fbpx
BSKY
BJD YOUTH SKY
BJD MS SKY

ଥମୁନି ମୃତ୍ୟୁସଂଖ୍ୟା! ଆଜି ପୁଣି ରାଜ୍ୟରୁ ୬୬ ମୁଣ୍ଡ ନେଲା କରୋନା

ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟରେ କରୋନା ମୃତ୍ୟୁକୁ ନେଇ ପ୍ରଶାସନ ଓ ଜନସାଧାରଣ ଆଶଙ୍କା ମଧ୍ୟରେ ରହିଛନ୍ତି । ଗତକାଲି ଅପେକ୍ଷା ଆଜି ଦୈନିକ କୋଭିଡ୍ ସଂକ୍ରମଣ ସାମାନ୍ୟ ବୃଦ୍ଧି ପାଇଛି । ଗତ କିଛି ଦିନ ହେଲା କରୋନା ମୃତ୍ୟୁସଂଖ୍ୟା ୬୦ ତଳକୁ ଖସିବାର ନାଁ ଧରୁନାହିଁ । ମୃତ୍ୟୁ କ୍ଷେତ୍ରରେ ରାଜ୍ୟକୁ କରୋନା କବଳିତ କରିସାରିଛି । ଲକଡାଉନ୍, ସଟଡାଉନ୍ ପରି କଟକଣା ପରେ ବି ଲାଗିପାରୁନାହିଁ ମୃତ୍ୟୁସଂଖ୍ୟାରେ ରୋକ୍ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୬୬ ଜଣଙ୍କ ମୃତ୍ୟୁ ଘଟିଛି । ଏହାଫଳରେ ରାଜ୍ୟରେ ମୋଟ କରୋନା ମୃତ୍ୟୁ ସଂଖ୍ୟା ୬ ହଜାର ୩୦୨ କୁ ବୃଦ୍ଧି ପାଇଛି ।

ତେବେ ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୯ ଜଣ ମୃତ୍ୟୁବରଣ କରିଛନ୍ତି । ସେହିପରି କଟକରୁ ୧୧, ଗଞ୍ଜାମରୁ ୧୦, ବାଲେଶ୍ୱରରୁ ୬, ଅନୁଗୁଳରୁ ୪, କେନ୍ଦୁଝରରୁ ୩, ବଲାଙ୍ଗିର, ମୟୂରଭଞ୍ଜ, ପୁରୀରୁ ୨ ଲେଖାଏଁ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ଏହା ସହ ଭଦ୍ରକ, ଝାରସୁଗୁଡ଼ା, ନୂଆପଡ଼ା, ରାୟଗଡ଼ା, ସମ୍ବଲପୁର, କନ୍ଧକାଳ ଓ ନୟାଗଡ଼ରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Get real time updates directly on you device, subscribe now.