fbpx
BSKY SKY
BSKY SKY

ଅଫିସ୍ ବାହାନାରେ ସୁନ୍ଦରୀ ଯୁବତୀଙ୍କ ସହ ସପିଂ ମଲ୍ ଓ ଆଇଜି ପାର୍କରେ ମସ୍ତି କରୁଥିଲେ ଯୁବକ: ପହଞ୍ଚିଗଲେ ପତ୍ନୀ ଆଉ ପତିଙ୍କୁ ମାଗଣାରେ ଦେଲେ ଚାପୁଡ଼ା ପରେ ଚାପୁଡ଼ା

BSKY

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଜଣେ ବିବାହିତ ଯୁବକଙ୍କ ଚୋରା ପୀରତିର ମଜା ଦେଖିବାକୁ ମିଳିଛି ରାଜଧାନୀ ଭୁବନେଶ୍ୱରର ଏକ ପାର୍କରେ । ଯୁବକ ଜଣଙ୍କ ସକାଳୁ ଘରୁ ଅଫିସକୁ ବାହାରି ଯାଇଥିଲେ ହେଁ ପ୍ରେମିକାଙ୍କୁ ବାଇକ୍ ପଛରେ ବସାଇ ବୁଲିବା ସହ ପାର୍କରେ ମସ୍ତି କରୁଥିଲେ । ଶେଷରେ ଯୁବକଙ୍କ ଜଣଙ୍କ ଧରାପଡ଼ି ପତ୍ନୀଙ୍କୁ ଠାରୁ ଉତ୍ତମ ମଧ୍ୟମ ଖାଇଛନ୍ତି । ଏହି ଘଟଣା ଏତେ ଭୟଙ୍କର ହୋଇଯାଇଥିଲା ଯେ, ପୋଲିସକୁ ମଧ୍ୟ ନାକେଦମ୍ ହେବାକୁ ପଡ଼ିଥିଲା । ଶେଷରେ ପୋଲିସ ଦମ୍ପତିଙ୍କୁ ବୁଝାଇ ସୁଝାଇ ଘରକୁ ପଠାଇଥିବା ଜଣାପଡ଼ିଛି ।

ସକାଳ ପ୍ରାୟ ୯ଟା ସମୟରେ ପତି ଅଫିସ୍ ବାହାରି ଯାଇଥିଲେ । ଅଧାବାଟରେ ସେ ତାଙ୍କର ପ୍ରେମିକାଙ୍କୁ ବାଇକରେ ବସାଇ ସପିଂ ମଲ, ପାର୍କରେ ମସ୍ତି କରୁଥିଲେ । ତେବେ ପତ୍ନୀ ଡ୍ରେସ୍ କିଣିବା ପାଇଁ ମାର୍କେଟ୍ ବିଲ୍ଡିଂକୁ ଯାଇଥିବା ସମୟରେ ପତିଙ୍କୁ ଜଣେ ସୁନ୍ଦରୀ ଯୁବତୀଙ୍କ ସହ ଦେଖି ତାଙ୍କର ହୋସ୍ ଉଡ଼ିଯାଇଥିଲା । ପତ୍ନୀଙ୍କର ସନ୍ଦେହ ହେବାକୁ ସେ ଦୁହିଁଙ୍କୁ ପିଛା କରିଥିଲେ । ପତି ଓ ଯୁବତୀ ଆଇଜି ପାର୍କରେ ପାଖାପାଖି ବସି ରୋମାନ୍ସରେ ମାତି ଯାଇଥିଲେ । ଲୁଚିଲୁଚି ସେମାନଙ୍କ ଗତିବିଧି ଉପରେ ନଜର ରଖୁଥିବା ପତ୍ନୀ ନିଜ ପତିଙ୍କ ଅନ୍ତରଙ୍ଗ ଦୃଶ୍ୟକୁ ସହ୍ୟ କରିନପାରିଥିଲେ । ସେ ପତିଙ୍କ ସାର୍ଟ କଲର ଧରି ଚାପୁଡ଼ା ପରେ ଚାପୁଡ଼ା ସେକି ଚାଲିଥିଲେ । ଏହି ସମୟରେ ଯୁବତୀ ଜଣଙ୍କ ସେଠାରୁ ସୁଯୋଗ ଦେଖି ଖସି ଯାଇଥିଲେ । ଖବର ପାଇ ପିସିଆର୍ ଭ୍ୟାନ ଘଟଣାସ୍ଥଳରେ ପହଞ୍ଚିବା ସହ ବହୁ ଲୋକ ରୁଣ୍ଡ ହୋଇଯାଇଥିଲେ । ଏହାପରେ ପରେ ମହିଳାଙ୍କର ରାଗ ଥମି ନଥିଲା । ସେ ବାଡ଼ିରେ ରସିକିଆ ପତିଙ୍କୁ ନିର୍ଧୂମ୍ ଛେଚିଥିଲେ । ତେବେ ଦୁହିଁଙ୍କୁ କ୍ୟାପିଟାଲ ପୋଲିସ ଥାନାକୁ ନେଇ ବୁଝାସୁଝା କରି ଛାଡ଼ିଥିଲା । ତେବେ ପ୍ରେମିକାଙ୍କ ପାଇଁ ପତି ଜଣଙ୍କ କିଛିଦିନ ହେଲା ନିଜ ପତ୍ନୀ ଓ କନ୍ୟାଙ୍କୁ ଅଣଦେଖା କରୁଥିବା ମହିଳା ଜଣଙ୍କ ଅଭିଯୋଗ କରିଥିଲେ । ତେବେ ବିଚରା ପତିଙ୍କର ଶନିଦଶା ଖରାପ ପଡ଼ିବାରୁ ଆଜି ଚୋରା ପୀରତି ଧରାପଡ଼ିଗଲା ବୋଲି ଲୋକମାନେ ଟୁପୁରୁ ଟାପୁରୁ ହେଉଥିବା ଜଣାପଡ଼ିଛି ।

Get real time updates directly on you device, subscribe now.