ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟରେ କରୋନା ଗ୍ରାଫ୍ କ୍ରମଶଃ ନିମ୍ନମୁଖୀ ହେବାରେ ଲାଗିଛି । ପୂର୍ବରୁ ସଂକ୍ରମଣ ଗୋଟିଏ ଦିନ ହ୍ରାସ ପାଇବା ପରେ ପୁଣି ପରଦିନ ବୃଦ୍ଧି ପାଉଥିବାର ଦେଖିବାକୁ ମିଳୁଥିଲା । ବର୍ତ୍ତମାନ ଲକଡାନର ପ୍ରଭାବ ରାଜ୍ୟରେ କିଛିମାତ୍ରାରେ ପଡ଼ୁଥିବା ଲକ୍ଷ୍ୟ କରାଯାଉଛି । ଏହା ମଧ୍ୟରେ ଆଜି ପୁଣି ୬୧୧୮ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସଙ୍ଗରୋଧରୁ ୩୪୫୩ ଓ ସ୍ଥାନୀୟ ଅଞ୍ଚଳରୁ ୨୬୬୫ ଜଣ ଚିହ୍ନଟ ହୋଇଛନ୍ତି ।
6. Boudh: 112
7. Cuttack: 640
8. Deogarh: 29
9. Dhenkanal: 123
10. Gajapati: 30
11. Ganjam: 93
12. Jagatsinghpur: 218
13. Jajpur: 563
14. Jharsuguda: 86
15. Kalahandi: 80
16. Kandhamal: 143
17. Kendrapada: 227
18. Keonjhar: 155
19. Khurda: 495
20. Koraput: 180
21. Malkangiri: 107— I & PR Department, Odisha (@IPR_Odisha) June 7, 2021
ଏହି କ୍ରମରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮ ଲକ୍ଷ ୧୯ ହଜାର ୨୧୪ରେ ପହଞ୍ଚିଛି । ରାଜ୍ୟରେ ସୁସ୍ଥ ସଂଖ୍ୟା ୭ ଲକ୍ଷ ୩୯ ହଜାର ୩୭୬ ରହିଥିବା ବେଳେ ୭୬ ହଜାର ୭୫୦ ଜଣ ଚିକିତ୍ସିତ ହେଉଛନ୍ତି । ତେବେ ଆଜି ଯାଜପୁର ଜିଲ୍ଲାରୁ ସର୍ବାଧିକ ୫୬୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
New recoveries: 7358
Cumulative tested: 12250294
Positive: 819214
Recovered: 739376
Active cases: 76750— I & PR Department, Odisha (@IPR_Odisha) June 7, 2021