fbpx
BSKY SKY
BSKY SKY

ରେପୋରେଟ୍ ଅପରିବର୍ତ୍ତିତ ରଖିଲା ଆରବିଆଇ

BSKY

ନୂଆଦିଲ୍ଲୀ: ରେପୋରେଟ ଅପରିବର୍ତ୍ତିତ ରଖିଛି ଆରବିଆଇ । ରେପୋରେଟ୍ ୪ ପ୍ରତିଶତରେ ଅପରିବର୍ତ୍ତିତ ରଖିଛି ଆରବିଆଇ । ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାଶ କହିଛନ୍ତି ଯେ, ରେପୋ ରେଟ ୪% ଓ ରିଭର୍ସ ରେପୋରେଟ୍ ୩.୩୫ ପ୍ରତିଶତରେ ଅପରିବର୍ତ୍ତିିତ ରହିବ ।

ଏହା ସହ ସେ କହିଛନ୍ତି ଯେ, କୋଭିଡ ଦ୍ୱିତୀୟ ୱେଭ୍ କବଳରୁ ଆର୍ଥିକ ସ୍ଥିତି ସୁଧୁରୁଛି । ଏମପିସିର ଆଶା ଅନୁଯାୟୀ ଅର୍ଥନୀତି ଅଗ୍ରଗତି କରୁଛି । ଟିକାକରଣ ଯୋଗୁଁ ଅର୍ଥନୀତିରେ ସୁଧାର ଆସୁଛି । ଜୁନରେ ମୁଦ୍ରାସ୍ଫୀତି ବଢ଼ିଛି । ୨୦୨୧-୨୨ରେ ଡିଜିପି ଅଭିବୃଦ୍ଧି ୯.୫% ହେବ ବୋଲି ଆଶା କରାଯାଉଛି । ଏହା ସହ ୨୦୨୧-୨୨ ବର୍ଷରେ ସିପିଆଇ ମୁଦ୍ରାସ୍ଫୀତି ୫.୭% ହେବ ବୋଲି ଆକଳନ କରାଯାଉଛି । ଏହା ବ୍ୟତୀତ Q ୩ ଡିଜିପି ଗ୍ରୋଥ ରେଟ୍ ୬.୩ ରହିବାର ଅନୁମାନ କରାଯାଉଥିବା ବେଳେ Q ୪ର ଡିଜିପି ରେଟ୍ ୬.୧ % ରହିବାର ପୂର୍ବାନୁମାନ କରାଯାଉଛି ।

Get real time updates directly on you device, subscribe now.