fbpx

୭ ରାଜ୍ୟ ୧୩ ବିଧାନସଭାରେ ଉପନିର୍ବାଚନ: ସନ୍ଧ୍ୟା ୬ ପର୍ଯ୍ୟନ୍ତ ମତଦାନ ଜାରି

ନୂଆଦିଲ୍ଲୀ: ଦେଶରେ ୭ଟି ରାଜ୍ୟ ଏବଂ ୧୩ଟି ବିଧାନସଭା ଆସନରେ ଉପନିର୍ବାଚନ ଆରମ୍ଭ ହୋଇଯାଇଛି । ଏହି ମତଦାନ ପକ୍ରିୟା ସକାଳ ୭ଟା ରୁ ଆରମ୍ଭ ହୋଇ ସନ୍ଧ୍ୟା ୬ ପର୍ଯ୍ୟନ୍ତ ଜାରି ରହିବ । ଏହାର ଫଳାଫଳ ଜୁଲାଇ ୧୩ ତାରିଖରେ ପ୍ରକାଶ କରାଯିବ ।

ସୂଚନା ଅନୁସାରେ, ମଧ୍ୟପ୍ରଦେଶ, ପଶ୍ଚିମବଙ୍ଗ, ବିହାର ସମେତ ଅନ୍ୟ ୭ଟି ରାଜ୍ୟରେ ୧୩ ଟି ବିଧାନସଭା ଆସନ ପାଇଁ ଉପନିର୍ବାଚନ ଜାରି ରହିଛି । ପଶ୍ଚିମବଙ୍ଗର ରାଇଗଞ୍ଜ, ବଗଡା, ମାଣିକତଲା ଏବଂ ରଣାଗତରେ ଉପନିର୍ବାଚନ ଚାଲିଛି । ଉତ୍ତରାଖଣ୍ଡର ବଦ୍ରିନାଥ ଓ ମାଙ୍ଗୋଲର, ପଞ୍ଜାବର ଜଳନ୍ଧରର ପଶ୍ଚିମ ଆସନ, ହିମାଚଳ ପ୍ରଦେଶର ହମିରପୁର, ନାଲାଗଡ ଏବଂ ଦେହରାରେ ଉପନିର୍ବାଚନ ପକ୍ରିୟା ଜାରି ରହିଛି ।

ସେହିପରି ବିହାରର ରୁପାଲି, ତାମିଲନାଡୁର ବିକ୍ରବଣ୍ଡି, ମଧ୍ୟପ୍ରଦେଶର ଅମରବାଡା ଠାରେ ଉପନିର୍ବାଚନ ଚାଲିଛି । ମତଦାନ ଚାଲିଥିବା ୧୩ଟି ସିଟ ମଧ୍ୟରୁ ବିଜେପି ପୂର୍ବଥର ତିନୋଟି, କଂଗ୍ରେସ ଦୁଇଟି ଏବଂ ଅନ୍ୟାନ ଦଳ ୮ଟି ସିଟ ହାତେଇଥିଲେ । ଏହି ନିର୍ବାଚନକୁ ଆଖି ଆଗରେ ରଖି ବିଜେପି ତାର କର୍ମୀ ନେତାମାନଙ୍କ ମନୋବଳ ଦୃଢ କରି ଅଧିକ ସିଟ ହାତେଇବାକୁ ଚେଷ୍ଟା କରୁଥିବା ବେଳେ ଅନ୍ୟାନ ଦଳମାନେ ମଧ୍ୟ ଏହି ଉପନିର୍ବାଚନରେ ସଫଳତା ନେବା ପାଇଁ ପ୍ରୟାସ କରୁଛନ୍ତି ।

ଉତ୍ତରାଖଣ୍ଡର ବାସି ଗ୍ରାମର ଭୋଟରମାନେ ଏଥର ପ୍ରଥମଥର ପାଇଁ ଇଭିଏମରେ ଭୋଟ ଦେଇଛନ୍ତି । ଠିକ ସେହିଭଳି ବଦ୍ରିନାଥ ବିଧାନସଭାର ଅନେକ ଗ୍ରାମର ଲୋକମାନେ ଏଥର ପ୍ରଥମଥର ପାଇଁ ଇଭିଏମରେ ଭୋଟ ଦେଉଛନ୍ତି । ସବୁଠୁ ବଡକଥା ହେଉଛି ଏହି ବିଦ୍ରିନାଥ ବିଧାନସଭା କ୍ଷେତ୍ରର ଦ୍ରୋଣାଗିରି ଗ୍ରାମ ୧୨ ହଜାର ଫୁଟ ଉଚ୍ଚରେ ଅବସ୍ଥିତ ଥିବାରୁ ରାଜ୍ୟ ଇଲେକ୍ସନ ଅଫିସରଙ୍କ ଏକ ଟିମ ୧୦୦ କିମି ଯାତ୍ରା କରିଲା ପରେ ୧୦ କିଲୋମିଟରର ଉଚ୍ଚ ପାହାଡରେ ଇଭିଏମ ନେଇ ଚଢିଥିଲେ । ଏହି ଦ୍ରୋଣାଗିରି ଗ୍ରାମରେ ୩୮୩୮ ଭୋଟର ରହିଛନ୍ତି ।

Get real time updates directly on you device, subscribe now.