fbpx
BSKY SKY
BSKY SKY

ମହିଳାଙ୍କ ପାଇଁ ଚାକିରି ସୁଯୋଗ: HCL, Wipro, Infosys, TCS ଦେବେ ୬୦ ହଜାର କ୍ୟାମ୍ପସ୍ ନିଯୁକ୍ତି

BSKY

ନୂଆଦିଲ୍ଲୀ: କରୋନା ସମୟରେ ମହିଳାଙ୍କ ପାଇଁ ଚାକିରି କ୍ଷେତ୍ରରେ ଏକ ସୁବର୍ଣ୍ଣ ସୁଯୋଗ ଆସିଛି । ଚଳିତ ବର୍ଷ ଏଚସିଏଲ, ୱିପ୍ରୋ, ଇନଫୋସିସ୍ ଓ ଟିସିଏସ୍ ପରି ବୃହତ୍ କମ୍ପାନୀମାନେ ୬୦ ହଜାର କ୍ୟାମ୍ପସ୍ ନିଯୁକ୍ତି ଯୋଗାଇବେ ବୋଲି ଘୋଷଣା କରିଛନ୍ତି । ନିଯୁକ୍ତି କ୍ଷେତ୍ରରେ ଲିଙ୍ଗ ସମାନୁପାତ ଉଦ୍ଦେଶ୍ୟରେ ଏହି ପଦକ୍ଷେପ ନିଆଯାଇଥିବା ଜଣାପଡ଼ିଛି ।

ଆଇଟି କମ୍ପାନୀମାନଙ୍କରେ ମହିଳାଙ୍କର ନିଯୁକ୍ତି ପୂର୍ବ କିଛି ବର୍ଷ ଅପେକ୍ଷା ଚଳିତ ବର୍ଷ ଅଧିକ ରହିବ ଜଣାପଡ଼ିଛି । ମୋଟ ୨୨ ହଜାର ପଦ ମଧ୍ୟରୁ ୬୦ ପ୍ରତିଶତ ମହିଳାଙ୍କ ପାଇଁ ସଂରକ୍ଷଣ ରହିବ । ସେହିପରି ଟିସିଏସ୍ ମଧ୍ୟ ମୋଟ ନିଯୁକ୍ତିର ୩୮ରୁ ୪୦ ପ୍ରତିଶତ ମହିଳାଙ୍କୁ ପ୍ରଦାନ କରିବ । ଅନ୍ୟପକ୍ଷରେ ୱିପ୍ରୋ ଓ ଇନଫୋସିସ୍ କମ୍ପାନୀ ସେମାନଙ୍କର ମୋଟ ନିଯୁକ୍ତିର ଅଧା ମହିଳା ମାନଙ୍କୁ ସୁଯୋଗ ଦେବାକୁ ଘୋଷଣା କରିଛନ୍ତି । ଇନଫୋସିସ୍ ନିଯୁକ୍ତି ଦେବାକୁ ଥିବା ୩୫ ହଜାର ଗ୍ରାଜୁଏଟଙ୍କ ମଧ୍ୟରୁ ୪୫ ପ୍ରତିଶତ ହେଉଛନ୍ତି ମହିଳା । ଟିସିଏସ୍ ନିଯୁକ୍ତି ଦେବାକୁ ଥିବା ୪୦ ହଜାର ଫ୍ରେସର୍ସଙ୍କ ମଧ୍ୟରୁ ୧୫ରୁ ୧୮ ହଜାର ମହିଳା ରହିଛନ୍ତି । କମ୍ପାନୀ ବର୍ତ୍ତମାନ ଏକ ଲକ୍ଷ ୮୫ ହଜାର ମହିଳା କର୍ମଚାରୀଙ୍କୁ ଚାକିରି ପ୍ରଦାନ କରିବାରେ ଶୀର୍ଷରେ ରହିଛି । ଏଚସିଏଲର ମୁଖ୍ୟ ମାନବ ସମ୍ବଳ ଅଧିକାରୀ ଆପ୍ପାରାଓ ଭିଭି କହିଛନ୍ତି ଯେ, କର୍ମ ନିଯୁକ୍ତି କ୍ଷେତ୍ରରେ ଲିଙ୍ଗ ଭିତ୍ତିକ ସମାନୁପାତ ୫୦-୫୦ ରହିବା ଦରକାର । ବିଗତ ଦୁଇ ବର୍ଷ ମଧ୍ୟରେ ଏଚସିଏଲ୍ ଚାକିରି କ୍ଷେତ୍ରରେ ମହିଳାଙ୍କୁ ୪୦ ପ୍ରତିଶତ ସୁଯୋଗ ଦେଇଆସିଛି ବୋଲି ସେ କହିଥିଲେ । ନାସୋଚାମର ଏକ ରିପୋର୍ଟ ଅନୁଯାୟୀ, ଭାରତରେ ଟେକ୍ନୋଲୋଜି ଶିଳ୍ପରେ ଲିଙ୍ଗ ବିବିଧତା ଅନୁପାତ ୩୩ ପ୍ରତିଶତରେ ପହଞ୍ଚିଛି ।

Get real time updates directly on you device, subscribe now.