fbpx
BSKY SKY
BSKY SKY

ଲକ୍ଷ୍ମୀପୂଜା ଭସାଣୀ ବେଳେ ଗଣ୍ଡଗୋଳ, ଦୁଇ ପୋଲିସ ସମେତ ୭ ଆହତ

BSKY

ଢେଙ୍କାନାଳ: ଲକ୍ଷ୍ମୀପୂଜା ଭାଷଣ ବେଳେ ଗଣ୍ଡଗୋଳ। ଏଥିରେ ଦୁଇ ପୋଲିସ କର୍ମୀଙ୍କ ସହ ୭ ଆହତ ହୋଇଛନ୍ତି। ୨ ଗୋଷ୍ଠୀ ମଧ୍ୟରେ ପ୍ରଥମେ ବକ ଯୁଦ୍ଧରୁ କଥା ଗଣ୍ଡଗୋଳରେ ପହଁଞ୍ଚିଲଥିଲା।ଏହାପରେ ଦୁଇ ଗୋଷ୍ଠୀ ପରସ୍ପର ଉପରେ ପଥର ଫିଙ୍ଗି ଫିଙ୍ଗାଫିଙ୍ଗି କରିଥିଲେ। ସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ପାଇଁ ସାମାନ୍ୟ ଲାଠିଚାର୍ଜ କରିଥିଲା।

ସୂଚନା ଅନୁସାରେ କଣ୍ଟାନାଳି ପୂଜା କମିଟି ଓ ବନମାଳି ପ୍ରସାଦ ପୂଜା କମିଟିର ଯୁବକଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଛି। ଏହି ଘଟଣାରେ ୨ ଜଣ ପୋଲିସଙ୍କ ସହ ୭ଜଣ ଆହତ ହୋଇଛନ୍ତି। ଉଭୟ ପୂଜା କମିଟିର ଉତ୍ୟକ୍ତ ଲୋକଙ୍କୁ ଘଉଡାଇବା ପାଇଁ ଲାଠି ମାଡ଼ କରିଛି ପୋଲିସ କରିଥିବା ସୂଚନା ମିଳିଛି। ଘଟଣାସ୍ଥଳରେ ଉତ୍ତେଜେନା ଲାଗିଥିବା ବେଳେ ଏସପି ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରିଛନ୍ତି। ସୁରକ୍ଷା ଦୃଷ୍ଟିରୁ ବ୍ୟାପକ ପୋଲିସ ମୁତୟନ କରାଯାଇଛ।

Get real time updates directly on you device, subscribe now.