fbpx

6000 ରୁ ଅଧିକ Bank ପଦବୀ ଖାଲି: ଜଲଦୀ କରନ୍ତୁ ଆବେଦନ, ଜାଣନ୍ତୁ କେବେ ଶେଷ ତାରିଖ

ନୂଆଦିଲ୍ଲୀ: ବ୍ୟାଙ୍କରେ ଚାକିରି କରିବାକୁ ଚାହୁଥିବା ଆଶାୟୀଙ୍କ ପାଇଁ ଭଲ ସୁଯୋଗ । ବ୍ୟାଙ୍କିଂ କ୍ରମିକ ଚୟନ ସଂସ୍ଥାନ (IBPS) ବିଭିନ୍ନ ବ୍ୟାଙ୍କ୍ ରେ ବ୍ୟାଙ୍କ୍ ପିଓ (BANK PO) ପଦରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି କରିଛି । ଏହି ପଦରେ ଆବେଦନ କରିବାକୁ ଚାହୁଥିବା ଉଚ୍ଛୁକ ଥିବା ଆଶାୟୀ ୨୨ ଅଗଷ୍ଟ ମଧ୍ୟରେ ଆବେଦନ କରିପାରିବେ । ଆବେଦନ ପାଇଁ ଆଶାୟୀ ଅଫିସିଆଲ ୱେବସାଇଟ୍ ibps.in ମାଧ୍ୟମରେ କରିପାରିବେ ।

ଅଫିସିଆଲ ନୋଟିଫିକେସନ ଅନୂଯାୟୀ, ଦେଶର ବିଭିନ୍ନ ବ୍ୟାଙ୍କରେ ୬୪୩୨ ପଦରେ ଭର୍ତ୍ତି କରାଯିବ । ଏହି ସବୁ ବ୍ୟାଙ୍କ ହେଉଛି ବ୍ୟାଙ୍କ୍ ଅଫ୍ ଇଣ୍ଡିଆ, କାନାରା ବ୍ୟାଙ୍କ୍, ପଞ୍ଜାବ ନାସନାଲ ବ୍ୟାଙ୍କ୍, ପଞ୍ଜାବ ଆଣ୍ଡ୍ ସିନ୍ଧ୍ ବ୍ୟାଙ୍କ୍, ୟୁକୋ ବ୍ୟାଙ୍କ୍ ଏବଂ ୟୁନିୟନ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ମଧ୍ୟ ସାମିଲ ରହିଛି । ବ୍ୟାଙ୍କ୍ ଅଫ୍ ଇଣ୍ଡିଆରେ ୫୩୫ ପଦ, କାନାରା ବ୍ୟାଙ୍କରେ ୨୫୦୦  ପଦ, ପଞ୍ଜାବ ନାସନାଲ ବ୍ୟାଙ୍କରେ ୫୦୦, ପଦବୀ, ପଞ୍ଜାବ ଆଣ୍ଡ୍ ସିନ୍ଧ୍ ବ୍ୟାଙ୍କରେ ୨୫୩ ପଦ, ୟୁକୋ ବ୍ୟାଙ୍କରେ ୫୫୦ ପଦ, ୟୁନିୟନ ବ୍ୟାଙ୍କରେ ୨୦୯୪ ପଦ ପାଇଁ ନିଯୁକ୍ତି ରହିଛି ।

ଏହି ପଦରେ ଆବେଦନ କରୁଥିବା ଚାହୁଥିବା ଆଶାୟୀଙ୍କ ପାଖରେ କୌଣସି ମାନ୍ୟତା ପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ କୌଣସି ବିଷୟରେ ସ୍ନାତକ ଡିଗ୍ରୀ ଥିବା ଦରକାର । ବୟସ ସୀମା ୨୦ ରୁ ୩୦ ମଧ୍ୟରେ ରହିବା ଆବଶ୍ୟକ । ଏହି ପଦରେ ଚୟନ କରାଯାଇଥିବା ଆଶାୟୀଙ୍କୁ ୧୪୫୦୦ ରୁ ୨୫୭୦୦ ଟଙ୍କା ଦରମା ରହିଛି ।

ଜେନେରାଲ/ଓବିସି/ଇଡବ୍ଲୁଏସ ଆଶାୟୀଙ୍କୁ ୮୫୦ ଟଙ୍କା ଫିସ୍ ଦେବାକୁ ହେବ । ସେହିଭଳି ଏସସି/ଏସଟି/ପିଡବ୍ଲୁଡି ଆଶୟୀଙ୍କୁ ୧୭୫ ଟଙ୍କା ଆବେଦନ ଶୁଳ୍କ ଦେବାକୁ ହେବ । ଏହି ପଦରେ ଆଶାୟୀଙ୍କ ଚୟନ ତିନି ପର୍ଯ୍ୟାୟରେ କରାଯିବ । ପ୍ରାରମ୍ଭିକ (Prelims), ମୁଖ୍ୟ (Mains) ଏବଂ ସାକ୍ଷାତକାର (Viva) ।

Get real time updates directly on you device, subscribe now.