fbpx

ହୋଲି ପର୍ବରେ ଦୁର୍ଘଟଣା: ଗାଧୋଇବା ସମୟରେ ନଦୀରେ ବୁଡିଗଲେ, ଜଣେ ମୃତ, ୪ ନିଖୋଜ

Advertisement

ଯାଜପୁର(ଓଡିଶା ଭାସ୍କର): ପବିତ୍ର ପର୍ବ ହୋଲିରେ ଘଟିଯାଇଛି ଏକ ବିରାଟ ଅଘଟଣ । ନଦୀରେ ଗାଧୋଇବାକୁ ଯାଇ ୭ ଜଣ ଯୁବକ ବୁଡି ଯାଇଥିବା ନେଇ ସୂଚନା ମିଳିଛି । ଯାଜପୁର ଜିଲ୍ଲା ସଦର ଥାନା ଅନ୍ତର୍ଗତ ବଡସୁଆର ଗ୍ରାମ ନିକଟରେ ଖରସ୍ରୋତା ନଦୀରେ ଘଟିଛି ଏମିତି କିଛି ଘଟଣା । ନଦୀରେ ଗାଧୋଇବା ସମୟରେ ୭ ଜଣ ବ୍ୟକ୍ତି ପାଣି ସୁଅରେ ଭାସିଯାଇଛନ୍ତି । ଏମାନଙ୍କ ମଧ୍ୟରୁ ଜଣଙ୍କର ମୃତଦେହ ଉଦ୍ଧାର କରିଛି ଅଗ୍ନିଶମ ବାହିନୀ ।

ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି । ଖୋଜାଖୋଜି ସମୟରେ ଜଣଙ୍କର ମୃତଦେହ ଉଦ୍ଧାର ହୋଇଥିବା ବେଳେ ଅନ୍ୟ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି । ତେବେ ଅନ୍ୟ ୫ ଜଣ ଏବେ ବି ନିଖୋଜ ରହିଛନ୍ତି । ସେମାନଙ୍କୁ ଉଦ୍ଧାର କରିବା ପାଇଁ ନଦୀର ବିଭିନ୍ନ ପାଶ୍ୱର୍ରେ ପତ୍ତା ଲଗାଉଛି ଅଗ୍ନିଶମ ବାହିନୀ । ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଏମାନେ ରଙ୍ଗ ଖେଳି ସାରି ଗାଁ ପାଖ ମଙ୍ଗଳାଘାଟକୁ ଗାଧୋଇବା ପାଇଁ ଯାଇଥିଲେ । ଗାଧୋଇବା ସମୟରେ ଏଭଳି ଏକ ଅଘଟଣ ଘଟିଯାଇଛି ।

Get real time updates directly on you device, subscribe now.