fbpx

CCLରେ କରନ୍ତୁ ଚାକିରି: ୬୦୮ଟି ପଦରେ ଦିଆଯିବ ନିଯୁକ୍ତି

ଚାକିରି ଖୋଜୁଥିବା ସମସ୍ତ ଯୁବକ, ଯୁବତୀଙ୍କ ପାଇଁ ଏକ ବଢ଼ିଆ ନିଯୁକ୍ତି ସୁଯୋଗ ଆସିଛି । ସେଣ୍ଟ୍ରାଲ କୋଲ ଫିଲ୍ଡସ ଲିମିଟେଡ (ସିସିଏଲ) ପକ୍ଷରୁ ୬୦୮ଟି ପଦ ପାଇଁ ବିଜ୍ଞାପନ ବାହାରିଛି । ଏଥିପାଇଁ ମେ ମାସ ୨୪ରୁ ଜୁନ ମାସ ୧୮ ତାରିଖ ପର୍ଯ୍ୟନ୍ତ ଅନଲାଇନରେ ଆବେଦନ ପ୍ରକ୍ରିୟା ଚାଲିବ । ଯୋଗ୍ୟ ପ୍ରାର୍ଥୀମାନେ ନିଯୁକ୍ତି ବିଜ୍ଞାପନକୁ ଭଲ ଭାବେ ପଢ଼ି ଆବେଦନ କରିବାକୁ ଅନୁରୋଧ ।

ଚଳିତ ବର୍ଷ ଏପ୍ରିଲ ମାସ ୧୯ ତାରିଖ ସୁଦ୍ଧା ପ୍ରାର୍ଥୀଙ୍କର ସର୍ବନିମ୍ନ ବୟସ ୧୮ ବର୍ଷ ରହିଥିବା ବିଭିନ୍ନ ପଦ ପାଇଁ ସର୍ବାଧିକ ବୟସ ୨୭ ଓ ୩୨ ବର୍ଷ ରହିଛି । ବୟସ କୋହଳ ନିୟମ ଅନୁଯାୟୀ ଧାର୍ଯ୍ୟ କରାଯିବ । ପ୍ରାର୍ଥୀ ମାଟ୍ରିକ / ଆଇଟିଆଇ / ଡିଗ୍ରୀ (ପ୍ରାସଙ୍ଗିକ (ଟ୍ରେଡ) ପାସ୍ କରିଥିବା ଆବଶ୍ୟକ । ଟ୍ରେଡ ଆପ୍ରେଣ୍ଟିସ ପାଇଁ ୫୩୬ଟି ଓ ଫ୍ରେଶର ଆପ୍ରେଣ୍ଟିସ ପାଇଁ ୭୨ଟି ପଦ ଖାଲି ରହିଛି ।

ପ୍ରାର୍ଥୀଙ୍କୁ ଇଲେକ୍ଟ୍ରିସିଆନ, ଫିଟ୍ଟର, ମେକାନିକ ଡିଜେଲ, କୋପା, ମେଶିନିଷ୍ଟ, ଟର୍ଣ୍ଣର, ସେକ୍ରେଟାରିଆଲ ଆସିଷ୍ଟାଣ୍ଟ, ଆକାଉଣ୍ଟାଣ୍ଟ / ଆକାଉଣ୍ଟସ ଏଗଜିକ୍ୟୁଟିଭ, ୱେଲଡର, ସର୍ଭେୟର ଆଦି ବିଭିନ୍ନ ଟ୍ରେଡ ଆପ୍ରେଣ୍ଟିସ ଭାବେ ନିଯୁକ୍ତି ଦିଅଯିବ । ସେହିପରି ମେଡିକାଲ ଲାବୋରେଟୋରୀ, ମେଡିକାଲ ଲାବୋରେଟୋର ଟେକ୍ନିସିଆନ, ସର୍ଭେୟର, ୱେୟାରମ୍ୟାନ, ମଲଟିମେଡ଼ିଆ ଓ ୱେବପେଜ ଡିଜାଇନର, ରିପେୟାର ମେକାନିକ ଆଦି ଫ୍ରେଶର ଆପ୍ରେଣ୍ଟିସ ଭାବେ ନିଯୁକ୍ତି ଦିଆଯିବ ।

ଅନଲାଇନ୍ ଆବେଦନ ଲିଙ୍କ: https://www.apprenticeshipindia.gov.in/

ନୋଟିଫିକେସନ ଲିଙ୍କ: https://www.karmasandhan.com/wp-content/uploads/CCL-Trade-and-Fresher-Apprentice-Posts.pdf

ଅଫିସିଆଲ ୱେବସାଇଟ୍ ଲିଙ୍କ: https://www.centralcoalfields.in/hindi/ind/indexh.php

Get real time updates directly on you device, subscribe now.