fbpx

୭ ରାଷ୍ଟ୍ରମନ୍ତ୍ରୀଙ୍କୁ ପଦୋନ୍ନତି, ଜାଣନ୍ତୁ କିଏ କିଏ ?

Advertisement

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମନ୍ତ୍ରିମଣ୍ଡଳ ଆଜି ସନ୍ଧ୍ୟା ୬ଟାରେ ସମ୍ପ୍ରସାରଣ ହେବ । ଏଥିରେ କେନ୍ଦ୍ରର ୭ ରାଷ୍ଟ୍ରମନ୍ତ୍ରୀଙ୍କୁ ପଦୋନ୍ନତି ମିଳିବାର ସମ୍ଭାବନା ରହିଛି । ସେମାନଙ୍କ ମଧ୍ୟରେ ରହିଛନ୍ତି ହରଦୀପ ପୁରୀ, ଅନୁରାଗ ଠାକୁର । ଏହା ସହ ଜି.କିଷାନ ରେଡ୍ଡୀ ଓ କିରନ ରିଜିଜୁଙ୍କୁ କ୍ୟାବିନେଟ ପାହ୍ୟା ମିଳିବାର ସମ୍ଭାବନା ରହିଛି ।

ସେହିପରି ଆର.କେ.ସିଂହ ଓ ମନସୁଖ ମାଣ୍ଡବ୍ୟଙ୍କର ପଦୋନ୍ନତି ହୋଇପାରେ । ପଞ୍ଜାୟତିରାଜ ଓ କୃଷି ମନ୍ତ୍ରୀ ପରଷୋତ୍ତମ ରୂପାଲାଙ୍କ ପଦୋନ୍ନତି ହେବାର ସମ୍ଭାବନା ରହିଛି ।

ତେବେ ମନ୍ତ୍ରିମଣ୍ଡଳ ସମ୍ପ୍ରସାଣର ପୂର୍ବରୁ ଜଣଙ୍କ ପରେ ଜଣେ ମନ୍ତ୍ରୀ ଇସ୍ତଫା ଦେବାରେ ଲାଗିଛନ୍ତି । ଏହାରି ମଧ୍ୟରେ ଓଡ଼ିଶାର କେନ୍ଦ୍ରମନ୍ତ୍ରୀ ଥିବା ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଇଛନ୍ତି । ଏହା ସହ କେନ୍ଦ୍ର ମନ୍ତ୍ରିମଣ୍ଡଳରୁ ଇସ୍ତଫା ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ ଇସ୍ତଫା ଦେଇଥିବା ନେଇ ଜାତୀୟ ଗଣମାଧ୍ୟମରୁ ସୂଚନା ମିଳିଛି । ସେହିପରି କେନ୍ଦ୍ର ମନ୍ତ୍ରିମଣ୍ଡଳରୁ ସନ୍ତୋଷ ଗଙ୍ଗୱାର ଇସ୍ତଫା ଦେଇଛନ୍ତି । ଶ୍ରମମନ୍ତ୍ରୀ ଗଙ୍ଗୱାରଙ୍କ ଇସ୍ତଫା ନେଇ ପିଟିଆଇ ସୂତ୍ରରୁ ସୂଚନା ମିଳିଛି । ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ମଧ୍ୟ ଇସ୍ତଫା ଦେଇଥିବା ସୂଚନା ମିଳିଛି ।

Get real time updates directly on you device, subscribe now.