ଚଳିତ ବର୍ଷ ଲାଗିବ 7.5 କୋଟି ଗଛ, ବିଶ୍ବ ପରିବେଶ ଦିବସରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

ଚଳିତ ବର୍ଷ ସରକାର ଲଗାଇବେ 7.5 କୋଟି ଗଛ । ଓଡ଼ିଶାରେ 560 ବର୍ଗ କିଲୋମିଟର ଅଞ୍ଚଳ ବୃଦ୍ଧି ହୋଇଛି । ଯାହା ସମସ୍ତ ରାଜ୍ୟ ମଧ୍ୟରେ ଚତୁର୍ଥ ସର୍ବାଧିକ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ଭୁବନେଶ୍ବର: ଦିନକୁ ଦିନ ଗମ୍ଭୀର ହେଉଛି ଜଳବାୟୁ ସଙ୍କଟ । କେହି ବି ଏଥିରୁ ନିସ୍ତାର ପାଉନାହାନ୍ତି । ଲଘୁଚାପ ନହେଲେ ମୌସୁମୀ ସକ୍ରିୟ ହେଉନି । ପାଣି, ପବନ, ମାଟି ସବୁଥିରେ ବିଷ ଖୁନ୍ଦି ହୋଇଗଲାଣି । ଏହାର ମୂଳ କାରଣ ହେଉଛି ବୃକ୍ଷ ହ୍ରାସ ପାଇବା ।  ତେଣୁ ଏନେଇ ବିଶ୍ବ ପରିବେଶ ଦିବସରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏକ ବଡ଼ ଘୋଷଣା କରିଛନ୍ତି । ଚଳିତ ବର୍ଷ 7.5 କୋଟି ଗଛ ଲଗାଇବାକୁ ନିଷ୍ପତ୍ତି ନେଇଛନ୍ତି ସରକାର । ଓଡ଼ିଶାରେ 560 ବର୍ଗ କିଲୋମିଟର ଅଞ୍ଚଳ ବୃଦ୍ଧି ହୋଇଛି । ଯାହା ସମସ୍ତ ରାଜ୍ୟ ମଧ୍ୟରେ ଚତୁର୍ଥ ସର୍ବାଧିକ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ଗତ ପାଞ୍ଚ ବର୍ଷ ଭିତରେ 60 ପ୍ରତିଶତରୁ ଅଧିକ ପରିବାର ଓ ସଂସ୍ଥା ଜଳବାୟୁଜନିତ ଚରମ ଘଟଣାର ପ୍ରଭାବକୁ ଅନୁଭବ କରିଛନ୍ତି । ଏପରିକି ଆସନ୍ତା ଦଶନ୍ଧିରେ ଏଭଳି ଘଟଣା ଦ୍ୱାରା 75 ପ୍ରତିଶତରୁ ଅଧିକ ପରିବାର ଓ ସଂସ୍ଥା ପ୍ରଭାବିତ ହେବେ ବୋଲି ରିପୋର୍ଟରେ କୁହାଯାଇଛି । ସାରା ବିଶ୍ୱରେ ଜଳବାୟୁ ବିଗିଡ଼ି ଚାଲିଥିଲାବେଳେ ଆମକୁ ସତର୍କ ହେବାର ସମୟ ଆସିଛି । ଏନେଇ ଏକ ନୂଆ ପ୍ରୟାସ ଆରମ୍ଭ କରିଛନ୍ତି ସରକାର ।