fbpx

ଖୁସି ଖବର: ରାଜ୍ୟରେ ଆଉ ୬୦୮ ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର,୧୮ ।୭(ଓଡିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଥିବା ବେଳେ ଆସିଛି ଏକ ଖୁସି ଖବର । ରାଜ୍ୟରେ ଆଜି ଆଉ ୬୦୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । କରୋନାରୁ ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା ୧୧ ହଜାର ୯୩୮କୁ ବୃଦ୍ଧି ପାଇଛି । ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ତେବେ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୨୭୯ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସେହିପରି ଯାଜପୁରରୁ ୮୪, ଖୋର୍ଦ୍ଧାରୁ ୫୦, କଟକରୁ ୪୨, କେନ୍ଦୁଝରରୁ ୨୩, ମାଲକାନଗିରିରୁ ୨୧, ମୟୂରଭଞ୍ଜରୁ ୧୨, ପୁରୀ ଓ ସୁନ୍ଦରଗଡରୁ ୧୫ ଜଣ ଲେଖାଏଁ, ବରଗଡରୁ ୧୧, କୋରାପୁଟରୁ ୯, କନ୍ଧମାଳରୁ ୮, ଜଗତସିଂହପୁରରୁ ୭, ଭଦ୍ରକରୁ ୫ ଗଜପତିରୁ ୩, ଢେଙ୍ଗାନାଳରୁ ଜଣେ, ଅନୁୁଗୁଳ, ବାଲେଶ୍ୱର ଓ ନବରଙ୍ଗପୁରରୁ ୬ ଜଣ ଲେଖାଏଁ, କେନ୍ଦ୍ରପଡା ଓ ସମ୍ବଲପୁରରୁ ୨ ଜଣ ଲେଖାଏଁ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

Get real time updates directly on you device, subscribe now.