fbpx
BSKY SKY
BSKY SKY

ଏହି ଜିଲ୍ଲାରେ ଟିକା ନେବାପରେ ସଂକ୍ରମିତ ହେଲେ ୭ହଜାର, ସରକାର କଲେ ସତର୍କ

BSKY

ଥିରୁବନନ୍ତପୁରମ୍: କେରଳର ଏକ ଜିଲ୍ଲାରେ ଟିକା ନେବା ପରେ ସଂକ୍ରମିତ ହୋଇଛନ୍ତି ହଜାର ହଜାର ଲୋକ । ଫଳସ୍ୱରୂପ ସରକାର ଏବେ ଚିନ୍ତା ପ୍ରକଟ କରିଛନ୍ତି । ପଥନମଥିଟ୍ଟା ଜିଲ୍ଲାରେ ଟିକା ନେବାପରେ ୭ହଜାରରୁ ଅଧିକ କରୋନା ମାମଲା ସାମନାକୁ ଆସିଛି । ୬ ସଦସ୍ୟ ବିଶିଷ୍ଟ କେନ୍ଦ୍ରୀୟ ଟିମ୍ କେରଳ ଗସ୍ତରେ ଆସିଥିବା ସମୟରେ ଏହାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି । ପ୍ରାରମ୍ଭିକ ତଦନ୍ତରୁ ଜଣାପଡ଼ିଛି ଯେ, ସଂକ୍ରମିତ ହୋଇଥିବା ଲୋକ ମାନେ ଦୁଇଟି ଡୋଜ୍ ଟିକା ନେଇସାରିଥିଲେ ।

ବର୍ତ୍ତମାନ ଏହି ଜିଲ୍ଲା ଉପରେ କେନ୍ଦ୍ରୀୟ ଟିମ୍ ଏକ ସ୍ୱତନ୍ତ୍ର ରିପୋର୍ଟ ପ୍ରସ୍ତୁତ କରିଛି । ପଥନମଥିଟ୍ଟା ଏବଂ ଅନ୍ୟ ଜିଲ୍ଲାରୁ ନମୁନା ସଂଗ୍ରହ କରାଯାଉଛି । ଯଦ୍ୱାରା ଏପରି ଦ୍ରୁତ ଗତିରେ ବଢ଼ୁଥିବା ମାମଲାର କାରଣ ନିର୍ଦ୍ଧାରିତ କରାଯାଇପାରିବ । ଦ୍ୱିତୀୟ ଲହରର ଅନୁସନ୍ଧାନ ମଧ୍ୟରେ ଡେଲଟା ଭାରିଆଣ୍ଟ୍ କାରଣରୁ ଏପରି ମାମଲା ବୃଦ୍ଧି ହେଉଥାଇପାରେ ବୋଲି ଆଶଙ୍କା କରାଯାଉଛି ।

ସୂଚନା ଅନୁସାରେ, ପଥନମଥିଟ୍ଟା ଜିଲ୍ଲାର ଜିଲ୍ଳାପାଳ କହିଛନ୍ତି, ଟିକା ନେବା ପରେ ପାଖାପାଖି ୫ହଜାର ୪୨ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ୨୫୮ ଜଣ ଟିକା ନେବାରେ ଦୁଇ ସପ୍ତାହ ପରେ ସଂକ୍ରମିତ ହୋଇଛନ୍ତି । ଏହା ସହ ପ୍ରଥମ ଡୋଜ୍ ଟିକା ନେବାପରେ ୧୪ହଜାର ୯୭୪ ଜଣ ପଜିଟିଭ୍ ଚିହ୍ନଟ ହେବା ସହିତ ୪୪୯୦ ଜଣ ଏକ ସପ୍ତାହ ମଧ୍ୟରେ କରୋନାରେ ସଂକ୍ରମିତ ହୋଇଛନ୍ତି ।

Get real time updates directly on you device, subscribe now.