fbpx

ଓଡିଶାରେ କରୋନା ଗ୍ରାଫ୍ ତଳମୁହାଁ: ୨୪ ଘଣ୍ଟା ମଧ୍ୟରେ ୬ହଜାର ୭୩୬ ପଜିଟିଭ ଚିହ୍ନଟ, ଜାଣନ୍ତୁ କେଉଁଠୁ କେତେ?

Advertisement

ଭୁବନେଶ୍ୱର(ଓଡିଶା ଭାସ୍କର): ୟଶ୍ ପ୍ରଭାବରେ କରୋନା ଗ୍ରାଫ୍ ତଳମୁହାଁ ହୋଇଛି । ଗତ ୨୪ ଘଣ୍ଟା ରାଜ୍ୟରେ ୬ ହଜାର ୭୩୬ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୩ ହଜାର ୭୭୪ ଜଣ ଓ ସ୍ଥାନୀୟ ଅଞ୍ଚଳରୁ ୨ହଜାର ୯୬୨  ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହି କ୍ରମରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭,୩୨,୭୩୯ କୁ ବୃଦ୍ଧି ପାଇଛି । ବର୍ତ୍ତମାନ ରାଜ୍ୟରେ ଆକ୍ଟିଭ କେସ ୧,୦୬,୪୪୦  ଥିବା ବେଳେ ୬,୨୩,୬୨୮ ଜଣ ସୁସ୍ଥ ହୋଇଛନ୍ତି । ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ବିିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

 

ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲାରୁ ୭୮୮ଜଣ, ବାଲେଶ୍ୱର ଜିଲ୍ଲାରୁ ୭୧ଜଣ, ବରଗଡ଼ ଜିଲ୍ଲାରୁ ୪୦୫ଜଣ, ଭଦ୍ରକ ଜିଲ୍ଲାରୁ ୨୦୬ଜଣ, ବଲାଙ୍ଗୀର ଜିଲ୍ଲାରୁ ୧୪୪ଜଣ, ବୌଦ୍ଧ ଜିଲ୍ଲାରୁ ୨୬୨ଜଣ, କଟକ ଜିଲ୍ଲାରୁ ୩୬୨ଜଣ, ଦେଓଗଡ଼ ଜିଲ୍ଲାରୁ ୬୪ଜଣ, ଢେଙ୍କାନାଳ ଜିଲ୍ଲାରୁ ୧୭୮ଜଣ, ଗଜପତି ଜିଲ୍ଲାରୁ ୮୦ଜଣ, ଗଞ୍ଜାମ ଜିଲ୍ଲାରୁ ୧୯୬ଜଣ, ଜଗତସିଂହପୁର ଜିଲ୍ଲାରୁ ୧୦୬ଜଣ , ଯାଜପୁର ଜିଲ୍ଲାରୁ ୩୭୪ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୧୨୦ଜଣ, କଳାହାଣ୍ଡି ଜିଲ୍ଲାରୁ ୨୪୧ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୨୪ଜଣ, କେନ୍ଦୁଝର ଜିଲ୍ଲାରୁ ୨୪ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୫୧୭ଜଣ, କୋରାପୁଟ ଜିଲ୍ଲାରୁ ୨୧୯ଜଣ, ମାଲକାନଗିରି ଜିଲ୍ଲାରୁ ୯୮ଜଣ, ମୟୁରଭଞ୍ଜ ଜିଲ୍ଲାରୁ ୩୪ଜଣ, ନବରଙ୍ଗପୁର ଜିଲ୍ଲାରୁ ୨୮୨ଜଣ, ନୟାଗଡ଼ ଜିଲ୍ଲାରୁ ୨୦୭ଜଣ, ନୂଆପଡ଼ା ଜିଲ୍ଲାରୁ ୪୮ଜଣ, ପୁରୀ ଜିଲ୍ଲାରୁ ୨୬୫ଜଣ, ରାୟଗଡ଼ା ଜିଲ୍ଲାରୁ ୧୨୩ଜଣ, ସମ୍ବଲପୁର ଜିଲ୍ଲାରୁ ୩୦୯ଜଣ, ସୋନପୁର ଜିଲ୍ଲାରୁ ୮୨ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୭୨୦ଜଣ, ଷ୍ଟେଟ୍‌ ପୁଲ୍‌ରୁ ୧୦୨ଜଣ ରହିଛନ୍ତି ।

 

Get real time updates directly on you device, subscribe now.