ନୂଆଦିଲ୍ଲୀ: ନୂଆବର୍ଷରେ ଭାରତରେ ଜନ୍ମ ନେଇଛନ୍ତି ୬୦ ହଜାର ଶିଶୁ । ଯାହା କରିଛି ଏକ ନୂଆ ରେକର୍ଡ । ଭାରତରେ ନୂଆ ବର୍ଷରେ ପ୍ରାୟ ୬୦ ହଜାର ଶିଶୁ ଜନ୍ମ ନେଇଛନ୍ତି । ତେବେ ୨୦୨୦ ତୁଳନାରେ ୭,୩୯୦ ଶିଶୁ କମ୍ ରହିଛନ୍ତି ।
ୟୁନିସେଫ୍ ଇଣ୍ଡିଆର ଏକ ରିପୋର୍ଟ ଅନୁଯାୟୀ ପ୍ରଥମରେ ଭାରତ ଥିବାବେଳେ ଦ୍ୱିତୀୟରେ ଚାଇନା ରହିଛି, ଚାଇନାରେ ୧ ଜାନୁଆରୀରେ ୩୫,୬୧୫ ଶିଶୁ ଜନ୍ମ ନେଇଛନ୍ତି । ରିପୋର୍ଟରେ ଉଲ୍ଲେଖ ରହିଛି ଭାରତରେ ୫୯,୯୯୫, ଚାଇନାରେ ୩୫,୬୧୫, ପାକିସ୍ତାନରେ ୧୪,୧୬୧, ଇଣ୍ଡୋନେସିଆରେ ୧୨,୩୩୬, ଇଥିଓପିଆରେ ୧୨,୦୦୬, ଆମେରିକାରେ ୧୦,୩୧୨, ଇଜିପ୍ଟରେ ୯,୪୫୫, ବାଙ୍ଗଲାଦେଶରେ ୯,୨୩୬ ଏବଂ ଡେମୋକ୍ରାଟିକ୍ ରିପବ୍ଲିକ ଅଫ୍ କଙ୍ଗୋରେ ୮,୬୪୦ ଶିଶୁ ଜନ୍ମ ନେଇଛନ୍ତି ।
ତେବେ ବିଶ୍ୱରେ ସମୁଦାୟ ୩,୭୧,୫୦୪ ଶିଶୁ ଜନ୍ମ ନେଇଛନ୍ତି ୧ ଜାନୁଆରୀ ୨୦୨୨ରେ ଜନ୍ମ ନେଇଛନ୍ତି । ବିଶ୍ୱରେ ଜନ୍ମ ନେଇଥିବା ସମୁଦାୟ ଦେଶ ମଧ୍ୟରୁ ୧୦ ଦେଶରେ ଜନ୍ମିତ ଶିଶୁଙ୍କୁ ହାର ୫୨ ପ୍ରତିଶତ ରହିଛି । ରିପୋର୍ଟ ଅନୁଯାୟୀ, ୨୦୨୨ରେ ଜନ୍ମିତ ଶିଶୁଙ୍କର ହାରାହାରି ଜୀବନ ହାର ୮୪ ବର୍ଷ ରହିବ । ବିଭିନ୍ନ ସରକାରୀ ଯୋଜନା ଏବଂ ନବଜାତ ଶିଶୁଙ୍କ ଯତ୍ନ ପାଇଁ ସ୍ୱତନ୍ତ୍ର ୟୁନିଟ୍ ଯୋଗୁଁ ପ୍ରତିବର୍ଷ ୧ ହଜାର ଅଧିକ ଶିଶୁ ସୁସ୍ଥ ହେଉଥିବା ମଧ୍ୟ କହିଛି ୟୁନିସେଫ୍ । ୨୦୧୪ରୁ ୨୦୨୦ ମଧ୍ୟରେ ୩୨୦ ଏସଏସନିୟୁ ସ୍ଥାପନ କରାଯାଇଛି ।
ୟୁନିସେଫ୍ କାର୍ଯ୍ୟକାରୀ ନିର୍ଦ୍ଦେଶକ ହେନେରିଟା ଫୋର କହିଛନ୍ତି ଯେ ଏବର୍ଷ ଜନ୍ମ ନେଇଥିବା ପିଲାମାନେ ଗତ ବର୍ଷ ଜନ୍ମ ନେଇଥିବା ପିଲାଙ୍କ ଠାରୁ ସଂପୂର୍ଣ୍ଣ ଭିନ୍ନ, ନୂଆ ବର୍ଷ ଏକ ନୂଆ ସୁଯୋଗ ଆଣିଛି । ଆଜି ଜନ୍ମ ନେଇଥିବା ଶିଶୁ କାଲି ଦୁନିଆକୁ ବଦଳାଇପାରିବ । ତେଣୁ ସେମାନଙ୍କ ପାଇଁ ଏକ ଭଲ, ସୁଖ ଏବଂ ସୁସ୍ଥ ଦୁନିଆ ଗଢ଼ିବା ଆରମ୍ଭ କରିବା ।