ପଡ଼ୋଶୀଙ୍କ ଘୃଣ୍ୟ କାମ, ଘରେ ପଶିଲେ ୬୫ ବର୍ଷୀୟା ବୃଦ୍ଧା ମହିଳାଙ୍କ ଦେହକୁ ଝୁଣି ଖାଇଗଲେ

ବୁଢ଼ୀ ମାଉସୀଙ୍କୁ ବି ଛାଡ଼ିଲେନି।

ଉତ୍ତରପ୍ରଦେଶ:  ପଡ଼ୋଶୀଙ୍କ ଅମାନବୀୟ କାଣ୍ଡ। ଘରେ କେହି ନଥିବାର ସୁଯୋଗ ନେଇ ପଡ଼ୋଶୀଙ୍କ ଘରେ ପଶିଥିଲେ। ଆଉ ଘରେ ୬୫ ବର୍ଷୀୟା ବୃଦ୍ଧା ମହିଳାଙ୍କୁ ଦେଖି ତାଙ୍କୁ ଦୁଷ୍କର୍ମ କରିଥିଲେ।

ଏହି ଘୃଣ୍ୟ ଘଟଣାଟି ହେଉଛି ୟୁପିର ହାଥରସର। ଯେଉଁଠାରେ ଜଣେ ୬୫ ବର୍ଷୀୟା ବୃଦ୍ଧାଙ୍କୁ ବଳାତ୍କାର କରାଯାଇଛି। ମହିଳାଙ୍କୁ ତାଙ୍କ ପଡ଼ୋଶୀ ଦୁଷ୍କର୍ମ କରିଥିବା ପିଡୀତାଙ୍କ ପୁଅ ଅଭିଯୋଗ କରିଛନ୍ତି।

ରବିବାର ଦିନ ଅଧିକାରୀମାନେ କହିଛନ୍ତି ଯେ ପୋଲିସ ଜଣେ ୬୫ ବର୍ଷୀୟ ମହିଳାଙ୍କୁ ତାଙ୍କ ଘରେ ବଳାତ୍କାର କରିବା ଅଭିଯୋଗରେ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି। ପୀଡିତାଙ୍କ ପୁଅ ଏକ ଅଭିଯୋଗ ଦାଖଲ କରି କହିଛନ୍ତି ଯେ ଶୁକ୍ରବାର ସକାଳ ପ୍ରାୟ ୧୧.୩୦ ସମୟରେ ତାଙ୍କ ମାଆ ଘରେ ଶୋଇଥିଲେ।

ଆଉ ସେହି ସମୟରେ ତାଙ୍କ ପଡ଼ୋଶୀ ବ୍ୟକ୍ତି ଜଣଙ୍କ ତାଙ୍କ ଘରକୁ ପଶି ତାଙ୍କ ମାଆଙ୍କୁ ବଳାତ୍କାର କରିଛନ୍ତି। ଅଭିଯୋଗକାରୀ କହିଛନ୍ତି ଯେ ମହିଳାଙ୍କ ଚିତ୍କାର ଶୁଣି ପଡ଼ୋଶୀମାନେ ଦୌଡ଼ି ଆସିଥିଲେ।

ହେଲେ ସେତେବେଳକୁ ଅଭିଯୁକ୍ତ ସେଠାରୁ ଖସି ପଳାଇଯାଇଥିଲା।  ଅଭିଯୋଗ ପାଇବା ପରେ ପୋଲିସ ଏକ ମାମଲା ରୁଜୁ କରି ପୀଡିତାଙ୍କୁ ଡାକ୍ତରୀ ପରୀକ୍ଷା ପାଇଁ ପଠାଇଛି। ସର୍କଲ ଅଫିସର (ସିଓ) ଯୋଗେନ୍ଦ୍ର କୃଷ୍ଣ ନାରାୟଣ କହିଛନ୍ତି ଯେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ଏବଂ ଅଧିକ ତଦନ୍ତ ଚାଲିଛି।