ରାଜ୍ୟରେ ଖାଲିପଡିଛି ଏକାଧିକ IAS-IPS ପଦବୀ, ବିଧାନସଭାରେ ତଥ୍ୟ ରଖିଲେ ମୁଖ୍ୟମନ୍ତ୍ରୀ

ଓଡ଼ିଶାରେ IAS-IPS ମରୁଡି ।

ଭୁବନେଶ୍ବର: ବିଧାନସଭାରେ ଉଠିଲା ଆଇଏସ ଆଇପିଏସ ପ୍ରସଙ୍ଗ । ରାଜ୍ୟରେ କେତେ ଆଇଏଏସ୍, ଆଇପିଏସ୍, ଆଇଏଫଏସ୍ ସହ ଓଏଏସ୍ ପଦବୀ ଫାଙ୍କା ପଡିଛି, ଏଭଳି ପ୍ରଶ୍ନ ବିଧାନସଭାରେ ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ, ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ କରିଥିଲେ । ଏହାର ଉତ୍ତର ଦେଇଥିଲେ ମୋହନ ମାଝୀ ।

ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଉତ୍ତର ମୁତାବକ, ରାଜ୍ୟରେ ଏବେ ବି ୬୭ ଆଇଏଏସ୍, ୬୯ ଆଇପିଏସ୍, ୬୯ ଆଇଏଫଏସ୍ ସହ ୨୫୩ ଓଏଏସ୍, ୨୫୩ ଓପିଏଏସ୍, ୨୭୪ ଓଡ଼ିଶା ଅର୍ଥ ସେବା, ୬୧୧ ଓଡ଼ିଶା ବନ ସେବା ଆଉ ୨୬୩ ଓଆରଏସ୍ ପଦବୀ ଫାଙ୍କା ପଡିଛି ।

ତେବେ ମୁଖ୍ୟମନ୍ତ୍ରୀଙ୍କ ଏହି ଉତ୍ତର ବର୍ତ୍ତମାନ ସମସ୍ତଙ୍କ ମନରେ ଏକ ପ୍ରଶ୍ନବାଚୀ ସୃଷ୍ଟି କରିଛି । କିପରି ଆଇନ ଶୃଙ୍ଖଳା ନିୟନ୍ତ୍ରିତ ହେବ ଏବଂ କିଭଳି ରାଜ୍ୟରେ ସରକାର ଚାଲିବ ଏଭଳି ପ୍ରଶ୍ନ ଉଠୁଛି । ଏହା ଏଖ ପ୍ରକାର ଚିନ୍ତାକର ବିଷୟ ବୋଲି ବୁଦ୍ଧିଜୀବୀ କହିଛନ୍ତି ।