fbpx

ଦେଶର ୬୬ ପ୍ରତିଶତ ସ୍କୁଲରେ ଇଣ୍ଟରନେଟ ବ୍ୟବସ୍ଥା ନାହିଁ: ଓଡ଼ିଶାର ସ୍ଥିତି ଭୟଙ୍କର- UDISE+ Report

ନୂଆଦିଲ୍ଲୀ: ଡିଜିଟାଲ ଶିକ୍ଷାକୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଗୁରୁତ୍ୱ ଦେଉଥିବା ବେଳେ ଏନେଇ ଏକ ନୂଆ ରିପୋର୍ଟ ସାମ୍ନାକୁ ଆସିଛି । ତେବେ ସାରା ଦେଶର ୬୬ ପ୍ରତିଶତ ସ୍କୁଲରେ ଇଣ୍ଟରନେଟ ବ୍ୟବସ୍ଥା ନାହିଁ । ବିହାରରେ ୯୨ ପ୍ରତିଶତ ଓ ମିଜୋରାମରେ ୯୦ ପ୍ରତିଶତ ସ୍କୁଲରେ ଏହି ଅଭାବ ପରିଲକ୍ଷିତ ହେଛି । ୨୦୨୧-୨୨ ବର୍ଷର ୟୁନିଫାଏଡ ଡିଷ୍ଟ୍ରିକ୍ଟ ଇନଫରମେସନ ସିଷ୍ଟମ ଫର ଏଜୁକେସନନାଲ ପ୍ଲସ (ୟୁଡିଆଇଏସଇ+) ରିପୋର୍ଟରୁ ଏହି ତଥ୍ୟ ମିଳିଛି ।

କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଏହି ଡାଟା ସଂଗ୍ରହ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା । ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ଜମ୍ମୁ ଓ କଶ୍ମୀର, ମଧ୍ୟପ୍ରଦେଶ, ମଣିପୁର, ପଶ୍ଚିମବଙ୍ଗ, ମେଘାଳୟ, ଓଡ଼ିଶା, ତ୍ରିପୁରା ଓ ତେଲେଙ୍ଗା ପରି ରାଜ୍ୟମାନଙ୍କରେ ୮୦-୮୫ ପ୍ରତିଶତ ସ୍କୁଲରେ ଇଣ୍ଟରନେଟ ସଂଯୋଗ ନାହିଁ । ଦିଲ୍ଲୀ ଓ ଲାକ୍ଷାଦ୍ୱୀପର ସ୍କୁଲମାନଙ୍କରେ ଶତ ପ୍ରତିଶତ କମ୍ପ୍ୟୁଟର ସୁବିଧା ରହିଥିବା ବେବେଳେ ୯୭.୪ ପ୍ରତିଶତ ସ୍କୁଲରେ ଇଣ୍ଟରନେଟ ସଂଯୋଗ ରହିଛି ।

ଏକମାତ୍ର କେନ୍ଦ୍ର ଶାସିତ ଅଞ୍ଚଳ ଭାବେ ଦିଲ୍ଲୀରେ ୧୦୦ ପ୍ରତିଶତ ଇଣ୍ଟରନେଟ ସଂଯୋଗ ହୋଇଛି । ଅନ୍ୟ କେନ୍ଦ୍ର ଶାସିତ ଅଞ୍ଚଳ ମଧ୍ୟରେ ଚଣ୍ଡିଗଡ଼ରେ ୯୮.୭ ଓ ପୁଡ଼ୁଚେରୀରେ ୯୮.୪ ପ୍ରତିଶତ ଇଣ୍ଟରନେଟ ସଂଯୋଗ କରାଯାଇଥିବା ଜଣାପଡ଼ିଛି । କେରଳରେ ୯୪.୬, ଗୁଜରାଟରେ ୯୨ ପ୍ରତିଶତ ରହିଛି । ଏକମାତ୍ର ରାଜ୍ୟ ଭାବେ ଗୁଜରାଟରେ ସରକାରୀ ସ୍କୁଲରେ ୯୪.୨ ଓ ଘରୋଇ ସ୍କୁଲରେ ୮୯.୬ ପ୍ରତିଶତ ରହିଛି । ଦେଶର ୫୦ ପ୍ରତିଶତରୁ କମ୍ ସ୍କୁଲରେ କମ୍ପ୍ୟୁଟର କାର୍ଯ୍ୟ କରୁଥିବା ବେଳେ ଶିକ୍ଷା ଉଦ୍ଦେଶ୍ୟରେ ୨୦ ପ୍ରତିଶତ ସ୍କୁଲରେ ମୋବାଇଲ ଫୋନ୍ ବ୍ୟବହାର ହେଉଛି ।

 

Get real time updates directly on you device, subscribe now.