fbpx

ଏଣିକି ସମସ୍ତ ସରକାରୀ ଓ ଘରୋଇ ଆମ୍ବୁଲାନ୍ସ ପାଇଁ ଗୋଟିଏ ନମ୍ବର ‘୧୦୮’: ରାଜ୍ୟ ସରକାରଙ୍କ ନୂଆ ପଦକ୍ଷେପ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଏଣିକି ରୋଗୀମାନଙ୍କୁ ଆଉ ଆମ୍ବୁଲାନ୍ସ ପାଇଁ ହଇରାଣ ହେବାକୁ ପଡ଼ିବନି । ସମସ୍ତ ଆମ୍ବୁଲାନ୍ସ ପାଇଁ ଗୋଟିଏ ନମ୍ବର ‘୧୦୮’ ରହିବ । ସରକାରୀ ଆମ୍ବୁଲାନ୍ସ ନ ମିଳିଲେ ଘରୋଇ ଆମ୍ବୁଲାନ୍ସ ଉପଲବ୍ଧ ହେବ । ଘରୋଇ ଆମ୍ବୁଲାନ୍ସକୁ ନେଇ ଆସୁଥିବା ଶୋଷଣ ଅଭିଯୋଗ ମଧ୍ୟ ରହିବ ନାହିଁ । ଏଥିପାଇଁ ରାଜ୍ୟ ସରକାର ଏକ ନୂଆ ଆମ୍ବୁଲାନ୍ସ ମ୍ୟାପିଂ କାର୍ଯ୍ୟ ଆରମ୍ଭ କରିଛନ୍ତି ।

ଏବେ ଲୋକମାନେ ୧୦୮ ନମ୍ବରରେ ଫୋନ କଲେ ତାଙ୍କୁ ନିକଟସ୍ଥ କେନ୍ଦ୍ରରୁ ଆମ୍ବୁଲାନ୍ସ ଯୋଗାଇ ଦିଆଯିବ । ରାଜ୍ୟର କୋଣ ଅନୁକୋଣରେ ଆମ୍ବୁଲାନ୍ସ ପହଞ୍ଚାଇବା ପାଇଁ ପାଖାପାଖି ୫ ହଜାର ଆମ୍ବୁଲାନ୍ସକୁ ମ୍ୟାପିଂ କରାଯିବ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି । ସରକାରୀ ଓ ଘରୋଇ ଆମ୍ବୁଲାନ୍ସକୁ ମିଶାଇ ଗୋଟିଏ ସ୍ଥାନରୁ ନିୟନ୍ତ୍ରଣ କରାଯିବ ।

ପୂର୍ବରୁ ଆମ୍ବୁଲାନ୍ସ ପାଇଁ ଲୋକମାନେ ବିଭିନ୍ନ ମୋବାଇଲ ନମ୍ବରରେ କଲ୍ କରୁଥିଲେ । ଏବେ ୧୦୮ ନମ୍ବରରେ କଲେ କଲେ ଆମ୍ବୁଲାନ୍ସ ମିଳିପାରିବ । ତେବେ ସରକାରଙ୍କ ଦ୍ୱାରା କିମି ପିଛା ଧାର୍ଯ୍ୟ ହୋଇଥିବା ମୂଲ୍ୟ ଅନୁଯାୟୀ ଲୋକମାନେ ଘରୋଇ ଆମ୍ବୁଲାନ୍ସକୁ ଭଡ଼ା ଦେବେ କି ଉକ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ସେ ବାବଦରେ କିଛି ନିଷ୍ପତ୍ତି ହୋଇନାହିଁ । ରାଜ୍ୟ ସରକାର ଏ ବାବଦରେ ଖୁବଶୀଘ୍ର ଏକ ବଡ଼ ଘୋଷଣା କରିବେ ବୋଲି ଜଣାପଡ଼ିଛି ।

Get real time updates directly on you device, subscribe now.