ ହେବା ପରଠାରୁ ୧୮ ମାସ ଧରି ସ୍କୁଲ-କଲେଜ୍ ବନ୍ଦ ରହିଲା । ଏହି ସମୟରେ ପିଲାମାନଙ୍କ ପାଠ ପଢ଼ାକୁ ଧ୍ୟାନରେ ରଖି ଅନଲାଇନ୍ କ୍ଲାସ୍ ଆରମ୍ଭ କରାଯାଇଥିଲା । ତେବେ ଏହାରି ମଧ୍ୟରେ ଏକ ରିପୋର୍ଟ ସାମନାକୂ ଆସିଛି ଯେଉଁଥିରେ ଦେଖିବାକୁ ମିଳିଛି ଯେ, ଶିକ୍ଷା ବ୍ୟବସ୍ଥା କିପରି ଭାବରେ ଉଜୁଡ଼ି ଯାଇଛି ଓ କେତେ ମାତ୍ରାରେ ପିଲା ସଠିକ୍ ଭାବରେ ଅନଲାଇନ୍ କ୍ଲାସ୍ କରୁଛନ୍ତି ।

ରିପୋର୍ଟ ଅନୁସାରେ, ଭାରତରେ ୬୦ ପ୍ରତିଶତରୁ ଅଧିକ ପିଲା ଇଣ୍ଟରନେଟ୍ ଚଲାଇପାରୁନାହାନ୍ତି । ଅଜିମ ପ୍ରେମଜୀ ଫାଉଣ୍ଡେସନ ଦ୍ୱାରା କରାଯାଇଥିବା ଏହି ଅଧ୍ୟୟନରୁ ଜଣାପଡିଛି ଯେ ୬୦% ସ୍କୁଲ ପିଲା କେବଳ ଇଣ୍ଟରନେଟ ସୁବିଧା ନ ଥିବାରୁ ଅନଲାଇନ୍ କ୍ଲାସ କରିବାରେ ଅସମର୍ଥ। ଅନ୍ୟ ଏକ ଅଧ୍ୟୟନରୁ ଜଣାପଡିଛି ଯେ କେବଳ ଗ୍ରାମାଞ୍ଚଳରେ ନୁହେଁ ସହରାଞ୍ଚଳରେ ମଧ୍ୟ ବିଦ୍ୟାଳୟରେ ଇଣ୍ଟରନେଟ ସିଗନାଲ ଏବଂ ସ୍ପିହ୍ କୁ ନେଇ ଅଭିଯୋଗ କରିଛନ୍ତି । ଏହା ବ୍ୟତୀତ ମୋବାଇଲ୍ ଡାଟା ଉପରେ ବିପୁଳ ଖର୍ଚ୍ଚ ମଧ୍ୟ ସେମାନଙ୍କ ପାଇଁ ଏକ ସମସ୍ୟା ପାଲଟିଛି।

କେବଳ ୨୦ ପ୍ରତିଶତ ପିଲା ହିଁ ମହାମାରୀ ସମୟରେ ସମ୍ପୂର୍ଣ୍ଣ ଭାବରେ ଅନଲାଇନ୍ କ୍ଲାସ୍ କରିପାରିଛନ୍ତି । ଏମାନଙ୍କ ମଧ୍ୟରୁ କେବଳ ଅଧା ଛାତ୍ରଛାତ୍ରୀ ଲାଇଭ୍ କ୍ଲାସ୍ ରେ ଯୋଡ଼ିହୋଇପାରୁଛନ୍ତି । ଏତଦବ୍ୟତୀତ ରିପୋର୍ଟରେ ଆଉ ଏକ କଥାର ଖୁଲାସା ହୋଇଛି । ଇଣ୍ଟରନେଟ୍ ସମସ୍ୟା କାରଣରୁ ୩୮ ପ୍ରତିଶତ ଛାତ୍ରଛାତ୍ରୀ ସ୍କୁଲ୍ ଛାଡ଼ି ଦେଇଛନ୍ତି । ୩୮ ପ୍ରତିଶତ ପିଲାଙ୍କ ଅଭିଭାବକ ଅଭିଯୋଗ କରିଛନ୍ତି ଯେ, ଅନଲାଇନ୍ କ୍ଲାସ୍ ପାଠ ପଢ଼ାଇବାର ସଠିକ୍ ଉପାୟ ନୁହେଁ । କାରଣ ଅନଲାଇନ୍ କ୍ଲାସ୍ ରେ ପିଲାମାନେ ପାଠ ବୁଝିପାରୁନାହାନ୍ତି ।

Get real time updates directly on you device, subscribe now.