fbpx

(Video) କି ଭୟଙ୍କର ଦୃଶ୍ୟ! ବ୍ରାଜିଲରେ ବଡ଼ଧରଣର ବିମାନ ଦୁର୍ଘଟଣା, ୬୨ ଜଣ ଯାତ୍ରୀଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ବ୍ରାଜିଲରେ ଏକ ବଡ଼ଧରଣର ବିମାନ ଦୁର୍ଘଟଣା ଘଟିଛି । ଏକ ବିମାନ କ୍ରାଶରେ ୬୨ ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ଦୁର୍ଘଟଣାଗ୍ରସ୍ତ ହୋଇଥିବା ଟର୍ବୋପ୍ରପ୍ ପ୍ଲେନଟି ଶୁକ୍ରବାର ଦିନ ବ୍ରାଜିଲର ସାଓ ପାଓଲୋ ନିକଟରେ ଦୁର୍ଘଟଣାର ଶିକାର ହୋଇଥିଲା । ଏହି ଦୁର୍ଘଟଣା ଫଳରେ ବିମାନରେ ଥିବା ସମସ୍ତ ଯାତ୍ରୀଙ୍କର ମୃତ୍ୟୁ ଘଟିଥିଲା । ସ୍ଥାନୀୟ ଅଧିକାରୀମାନେ ଏ ବାବଦରେ ସୂଚନା ଦେଇଛନ୍ତି । ଏହି ଦୁର୍ଘଟଣା ସମୟର ଏକ ଭିଡିଓ ସାମ୍ନାକୁ ଆସିଥିବା ବେଳେ ଦୁର୍ଘଟଣା କେତେ ଭୟଙ୍କର ଥିଲା ତାହା ସ୍ପଷ୍ଟ ହୋଇଛି ।

ଖବର ମୁତାବକ, ବ୍ରାଜିଲର ସାଓ ପାଓଲୋ ନିକଟରେ ୬୨ ଜଣ ଲୋକ ଏକ କ୍ଷେତ୍ରୀୟ ଟର୍ବୋପ୍ରପ ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଜଣାପଡ଼ିଛି । ବିମାନରେ ଯାତ୍ରା କରୁଥିବା କୌଣସି ଯାତ୍ରୀ ଜୀବିତ ନଥିବା କୁହାଯାଇଛି । ଏହି ଦୁର୍ଘଟଣାରେ ସ୍ଥାନୀୟ କାଣ୍ଡୋମିନିୟମ ପରିସରରେ ଏକ ଘର ମଧ୍ୟ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡ଼ିଛି । ତେବେ ଉକ୍ତ ଘରର କୌଣସି ସଦସ୍ୟ ଆହତ ହେବା ନେଇ କୌଣସି ସୂଚନା ମିଳିନାହିଁ । ଦୁର୍ଘଟଣା ସ୍ଥଳକୁ ୭ଟି ଟିମଙ୍କୁ ପଠାଯାଇଛି । ବିମାନରେ ୫୮ ଜଣ ଯାତ୍ରୀ ଓ ୪ ଜଣ ଚାଳକ ଦଳର ସଦସ୍ୟ ରହିଥିଲେ । ତେବେ ବିମାନଟି କେଉଁ କାରଣରୁ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ସେ ବାବଦରେ କୌଣସି ସୂଚନା ଦିଆଯାଇ ନାହିଁ ।

Get real time updates directly on you device, subscribe now.